/odishatv-khabar/media/post_attachments/uploadimage/library/16_9/16_9_0/sbi_1625428758.jpg)
sbi
ଭୁବନେଶ୍ୱର: ରାଜ୍ୟରେ ୨ଟି ନୂଆ ଶାଖା ସହିତ ୨୮ଟି ଡିଷ୍ଟ୍ରିକ୍ଟ ସେଲସ୍ ହବ୍ ଓ ୫୧ଟି ନୂତନ ଗ୍ରାହକ ସେବା କେନ୍ଦ୍ର ଖୋଲିଲା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ। ଗ୍ରାମାଞ୍ଚଳ ଓ ସେମି ଅର୍ବାନ ଏରିଆରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ କ୍ଷୁଦ୍ର ବ୍ୟବସାୟକୁ ଅଧିକ ଗୁରୁତ୍ୱ ଦେବାଲାଗି ଏସ୍ବିଆଇ ଏହା ଖୋଲିଛି।
Advertisment
ରାଜ୍ୟର ଅପହଞ୍ଚ ଅଂଚଳରେ ବ୍ୟାଙ୍କ ସେବା ଯୋଗାଇ ଦେବା ପାଇଁ ୪ ହଜାର ୪୩୫ଟି ଗ୍ରାହକ ସେବା କେନ୍ଦ୍ର ରହିଛି। ୫୧ଟି ନୂଆ ଗ୍ରାହକ ସେବା କେନ୍ଦ୍ର ଖୋଲିବା ଫଳରେ ଲୋକେ ଅଧିକ ସୁବିଧା ପାଇପାରିବେ ବୋଲି ଏସବିଆଇ ଚିଫ୍ ଜେନେରାଲ ମ୍ୟାନେଜର କହିଛନ୍ତି।
ଏହି ୨ ନୂତନ ଶାଖା ସହିତ ୨୮ଟି ଡିଷ୍ଟ୍ରିକ୍ଟ ସେଲସ ହବ୍ ଓ ଗ୍ରାହକ ସେବା କେନ୍ଦ୍ରକୁ ଡିଜିଟାଲ ମାଧ୍ୟମରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ୫୦୧ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ କରାଯାଇଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)