/odishatv-khabar/media/post_attachments/uploadimage/library/16_9/16_9_0/se_1625363478.jpg)
se
ଯାଜପୁର: କେଲୁଅ ନଦୀ ବନ୍ଧ ଭାଙ୍ଗିବା ଘଟଣାର ସିବିଆଇ ତଦନ୍ତ ଦାବି କରିଛି କଂଗ୍ରେସ। ଦଳର ଏକ ପ୍ରତିନିଧି ଟିମ୍ ଆଜି ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଥିଲା। ସବୁ ଦେଖିବା ପରେ ବରିଷ୍ଠ ନେତା ପଞ୍ଚାନନ କାନୁନ୍ଗୋ କହିଛନ୍ତି, ଏତେ ଓସାରିଆ ବନ୍ଧ ଆପେ ଆପେ ଭାଙ୍ଗିବା ଭଳି ଲାଗୁନାହିଁ।
ପଞ୍ଚାନନ ପଚାରିଛନ୍ତି, ଇଂଜିନିୟରମାନେ ସେଦିନ ବନ୍ଧ ଜଗିଥିଲେ କି ବନ୍ଧ ନ ଜଗି ଭାଙ୍ଗିଥିବା ଲୋକକୁ ସହାୟତା କରିଥିବା ପରି ମନେ ହେଉଛି। ଜାଣିଶୁଣି ବନ୍ଧ ଭାଙ୍ଗି ହଜାର ହଜାର ଲୋକଙ୍କ ଜୀବନ ଜୀବୀକା ସହିତ ଖେଳ ଖେଳିଛନ୍ତି ଦୁର୍ବୃତ୍ତ। ସେମାନଙ୍କୁ ତୁରନ୍ତ କଡ଼ା ଦଣ୍ଡ ଦିଆଯାଉ। ସେପଟେ ସୁର ରାଉତରାୟ କହିଛନ୍ତି, ବନ୍ଧ ଭାଙ୍ଗିବା ପଛରେ ମାମୁ ଭଣଜା ଅଛନ୍ତି। ଏହାର ସିବିଆଇ ତଦନ୍ତ ଦାବି କରାଯାଉ। ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଆଯାଉ।
ଯାଜପୁର ଜିଲ୍ଲା ରମାପୁର ଓ ବୁଦ୍ଧ ଲିଙ୍ଗ ଗାଁ ମଧ୍ୟରେ କେଲୁଅ ନଦୀରେ ଗତ ୨୯ ତାରିଖରେ ଏକ ବଡ଼ ଘାଇ ହୋଇଥିଲା। ବନ୍ଧ ଭାଙ୍ଗିବା ଯୋଗୁଁ ୫ ହଜାରରୁ ପରିବାର ପାଣିରେ ଉବୁଟୁବୁ ହୋଇଥିଲେ। ଧର୍ମଶାଳା ବ୍ଲକର ଅରେଇକଣା, ପଟୁନିଆ, କଦମପାଳ, ଉତ୍ତରପ୍ରତାପ, ମଙ୍ଗଳପୁର, ଦେଓଦା ଆଦି ପଞ୍ଚାୟତ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା।
ବିଜେପି ଅଭିଯୋଗ କରିଥିଲା, ଡିନାମାଇଟ ଲଗାଇ ଜାଣିଶୁଣି ବନ୍ଧକୁ ଭଙ୍ଗାଯାଇଛି। ଏହି ଡିନାମାଇଟ୍ ବିସ୍ଫୋରଣ ପଛରେ ଜେଇ ନରେନ ଜେନା ଓ ତାଙ୍କ ଭଣଜା ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଥିବା ବିଜେପି ଅଭିଯୋଗ କରିଥିଲା। ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସ୍ୱୀକାର କରିଛନ୍ତି, ବନ୍ଧ ଆପେ ଆପେ ଭାଙ୍ଗିନଥିଲା ତାହା ମନୁଷ୍ୟକୃତ। ଏ ନେଇ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)