/odishatv-khabar/media/post_attachments/uploadimage/library/16_9/16_9_0/pradeeep_1627291482.jpg)
pradeeep
ନବରଙ୍ଗପୁର: ହାଇଦ୍ରାବାଦରେ ଇଟାଭାଟି ମାଲିକ ପାଖରେ ବନ୍ଧକ ପଡ଼ିଥିବା ନବରଙ୍ଗପୁର ନନ୍ଦାହାଣ୍ଡିର ନାବାଳିକା ଛାତ୍ରୀ ଉଦ୍ଧାର। ବାପା-ମା ଛେଉଣ୍ଡ ନାବାଳିକା ଜଣକ ବାରମ୍ବାର ଗୁହାରି କଲା ପରେ ବି ଜିଲ୍ଲା ପ୍ରଶାସନ ବିଫଳ ହେବାରୁ ଶେଷରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ସହାୟତାରେ ସଂପୃକ୍ତ ନାବାଳିକାକୁ ଉଦ୍ଧାର କରାଯାଇଛି।
Advertisment
ମାଆର ମୃତ୍ୟୁ ପରେ ନାବାଳିକ ଛାତ୍ରୀ ଜଣକ ଗତ ୫ ମାସ ଧରି ଇଟାଭାଟି ମାଲିକ ପାଖରେ ଅଟକ ରହିଥିଲା। ଏନେଇ ବିଭିନ୍ନ ଗଣାମଧ୍ୟମରେ ଖବର ପ୍ରକାଶ ପାଇଥିଲା। ଜିଲ୍ଲା ପ୍ରଶାସନ କେବଳ ଚିଠି ଲେଖା ଯାଇଥିଲେ ବି ଝିଅଟିକୁ ଉଦ୍ଧାର କରାଯାଇପାରିନଥିଲା।
ତେବେ ଖବର ପାଇଁ ପ୍ରଦୀପ ମାଝିଙ୍କ ସହାୟତାରେ ତେଲେଙ୍ଗାନା ପ୍ରଶାସନ, ଇଟାଭାଟି ମାଲିକଙ୍କ ସହ ଆଲୋଚନା କରାଯାଇ ନାବାଳିକାକୁ ଉଦ୍ଧାର କରାଯାଇଥିବା ପ୍ରଦୀପ ମାଝୀ କହିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)