Advertisment

କଳ୍ପନା ଦାଶ ଓ ତାଙ୍କ ଝିଅ ହତ୍ୟା ଘଟଣାରେ ଆଉ ଜଣେ ସାମିଲ୍; କିଏ ସେ ହତ୍ୟାକାରୀ ?

ଭୁବନେଶ୍ୱର: ଛତିଶଗଡ଼ ହମିରପୁର କଳ୍ପନା ଦାଶ ଓ ତାଙ୍କ କୁନିଝିଅ ମର୍ଡର ମାମଲାରେ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ଗିରଫ ହୋଇଛନ୍ତି। ଏହି ମର୍ଡରେ ଆଉ ଜଣେ ବ୍ୟକ୍ତିଙ୍କ ସମ୍ପୃକ୍ତି ଅଛି। ଏହାର ସୁରାକ ମିଳିଛି। ତେବେ ଏହି ତୃତୀୟ ଅଭିଯୁକ୍ତ ଜଣକ କିଏ? ତାଙ୍କୁ ଗିରଫ କରିବା ପାଇଁ ଛତିଶଗଡ଼ ପୁଲିସ ଚଢ଼ଉକୁ ଜୋରଦାର କରିଛି। ଅନ୍ୟପକ୍ଷରେ ନ୍ୟାୟ ଦାବିରେ ଅନୁପ ସାଏଙ୍କ ବଡ଼ ଭାଇ ଓ ପତ୍ନୀ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ […]

author-image
Abinash Pati
କଳ୍ପନା ଦାଶ ଓ ତାଙ୍କ ଝିଅ ହତ୍ୟା ଘଟଣାରେ ଆଉ ଜଣେ ସାମିଲ୍; କିଏ ସେ ହତ୍ୟାକାରୀ ?

EQuTx8PVAAEy5lA

ଭୁବନେଶ୍ୱର: ଛତିଶଗଡ଼ ହମିରପୁର କଳ୍ପନା ଦାଶ ଓ ତାଙ୍କ କୁନିଝିଅ ମର୍ଡର ମାମଲାରେ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ଗିରଫ ହୋଇଛନ୍ତି। ଏହି ମର୍ଡରେ ଆଉ ଜଣେ ବ୍ୟକ୍ତିଙ୍କ ସମ୍ପୃକ୍ତି ଅଛି। ଏହାର ସୁରାକ ମିଳିଛି। ତେବେ ଏହି ତୃତୀୟ ଅଭିଯୁକ୍ତ ଜଣକ କିଏ? ତାଙ୍କୁ ଗିରଫ କରିବା ପାଇଁ ଛତିଶଗଡ଼ ପୁଲିସ ଚଢ଼ଉକୁ ଜୋରଦାର କରିଛି। ଅନ୍ୟପକ୍ଷରେ ନ୍ୟାୟ ଦାବିରେ ଅନୁପ ସାଏଙ୍କ ବଡ଼ ଭାଇ ଓ ପତ୍ନୀ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି। ନ୍ୟାୟ ନମିଳିଲେ ବିଷ ପିଇ ଆତ୍ମହତ୍ୟା କରିବୁ ବୋଲି ଚେତାବନୀ ଦେଇଛନ୍ତି ଅନୁପଙ୍କ ବଡ଼ଭାଇ।

Advertisment

ସେପଟେ ହମିରପୁର ଡବଲ ମର୍ଡର ମାମଲାରେ ମୁଖ୍ୟଅଭିଯୁକ୍ତ ଅନୁପ ସାଏ ରିମାଣ୍ଡ ଅବଧି ଆଜି ସରିଥିଲେ। ତେଣୁ ତାଙ୍କୁ ୩ଦିନ ରିମାଣ୍ଡରେ ନେବାକୁ ପୁଲିସ ରାୟଗଡ଼ କୋର୍ଟରେ ଆବେଦନ କରିଛି। ଏଥିସହ ଅନୁପଙ୍କ ନାର୍କୋ ଟେଷ୍ଟ ପାଇଁ ମଧ୍ୟ କୋର୍ଟରେ ଆବେଦନ କରାଯାଇଛି। ଆସନ୍ତା ସୋମବାର ମାମଲାର ଶୁଣାଣି ହେବ।

