Advertisment

ରାଜ୍ୟରେ ବନ୍ୟା ଆଶଙ୍କାକୁ ନେଇ କ'ଣ କହିଲେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ?

ଭୁବନେଶ୍ୱର: ଏପଟେ ଲଘୁଚାପ ବର୍ଷା ଜାରି ରହିଥିଲେ ବି ରାଜ୍ୟରେ ବନ୍ୟାର ଆଶଙ୍କା ନାହିଁ। ଅନେକ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଥିବା କହିଛନ୍ତି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋର୍ତିମୟ ରଥ। ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ଆଜି ବର୍ଷା ହେବ। କିନ୍ତୁ ନଦୀରେ ବନ୍ୟା ଆଶଙ୍କା ନାହିଁ। ଅଧିକାଂଶ ନଦୀ ବିପଦ ସଙ୍କେତ ତଳେ ରହିଛି। କେବଳ ଜଳକା ନଦୀରେ ବିପଦ ସଂକେତ ପାଖା ପାଖି ନଦୀର ଜଳ ସ୍ତର […]

author-image
Abinash Pati
ଅଦ୍ୟତନ ହୋଇଛି
ରାଜ୍ୟରେ ବନ୍ୟା ଆଶଙ୍କାକୁ ନେଇ କ'ଣ କହିଲେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ?

flood

ଭୁବନେଶ୍ୱର: ଏପଟେ ଲଘୁଚାପ ବର୍ଷା ଜାରି ରହିଥିଲେ ବି ରାଜ୍ୟରେ ବନ୍ୟାର ଆଶଙ୍କା ନାହିଁ। ଅନେକ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଥିବା କହିଛନ୍ତି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋର୍ତିମୟ ରଥ।

Advertisment

ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ଆଜି ବର୍ଷା ହେବ। କିନ୍ତୁ ନଦୀରେ ବନ୍ୟା ଆଶଙ୍କା ନାହିଁ। ଅଧିକାଂଶ ନଦୀ ବିପଦ ସଙ୍କେତ ତଳେ ରହିଛି। କେବଳ ଜଳକା ନଦୀରେ ବିପଦ ସଂକେତ ପାଖା ପାଖି ନଦୀର ଜଳ ସ୍ତର ରହିଛି। ପାଞ୍ଚ ମିଟର ତଳେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ରହିଛି। ପଏଣ୍ଟ ରେନ ଫଲ ହେଲେ ପ୍ଲାସ ଫ୍ଲଡ଼ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଶ୍ରୀରଥ କହିଛନ୍ତି।

ହୀରାକୁଦ ଉପର ମୁଣ୍ଡ, ଛତିଶଗଡରେ ଏବେ ବର୍ଷା ନାହିଁ। କେବଳ ଝାଡ଼ଖଣ୍ଡରେ କାଲିଠୁ ବର୍ଷା ହେବ। ତେଣୁ ରାଜ୍ୟରେ ବନ୍ୟାର ଆଶଙ୍କା ନାହିଁ। ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡାକୁ ଛାଡିଦେଲେ ଅନ୍ୟ କୌଣସି ସ୍ଥାନରେ ୫୦ମିଲିମିଟରରୁ ଅଧିକ ବର୍ଷା ହୋଇନାହିଁ। ସବୁ ପ୍ରକାର ପରିସ୍ଥିତି ପାଇଁ ଜଳସମ୍ପଦ ବିଭାଗ ସଜାଗ ରହିଥିବା ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।

Advertisment
Advertisment
Advertisment