Advertisment

ବିନା ଭକ୍ତରେ ମଧ୍ୟ ରଥଯାତ୍ରା ସମ୍ଭବ: ବରିଷ୍ଠ ସେବାୟତ

ପୁରୀ: କରୋନା ସ୍ଥିତି ଯୋଗୁଁ ରଥଯାତ୍ରା ହେବ କି ନାହିଁ, ତାର କଳ୍ପନା ଜଳ୍ପନା ଚାଲିଥିବା ବେଳେ ବିନା ଭକ୍ତରେ ମଧ୍ୟ ରଥଯାତ୍ରା ସମ୍ଭବ ବୋଲି କହିଛନ୍ତି, ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର। ସେ କହିଛନ୍ତି, ରଥଯାତ୍ରା ଅତି ଗୁରୁତ୍ୱପୂର୍ଣ୍ଣ। ଭକ୍ତଙ୍କ ବିନା ମଧ୍ୟ ଏହା ହୋଇପାରିବ। ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପାଇଁ ସବୁ ରୀତିନୀତି ସୁରୁଖୁରୁ କରିବାକୁ ପ୍ରସ୍ତୁତି ଚାଲିଥିବା ସେ କହିଛନ୍ତି। ଏପଟେ ରଥଯାତ୍ରା ନିଷ୍ପତ୍ତି ନେବାରେ ରାଜ୍ୟ ସରକାର ଡେରି କରୁଥିବାରୁ କଟାକ୍ଷ […]

author-image
Abinash Pati
ବିନା ଭକ୍ତରେ ମଧ୍ୟ ରଥଯାତ୍ରା ସମ୍ଭବ: ବରିଷ୍ଠ ସେବାୟତ

otv

ପୁରୀ: କରୋନା ସ୍ଥିତି ଯୋଗୁଁ ରଥଯାତ୍ରା ହେବ କି ନାହିଁ, ତାର କଳ୍ପନା ଜଳ୍ପନା ଚାଲିଥିବା ବେଳେ ବିନା ଭକ୍ତରେ ମଧ୍ୟ ରଥଯାତ୍ରା ସମ୍ଭବ ବୋଲି କହିଛନ୍ତି, ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର।

Advertisment

ସେ କହିଛନ୍ତି, ରଥଯାତ୍ରା ଅତି ଗୁରୁତ୍ୱପୂର୍ଣ୍ଣ। ଭକ୍ତଙ୍କ ବିନା ମଧ୍ୟ ଏହା ହୋଇପାରିବ। ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପାଇଁ ସବୁ ରୀତିନୀତି ସୁରୁଖୁରୁ କରିବାକୁ ପ୍ରସ୍ତୁତି ଚାଲିଥିବା ସେ କହିଛନ୍ତି।

ଏପଟେ ରଥଯାତ୍ରା ନିଷ୍ପତ୍ତି ନେବାରେ ରାଜ୍ୟ ସରକାର ଡେରି କରୁଥିବାରୁ କଟାକ୍ଷ କରିଛନ୍ତି ବିଜେପି ନେତା ବିଜୟ ମହାପାତ୍ର। ସେ କହିଛନ୍ତି, ଯାହା ସ୍ଥିତି ଓ ପରିଚାଳନା କମିଟିର ନିଷ୍ପତ୍ତ, ସେଥିରେ ରଥଯାତ୍ରା ନ କରି ଆଉ କୌଣସି ରାସ୍ତା ନାହିଁ। ରଥଯାତ୍ରା ଆୟୋଜନ ନେଇ ସରକାରଙ୍କ ନୀତି ସ୍ପଷ୍ଟ ନାହିଁ।

Advertisment

ଏଣେ ରଥଯାତ୍ରା ପୂର୍ବରୁ ଉଭୟ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ଚାରିପାଖେ ଅସ୍ଥାୟୀ ଭାବେ ସିସିଟିଭି କ୍ୟାମେରା ଲଗାଇବାକୁ ଶ୍ରୀମନ୍ଦିର ପ୍ରଶାସନ ଟେଣ୍ଡର ଆହ୍ୱାନ କରିଥିବାରୁ ଏହା ରଥଯାତ୍ରା ଆୟୋଜନର ସଙ୍କେତ ଦେଉଥିବା ରଥଯାତ୍ରା ସମ୍ଭାବନାକୁ ଉଜ୍ଜ୍ୱଳ କରିଛି।

Advertisment
Advertisment