Advertisment

ପୂଜା ଫୁଲ ନଦୀରେ ପକାଇବାକୁ ଯାଇ ଭାସିଗଲା କୁନିପୁଅ

ବାଲେଶ୍ୱର:ଠାକୁର ପୂଜା  ବାସି ଫୁଲକୁ ପାଣିରେ ପକାଇବା ପାଇଁ  ମା’ଙ୍କ ସାଙ୍ଗରେ ନଦୀକୁ ଯାଇଥିଲା କୁନି ପୁଅ । ହେଲେ ଆଉ ଘରକୁ ଫେରିଲେନି। ନଦୀରେ ଭାସୁଥିବା କୁନି ପୁଅର ଚପଲ ଦେଖି ଡାକ ପକାଇଲେ ମା’। ଗାଁ ଲୋକ ଆସି ବହୁ ଖୋଜାଖୋଜି କଲେ। ହେଲେ ପୁଅ ମିଳିଲାନି। ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ତୁରାଣୀପଦା ଗ୍ରାମରେ। ଗ୍ରାମର ପ୍ରଭାସ କୁମାର ସିଅଙ୍କ ୭ବର୍ଷର ପୁଅ ଶୁଭ୍ରଜିତ।  […]

author-image
Minati Mishra
ପୂଜା ଫୁଲ ନଦୀରେ ପକାଇବାକୁ ଯାଇ ଭାସିଗଲା କୁନିପୁଅ

river

ବାଲେଶ୍ୱର:ଠାକୁର ପୂଜା  ବାସି ଫୁଲକୁ ପାଣିରେ ପକାଇବା ପାଇଁ  ମା’ଙ୍କ ସାଙ୍ଗରେ ନଦୀକୁ ଯାଇଥିଲା କୁନି ପୁଅ । ହେଲେ ଆଉ ଘରକୁ ଫେରିଲେନି। ନଦୀରେ ଭାସୁଥିବା କୁନି ପୁଅର ଚପଲ ଦେଖି ଡାକ ପକାଇଲେ ମା’। ଗାଁ ଲୋକ ଆସି ବହୁ ଖୋଜାଖୋଜି କଲେ। ହେଲେ ପୁଅ ମିଳିଲାନି। ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ତୁରାଣୀପଦା ଗ୍ରାମରେ।

Advertisment

ଗ୍ରାମର ପ୍ରଭାସ କୁମାର ସିଅଙ୍କ ୭ବର୍ଷର ପୁଅ ଶୁଭ୍ରଜିତ।  ମା’ଙ୍କ ସହିତ ଘରବାଡି ପାଖ ଦେଇ ଯାଇଥିବା ଢ଼ଙ୍କଣ ନଈକୁ ଯାଇଥିଲେ ଠାକୁର ପୂଜା ଫୁଲକୁ ନଈରେ ପକେଇବା ପାଇଁ। ଫୁଲ ପକାଇ  ସାରି ମା’ ପାଖରେ ବନ୍ଧାହୋଇଥିବା ଗୋରୁଙ୍କ ନିକଟକୁ ଯାଇଥିଲେ ।

ହେଲେ ଗୋରୁବାନ୍ଧି ସାରିବା ପରେ ବାଡିଭିତରେ ଶୁଭ୍ରଜିତ ଖୋଜିବା ବେଳକୁ ପୁଅ ନ ଥିଲା।  ଚାରି ଆଡେ ଖୋଜାଖୋଜି କରିବା ପରେ ଦେଖିଲେ,  ପୁଅର ଚପଲ ନଈ ଭିତରେ ଭାସୁଛି।

Advertisment

ପାଟିକରି ମା’ ସ୍ଥାନୀୟ ଗ୍ରାମବାସୀଙ୍କୁ ଡାକିଥିଲେ । ସଙ୍ଗେ ସଙ୍ଗେ ଗ୍ରାମବାସୀ ପହଞ୍ଚି ନଈରେ ଖୋଜାଖୋଜି କରିଥିଲେ । ପରିବାର ଲୋକେ ଖଇରା ଦମକଳ ବାହିନୀକୁ ଖବର ଦେଇଥିଲେ ।  ଦମକଳ ବାହୀନି ଘଟଣା ସ୍ଥଳରେ ପହଞ୍ଚି ନାବାଳକକୁ ଖୋଜାଖୋଜି କରିଥିଲେ। ସ୍ଥାନୀୟ ଯୁବକ ଏବଂ ଜନହିତ ଯୁବକ ସଙ୍ଘର ସଦସ୍ୟମାନେ ମଧ୍ୟ ନଈ ଭିତରେ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ। ମଧ୍ୟ ନାବାଳକକୁ ପାଇନଥିଲେ।

ଆହୁରି ପଢନ୍ତୁ:ସୁନାବେଶ 2020: ଆଜି ଶ୍ରୀଜିଉଙ୍କ ସୁନାବେଶ

Odisha News Odisha Khabar
Advertisment
Advertisment