ଅନୁପ ସାଏ ତଦନ୍ତରେ ସହଯୋଗ କରୁନଥିବା କହିଛନ୍ତି ରାୟଗଡ଼ ଏସ୍‌ପି ସନ୍ତୋଷ ସିଂହ। ସେ କହିଛନ୍ତି, ଜେରା ବେଳେ ଅନୁପ ସେହି ପୁରୁଣା କାହାଣୀ ଶୁଣାଇଛନ୍ତି। ତେବେ ତାଙ୍କ ଡ୍ରାଇଭରଠାରୁ କିଛି ସୁରାକ ମିଳିଛି। ହତ୍ୟା ଘଟଣାରେ ଆଉ ଜଣେ ବ୍ୟକ୍ତିର ସଂପୃକ୍ତି ନେଇ ମଧ୍ୟ ସୁରାକ ମିଳୁଛି।

Advertisment

ଅନ୍ୟପକ୍ଷରେ ଏହି ମାମଲାରେ ରାୟଗଡ଼ ପୁଲିସ ଝାରସୁଗୁଡ଼ାର ଏକ ହୋଟେଲ୍ ରେଜିଷ୍ଟର୍ ସିଜ କରିଥିବା ବେଳେ ମୃତ କଳ୍ପନା ଦାସଙ୍କ ବ୍ରାଜରାଜନଗର ରାଜପୁରରେ ରହୁଥିବା ଭାଇ ବରୁଣ ଦାସ ଓ ବଘରାଚକାରେ ରହୁଥିବା ଜଣେ ଭାଉଜଙ୍କୁ ହାଜର ହେବାକୁ ନୋଟିସ୍ କରିଛି।

ନ୍ୟାୟ ଦାବିରେ ଅନୁପ୍‌ଙ୍କ ବଡ଼ ଭାଇ ପ୍ରମୋଦ ଓ ପତ୍ନୀ ସୁଷମା ଜିଲ୍ଲାପାଳ ଅଫିସ ଆଗରେ ଧାରଣାରେ ବସିଛନ୍ତି। ପ୍ରମୋଦ କହିଛନ୍ତି, “ଯଦି ସୁରକ୍ଷା ନମିଳେ ଆମେ ସମସ୍ତେ ବିଷ ପିଇଦେବୁ। ଆମର ମାନ ଓ ସମ୍ମାନ ସବୁ ଗଲା। ରାୟଗଡ଼ ପୁଲିସ ଆମ ଉପରେ କରୁଥିବା ଦାଦାଗିରି ବନ୍ଦ କରୁ। ତଦନ୍ତ ତା ବାଟରେ ଯାଉ, ଆମେ ସେଥିରେ ହସ୍ତକ୍ଷେପ କରୁନାହୁଁ। ରାୟଗଡ଼ ପୁଲିସ ଆମ ପରିବାରକୁ ବାରମ୍ବାର ନୋଟିସ ପଠାଉଛି।”

ଏଥିରେ କିଛି ରାଜନୀତି ଷଡ଼ଯନ୍ତ୍ର ଅଛି କି ପ୍ରଶ୍ନରେ ପ୍ରମୋଦ କହିଛନ୍ତି, “ରାଜନୀତି ଥାଇପାରେ। ୨୦୧୬ର ମାମଲା ବର୍ତ୍ତମାନ କାହିଁକି ବାହାରିଲା? ଆମେ ଏଠି ବସି ରହିବୁ। କୁଆଡ଼େ ଯିବୁନୁ, ନଚେତ ଆମକୁ ମାରିଦେବେ।”

ସେପଟେ ଅନୁପଙ୍କ ପତ୍ନୀ ସୁଷମା କହିଛନ୍ତି, ସମଗ୍ର ଘଟଣାରେ ଆମକୁ ଫସେଇ ଦିଆଯାଇଛି। ମୋ ପୁଅ ଶୁଭମକୁ ଉଠାଇ ନେବାକୁ ପୁଲିସ୍ କହୁଛି। ସୁରକ୍ଷା ଦାବିରେ ଆମେ ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଛୁ।”

Advertisment
Advertisment