Advertisment

ଚୌଦ୍ୱାର ବାଣିପଦା ଗାଁରେ ଗୋଷ୍ଠୀ ସଂଘର୍ଷ

ଚୌଦ୍ୱାର(ପ୍ରକାଶ ନାୟକ): କଟକ ଜିଲ୍ଲା ଚୌଦ୍ୱାରରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ ୧୦ ଜଣ ଆହତ ହୋଇଛନ୍ତି। ବାଣିପଦା ଗାଁରେ ଯାତ୍ରା ଶେଷ ହେବା ପରେ ୨ ସାହି ମଧ୍ୟରେ ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ ହୋଇଥିଲା। ପ୍ରଥମେ ବଚସା ପରେ ଢେଲା ପଥର ମରାମରି ହୋଇଥିଲା। ଏହାପରେ ସ୍ଥିତି ନିୟନ୍ତ୍ରଣ ପାଇଁ ଯାଇଥିବା ଚୌଦ୍ୱାର ଥାନା ଆଇଆଇସି ପଦ୍ମନାଭ ପ୍ରଧାନ ଗଣ୍ଡଗୋଳକାରୀଙ୍କ ଢ଼େଲାମାଡ଼ରେ ଆହତ ହୋଇଛନ୍ତି। ଆହତ ୧୦ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ […]

author-image
Jyotsnamayee Pradhan
ଚୌଦ୍ୱାର ବାଣିପଦା ଗାଁରେ ଗୋଷ୍ଠୀ ସଂଘର୍ଷ

police

ଚୌଦ୍ୱାର(ପ୍ରକାଶ ନାୟକ): କଟକ ଜିଲ୍ଲା ଚୌଦ୍ୱାରରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ ୧୦ ଜଣ ଆହତ ହୋଇଛନ୍ତି। ବାଣିପଦା ଗାଁରେ ଯାତ୍ରା ଶେଷ ହେବା ପରେ ୨ ସାହି ମଧ୍ୟରେ ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ ହୋଇଥିଲା। ପ୍ରଥମେ ବଚସା ପରେ ଢେଲା ପଥର ମରାମରି ହୋଇଥିଲା। ଏହାପରେ ସ୍ଥିତି ନିୟନ୍ତ୍ରଣ ପାଇଁ ଯାଇଥିବା ଚୌଦ୍ୱାର ଥାନା ଆଇଆଇସି ପଦ୍ମନାଭ ପ୍ରଧାନ ଗଣ୍ଡଗୋଳକାରୀଙ୍କ ଢ଼େଲାମାଡ଼ରେ ଆହତ ହୋଇଛନ୍ତି।

Advertisment

ଆହତ ୧୦ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଉଭୟ ଗୋଷ୍ଠୀର ୨୫ ଜଣଙ୍କୁ ଗିରଫ କରି ପୁଲିସ୍‌ କୋର୍ଟ ଚାଲାଣ କରିଛି।

Advertisment
Advertisment