Advertisment

Shock in School Hostel: ହଷ୍ଟେଲ ପରିସରରେ ଟଳିପଡିଲେ ଦଶମ ଛାତ୍ର, ମୃତ ଘୋଷଣା କଲେ ଡାକ୍ତର

ଖଲ୍ଲିକୋଟ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଅକାଳ ମୃତ୍ୟୁ। ମୃତ ଛାତ୍ର ମିହିର ପ୍ରଧାନ ବୋଲି ଜଣାପଡିଛି।  ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଗଲପୁର ଗାଁର ସନ୍ତୋଷ ପ୍ରଧାନଙ୍କ ପୁଅ ମିହିର  ହଷ୍ଟେଲରେ ରହି ଦଶମ ଶ୍ରେଣୀରେ ପାଠ ପଢୁଥିଲେ।

author-image
Tapan Swain
STUDENT_DEATH

STUDENT_DEATH Photograph: (OTV)

ଗଞ୍ଜାମ ଖଲ୍ଲିକୋଟ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଅକାଳ ମୃତ୍ୟୁ। ମୃତ ଛାତ୍ର ମିହିର ପ୍ରଧାନ ବୋଲି ଜଣାପଡିଛି।  ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଗଲପୁର ଗାଁର ସନ୍ତୋଷ ପ୍ରଧାନଙ୍କ ପୁଅ ମିହିର  ହଷ୍ଟେଲରେ ରହି ଦଶମ ଶ୍ରେଣୀରେ ପାଠ ପଢୁଥିଲେ।  

Advertisment

ଆଜି ହଠାତ ହଷ୍ଟେଲ ପରିସରରେ ମିହିର ଅଚେତ ହୋଇ ପଡିଥିଲେ। ତାଙ୍କୁ ତୁରନ୍ତ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜରୁରୀ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଫଳରେ ହସ୍ପିଟାଲ ପରିସରରେ ମୃତ ଛାତ୍ରଙ୍କ ପରିବାର, ସଂପର୍କୀୟ ମେଡିକାଲରେ ପହଞ୍ଚିଥିଲେ।

ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ବିଧାୟକ ଓ ତହସିଲଦାର ପହଞ୍ଚି ଘଟଣା ସମ୍ପର୍କରେ ବୁଝିଛନ୍ତି। ଛାତ୍ରଙ୍କ ମୃତ୍ୟୁ ନେଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି....

Advertisment

ଟଳିପଡ଼ିଲେ ଦଶମ ଛାତ୍ର

ଖଲ୍ଲିକୋଟ: ସ୍କୁଲ୍  ପରିସରରେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର
ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସର ହଷ୍ଟେଲ୍ ରେ ଅଘଟଣ
ହଠାତ୍  ଛାତ୍ର ଜଣଙ୍କ ଅଚେତ ହୋଇପଡ଼ିଥିଲେ
ମେଡିକାଲ୍ ରେ ମୃତ ଘୋଷଣା କଲେ ଡାକ୍ତର, ମୃତ୍ୟୁର କାରଣ ଅସ୍ପଷ୍ଟ
ଶୋକାକୁଳ ପରିବେଶ, ପହଞ୍ଚିଲେ ସ୍ଥାନୀୟ ବିଧାୟକ ଓ ତହସିଲଦାର

Student Death
Advertisment
Related Articles
Advertisment