Advertisment

କରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ; ରାଜ୍ୟରେ ଆରୋଗ୍ୟ ହାର ୭୬. ୭୮ % ଏବଂ ମୃତ୍ୟୁହାର 0.୪୬%

ଭୁବନେଶ୍ୱର: କରୋନା ସ୍ଥିତି ସହ କୃଷି, ଶିଳ୍ପ ଓ ଭିତ୍ତିଭୂମି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମୀକ୍ଷାରେ ଅର୍ଥନୀତିର ବିଭିନ୍ନ କ୍ଷେତ୍ର ଉପରେ ସମୀକ୍ଷା କରି ଜୀବିକା ସୃଷ୍ଟି ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କଟକ-ଖୋର୍ଦ୍ଧାରେ କୋଭିଡ୍ ରଣନୀତିକୁ ସୁଦୃଢ଼ କରାଯିବ। ବଢୁଥିବା ସଂକ୍ରମଣର ସ୍ଥିତିକୁ ଦେଖି ଏହି ଦୁଇ ଜିଳ୍ଲାରେ ରଣନୀତିକୁ ସୁଦୃଢ଼ କରିବାକୁ ପରାମର୍ଶ ଦେଇଛନ୍ତି ନବୀନ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ଲୋକଙ୍କ କୋଭିଡ୍ ଟେଷ୍ଟ କରାଯାଇଛି। ପ୍ରତି […]

author-image
Abinash Pati
କରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ; ରାଜ୍ୟରେ ଆରୋଗ୍ୟ ହାର ୭୬. ୭୮ % ଏବଂ ମୃତ୍ୟୁହାର 0.୪୬%

cm-naveen

ଭୁବନେଶ୍ୱର: କରୋନା ସ୍ଥିତି ସହ କୃଷି, ଶିଳ୍ପ ଓ ଭିତ୍ତିଭୂମି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମୀକ୍ଷାରେ ଅର୍ଥନୀତିର ବିଭିନ୍ନ କ୍ଷେତ୍ର ଉପରେ ସମୀକ୍ଷା କରି ଜୀବିକା ସୃଷ୍ଟି ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Advertisment

କଟକ-ଖୋର୍ଦ୍ଧାରେ କୋଭିଡ୍ ରଣନୀତିକୁ ସୁଦୃଢ଼ କରାଯିବ। ବଢୁଥିବା ସଂକ୍ରମଣର ସ୍ଥିତିକୁ ଦେଖି ଏହି ଦୁଇ ଜିଳ୍ଲାରେ ରଣନୀତିକୁ ସୁଦୃଢ଼ କରିବାକୁ ପରାମର୍ଶ ଦେଇଛନ୍ତି ନବୀନ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ଲୋକଙ୍କ କୋଭିଡ୍ ଟେଷ୍ଟ କରାଯାଇଛି। ପ୍ରତି ୧୦ ଲକ୍ଷ ଲୋକରେ ଏହା ୪୨ ହଜାର ୪୦୪, ଯାହାକି ଜାତୀୟ ସ୍ତରଠାରୁ ବହୁତ ଅଧିକ।

ଆରୋଗ୍ୟ ହାର ମଧ୍ୟ ୭୬ ଦଶମିକ ୭୮ ପ୍ରତିଶତ ଏବଂ ମୃତ୍ୟୁହାର ଶୂନ ଦଶମିକ ୪୬ ପ୍ରତିଶତ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ଭିଡିଓ କନଫରେନ୍ସ ଜରିଆରେ କୋଭିଡ୍ ପରିସ୍ଥିତି ସହିତ କୃଷି, ଶିଳ୍ପ, ଭିତ୍ତିଭୂମି ଆଦି ଅର୍ଥନୀତିର ବିଭିନ୍ନ କ୍ଷେତ୍ରର ସମୀକ୍ଷା କରି ଜୀବିକା ସୃଷ୍ଟି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

Advertisment

ମୌସୁମୀ ବର୍ଷା, ବନ୍ୟା ଏବଂ ପରିବହନ କ୍ଷେତ୍ରରେ ପୂର୍ବାବସ୍ଥା ଫେରୁଥିବାରୁ କୋଭିଡ୍ ପରିଚାଳନା ପାଇଁ ଏକ ବଡ଼ ଆହ୍ୱାନ। ଏହାକୁ ଦୃଷ୍ଟିରେ ରଖି କୋଭିଡ୍ ରଣନୀତିକୁ କାର୍ଯ୍ୟକାରୀ କରାଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସରକାରୀ ଏବଂ ଘରୋଇ କ୍ଷେତ୍ରରେ ସବୁ ଜ୍ୱର କ୍ଲିନିକଗୁଡ଼ିକୁ ଆଲର୍ଟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ସେହିପରି ଗୁରୁତର କୋଭିଡ୍ ରୋଗୀଙ୍କ ପାଇଁ ଜିଲ୍ଲା ଭିତରରେ ଥିବା ହସ୍ପିଟାଲ୍‌ରେ ହିଁ ICU ବେଡ୍‌ର ବ୍ୟବସ୍ଥା, କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ, ମାସ୍କ ସହ ସାମାଜିକ ଦୂରତା ଆଦି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Advertisment
Advertisment