Advertisment

ଲକ୍‌ଡାଉନ୍ କର୍ଫ୍ୟୁ ସମୟରେ ତହସିଲଦାରଙ୍କ କପଡ଼ା କିଣା ଅଭିଯୋଗକୁ ନେଇ ବିବାଦ

author-image
Abinash Pati
ଲକ୍‌ଡାଉନ୍ କର୍ଫ୍ୟୁ ସମୟରେ ତହସିଲଦାରଙ୍କ କପଡ଼ା କିଣା ଅଭିଯୋଗକୁ ନେଇ ବିବାଦ

tahsildar

ଭଦ୍ରକ: ଲକ୍‌ଡାଉନ୍ କର୍ଫ୍ୟୁ ସମୟରେ ତହସିଲଦାରଙ୍କ କପଡ଼ା କିଣା ଅଭିଯୋଗକୁ ନେଇ ବିବାଦ ଦେଖା ଦେଇଛି। ଭଦ୍ରକ ଜିଲ୍ଲା ବନ୍ତ ତହସିଲଦାର ଇନ୍ଦିରା ସାହୁ କର୍ଫ୍ୟୁ ସମୟରେ ଲୁଗା କିଣିବାର ଭିଡିଓ ଭାଇରାଲ୍ ହୋଇଛି।

Advertisment

ଗତ ୧୯ ତାରିଖ ରାତିରେ ଲକ୍‌ଡାଉନ୍ କର୍ଫ୍ୟୁ ଲାଗିଥିବାବେଳେ ତହସିଲଦାର ଇନ୍ଦିରା ସାହୁ, ଜଣେ ଲୁଗା ଦୋକାନୀଙ୍କୁ ଡକାଇ ଦୋକାନରେ ପଶି ଲୁଗା କିଣୁଥିବା ଦୃଶ୍ୟ ମୋବାଇଲ ଭିଡିଓରେ କଏଦ ହୋଇଛି। ଭିଡିଓ ଉଠାଉଥିବା ଯୁବକଙ୍କ ସହ ତହସିଲଦାରଙ୍କ ଯୁକ୍ତି ତର୍କ ମଧ୍ୟ ହେଉଥିବା ଏବଂ ପରେ ଦୋକାନୀ ଜଣକ ଶଟର ପକାଇଦେଉଥିବା ଭିଡିଓରେ ଦେଖାଦେଇଛି। ପରେ ଏ ସଂକ୍ରାନ୍ତରେ ଯୁବକ ଜଣକ ଜିଲ୍ଲାପାଳ ଓ ଏସପିଙ୍କୁ ଟୁଇଟ କରି ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ ଜିଲ୍ଲାପାଳ ଉପଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ଅଭିଯୋଗକୁ ତହସିଲଦାର ଇନ୍ଦିରା ସାହୁ ଖଣ୍ଡନ କରିଛନ୍ତି।

Advertisment
Advertisment
Advertisment