Advertisment

ଓଡ଼ିଶା ହେବ ବିଜେପିର ଅଭେଦ୍ୟ ଗଡ଼

ଭୁବନେଶ୍ୱର: ଓଡ଼ିଶା ହେବ ବିଜେପିର ଅଭେଦ୍ୟ ଗଡ଼। ପୂରା ହେବ ଅଧୁରା କାମ। ରାଜ୍ୟରେ ପ୍ରତି ