Advertisment

ଥାନାକୁ ଗଲା ଫିଲ୍ମ 'ମିଷ୍ଟର କହ୍ନେୟା' ପୋଷ୍ଟର ବିବାଦ

ଭୁବନେଶ୍ୱର : ଅଭିନେତା ପପୁ ପମ୍ ପମ୍‌ଙ୍କ ଆଗାମୀ ଓଡ଼ିଆ ଫିଲ୍ମ ‘ମିଷ୍ଟର କହ୍ନେୟା’ର ପୋଷ୍ଟରକୁ ନେଇ ଛିଡ଼ା ହୋଇଛି ବିବାଦ। ପରେ ଥାନାକୁ ଗଲା ମାମଲା। ଭୁବନେଶ୍ୱର ମହିଳା ଥାନାରେ ଲିଖିତ ଅଭିଯୋଗ କଲେ ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି। ଫିଲ୍ମରେ ମହିଳାମାନଙ୍କୁ ଅପମାନିତ କରାଯାଇଥିବା ସେ ଏଫଆଇଆର୍‌ରେ ଉଲ୍ଲେଖ କରିଛନ୍ତି।  ଫିଲ୍ମର ପ୍ରଯୋଜକ, ନିର୍ଦ୍ଦେଶକଙ୍କ ସହ ଅଭିନେତା ପପୁ ପପୁପମ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି। ଏହାସହ ଫିଲ୍ମକୁ ସଂପୂର୍ଣ୍ଣ ବ୍ୟାନ୍ […]

author-image
Pradesh Pratyush
ଥାନାକୁ ଗଲା ଫିଲ୍ମ 'ମିଷ୍ଟର କହ୍ନେୟା' ପୋଷ୍ଟର ବିବାଦ

film

ଭୁବନେଶ୍ୱର : ଅଭିନେତା ପପୁ ପମ୍ ପମ୍‌ଙ୍କ ଆଗାମୀ ଓଡ଼ିଆ ଫିଲ୍ମ ‘ମିଷ୍ଟର କହ୍ନେୟା’ର ପୋଷ୍ଟରକୁ ନେଇ ଛିଡ଼ା ହୋଇଛି ବିବାଦ। ପରେ ଥାନାକୁ ଗଲା ମାମଲା। ଭୁବନେଶ୍ୱର ମହିଳା ଥାନାରେ ଲିଖିତ ଅଭିଯୋଗ କଲେ ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି।

Advertisment

ଫିଲ୍ମରେ ମହିଳାମାନଙ୍କୁ ଅପମାନିତ କରାଯାଇଥିବା ସେ ଏଫଆଇଆର୍‌ରେ ଉଲ୍ଲେଖ କରିଛନ୍ତି।  ଫିଲ୍ମର ପ୍ରଯୋଜକ, ନିର୍ଦ୍ଦେଶକଙ୍କ ସହ ଅଭିନେତା ପପୁ ପପୁପମ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି। ଏହାସହ ଫିଲ୍ମକୁ ସଂପୂର୍ଣ୍ଣ ବ୍ୟାନ୍ ପାଇଁ ମଧ୍ୟ ଦାବି କରିଛନ୍ତି ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି।

ପୋଷ୍ଟର ରିଲିଜ ହେବା ପରେ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା।  ପୋଷ୍ଟର ଭାଇରାଲ୍ ହେବା ପରେ, ପ୍ରଯୋଜନା ସଂସ୍ଥା ସହ ଅଭିନେତା ପପୁଙ୍କୁ ତୀବ୍ର ସମାଲୋଚନା କରାଯାଉଛି। ଏହି ପୋଷ୍ଟରରେ ପପୁ ୭ ଜଣ ଯୁବତୀଙ୍କ ସହ ନଜର ଆସୁଛନ୍ତି। ଯେଉଁଥିରେ ଝିଅ ମାନଙ୍କୁ ୭ଟି ଦଉଡ଼ିରେ ବନ୍ଧାଯାଇଛି ଏବଂ ସେ ସବୁ ଦଉଡ଼ିକୁ ପପୁ ନିଜ ହାତରେ ଧରିଛନ୍ତି।

Advertisment

ଏଭଳି ପୋଷ୍ଟର ମହିଳାଙ୍କ ପ୍ରତି ଅସମ୍ମାନ ବୋଲି ଦର୍ଶାଇ ସୋଶାଲ୍ ମିଡ଼ିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ତେବେ ଏନେଇ ଫିଲ୍ମର ପ୍ରଯୋଜନା ସଂସ୍ଥା କିମ୍ବା ଅଭିନେତା ପପୁ ପମ୍‌ପମ୍‌ଙ୍କ ପ୍ରତିକ୍ରିୟା ମିଳିପାରିନି।

Advertisment
Advertisment