Advertisment

Cyclone Montha: ଓଡ଼ିଶା ପାଇଁ ଭୟ ! ବଳ ଗୋଟାଇ ମାଡ଼ି ଆସୁଛି ମୋନ୍ଥା

ଓଡ଼ିଶା ପାଇଁ ପୁଣି ବାତ୍ୟା ଭୟ । ବଳ ଗୋଟାଇ ମାଡ଼ି ଆସୁଛି ମୋନ୍ଥା । ସାରା ରାଜ୍ୟରେ ବିଶେଷ ପ୍ରଭାବ । ଆରମ୍ଭ ହୋଲାଣି ବର୍ଷା, ବଢ଼ିଲାଣି ପବନ । ଗତକାଲି ରାତିରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇସାରିଛି ।

author-image
Manas Ranjan Mohanty
Cyclone-Monthan-Odisha

Cyclone-Monthan-Odisha Photograph: (OTV)

ଓଡ଼ିଶା ପାଇଁ ପୁଣି ବାତ୍ୟା ଭୟ । ବଳ ଗୋଟାଇ ମାଡ଼ି ଆସୁଛି ମୋନ୍ଥା । ସାରା ରାଜ୍ୟରେ ବିଶେଷ ପ୍ରଭାବ । ଆରମ୍ଭ ହୋଲାଣି ବର୍ଷା, ବଢ଼ିଲାଣି ପବନ । ଗତକାଲି ରାତିରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇସାରିଛି । ଏବେ ଗୋପାଳପୁରଠାରୁ ୭୫୦ କିଲୋମିଟର ଏବଂ ଆନ୍ଧ୍ରପ୍ରଦେଶ କାକିନାଡ଼ା ଠାରୁ ୬୨୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି l ଆଉ ଘଣ୍ଟା ପ୍ରତି ୧୬ କିମି ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଆଡକୁ ଗତି କରୁଛି । କାଲି ସକାଳ ସୁଦ୍ଧା ଆହୁରି ଘନୀଭୂତ ହୋଇ ଗୋଟିଏ ଭୀଷଣ ବାତ୍ୟାର ରୂପ ନେବ । ଆଉ କାଲି ସନ୍ଧ୍ୟାରୁ ଆରମ୍ଭ ହୋଇଯିବ ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ମଛଲିପଟନମ୍ ଓ କଳିଙ୍ଗପଟନମ୍ ଭିତରେ କାକିନାଡ଼ା ପାଖରେ ସାଇକ୍ଲୋନ୍ ସ୍ଥଳଭାଗ ଅତିକ୍ରମ କରିବ। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ସର୍ବାଧିକ ୯୦ରୁ ୧୦୦ କିଲୋମିଟର ରହିଥିବ ବୋଲି କହିଛନ୍ତି IMD ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର ।

Advertisment



ଝଟକା ପବନ ୧୧୦ କିଲୋମିଟର ଯାଏଁ ବଢ଼ିପାରେ । ଏବେଠୁ କାକିନାଡ଼ାରେ ପଡ଼ିଲାଣି ବାତ୍ୟା ପ୍ରଭାବ । ସମୁଦ୍ର ଅଶାନ୍ତ ହେବା ସହିତ ବର୍ଷା ବି ଆରମ୍ଭ ହୋଇଗଲାଣି । ଆସନ୍ତାକାଲି ସକାଳୁ ପବନର ବେଗ ବଢିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏପଟେ ଓଡ଼ିଶାରେ ବି ମୋନ୍ଥାର ପ୍ରଭାବ ଦେଖିବାକୁ ମିଳିଲାଣି । ଓଡ଼ିଶାର କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ବାଲେଶ୍ବରରୁ ଖୋର୍ଦ୍ଧା ସବୁଠି ମେଘାଚ୍ଛନ୍ନ ରହିଛି ଆକାଶ । ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ନଇେ ସବୁ ପଦକ୍ଷେପ ନିଆଯାଉଛି । 



ଓଡ଼ିଶା ପାଇଁ ସେଭଳି ପବନର ଭୟ ନଥିଲେ ମଧ୍ୟ ବର୍ଷାର ଭୟ ରହିଛି । ବାତ୍ୟା ଆନ୍ଧ୍ରପ୍ରଦେଶ ମୁହାଁ ହୋଇଥିଲେ ବି ବର୍ଷା ଯୋଗୁ ଓଡ଼ିଶା ପ୍ରଭାବିତ ହୋଇପାରେ । ତେଣୁ ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି । 

Advertisment

Advertisment
Related Articles
Advertisment