Advertisment

ଚିଟ୍‌ଫଣ୍ଡ କମ୍ପାନୀଙ୍କୁ ପବ୍ଲିକ୍ ନୋଟିସ୍‌

ଭୁବନେଶ୍ୱର: ବହୁ କୋଟି ଟଙ୍କା ଚିଟଫଣ୍ଡ କେଳେଙ୍କାରୀରେ ସମ୍ପୃକ୍ତ ଥିବା କମ୍ପାନୀମାନଙ୍କୁ ତଦନ୍ତ କମିଶନ ପବ୍ଲିକ ନୋଟିସ୍‌ କରିଛନ୍ତି। ତଦନ୍ତ କମିଶନଙ୍କ ନିକଟରେ ହାଜର ହେଉ ନଥିବା କମ୍ପାନୀମାନଙ୍କୁ ଏହି ନୋଟିସ ଜାରି କରାଯାଇଛି।  ଦୁଇଟି ପର୍ଯ୍ୟାୟରେ ଏହି ନୋଟିସ୍ ଜାରି ହୋଇଛି। ଯେଉଁ ଚିଟଫଣ୍ଡ ସଂସ୍ଥାର ଠିକଣା ଏବଂ ଏହାର ମାଲିକଙ୍କ ସମ୍ପର୍କରେ ସୂଚନା ଥାଇ ମଧ୍ୟ ହାଜର ହୋଇ ନାହାନ୍ତି, ସେମାନଙ୍କୁ ହାଜର ହେବା ଲାଗି ଗୋଟିଏ ନୋଟିସ୍ ଜାରି ହୋଇଛି।  ସେହିପରି ଅନ୍ୟ […]

author-image
Jyotsnamayee Pradhan
ଚିଟ୍‌ଫଣ୍ଡ କମ୍ପାନୀଙ୍କୁ ପବ୍ଲିକ୍ ନୋଟିସ୍‌

mm das

ଭୁବନେଶ୍ୱର: ବହୁ କୋଟି ଟଙ୍କା ଚିଟଫଣ୍ଡ କେଳେଙ୍କାରୀରେ ସମ୍ପୃକ୍ତ ଥିବା କମ୍ପାନୀମାନଙ୍କୁ ତଦନ୍ତ କମିଶନ ପବ୍ଲିକ ନୋଟିସ୍‌ କରିଛନ୍ତି। ତଦନ୍ତ କମିଶନଙ୍କ ନିକଟରେ ହାଜର ହେଉ ନଥିବା କମ୍ପାନୀମାନଙ୍କୁ ଏହି ନୋଟିସ ଜାରି କରାଯାଇଛି।  ଦୁଇଟି ପର୍ଯ୍ୟାୟରେ ଏହି ନୋଟିସ୍ ଜାରି ହୋଇଛି।

Advertisment

ଯେଉଁ ଚିଟଫଣ୍ଡ ସଂସ୍ଥାର ଠିକଣା ଏବଂ ଏହାର ମାଲିକଙ୍କ ସମ୍ପର୍କରେ ସୂଚନା ଥାଇ ମଧ୍ୟ ହାଜର ହୋଇ ନାହାନ୍ତି, ସେମାନଙ୍କୁ ହାଜର ହେବା ଲାଗି ଗୋଟିଏ ନୋଟିସ୍ ଜାରି ହୋଇଛି।  ସେହିପରି ଅନ୍ୟ ଯେଉଁ କମ୍ପାନୀ କିମ୍ବା ଏହାର ପରିଚାଳନା ନିର୍ଦ୍ଦେଶକ, ନିର୍ଦ୍ଦେଶକ ଏବଂ ଅଧ୍ୟକ୍ଷଙ୍କ କୌଣସି ଠିକଣା କମିଶନଙ୍କ ନିକଟରେ ନାହିଁ, ସେଭଳି କମ୍ପାନୀଙ୍କ ପାଇଁ ମଧ୍ୟ କମିଶନ ଆଉ ଏକ ନୋଟିସ ଜାରି କରିଛନ୍ତି।

ଏଭଳି ମୋଟ ୫୭୬ଟି କମ୍ପାନୀକୁ କମିଶନରେ ହାଜର ହୋଇ ନିଜର ପକ୍ଷ ରଖିବାକୁ ନୋଟିସ ହୋଇଛି। ସମ୍ପୃକ୍ତ କମ୍ପାନୀମାନଙ୍କୁ ଆସନ୍ତା ଏପ୍ରିଲ ୧୫ ତାରିଖରୁ ୨୪ ସେପ୍ଟେମ୍ବର ୨୦୧୯ ମଧ୍ୟରେ କମିଶନଙ୍କ ନିକଟରେ ହାଜର ହେବାକୁ ନୋଟିସରେ କୁହାଯାଇଛି।

Advertisment

ଏପରିକି ତ୍ରୁଟିପୂର୍ଣ୍ଣ ସତ୍ୟପାଠ ଆଧାରରେ ମଧ୍ୟ କିଛି କମ୍ପାନୀକୁ ଏହି ନୋଟିସରେ ସାମିଲ କରାଯାଇଛି।  ୧୦ ହଜାର କିମ୍ବା ଏହାଠାରୁ କମ୍ ଟଙ୍କା ଜମା କରିଥିବା କ୍ଷୁଦ୍ର ଜମାକାରୀଙ୍କ ସତ୍ୟପାଠ ଆଧାରରେ ମାମଲାର ତଦନ୍ତ କରୁଥିବା ଜଷ୍ଟିସ ଏମ୍.ଏମ୍. ଦାସ କମିଶନ ସମ୍ପୃକ୍ତ କମ୍ପାନୀଙ୍କୁ ନୋଟିସ ଜାରି କରିଛନ୍ତି।

Advertisment
Advertisment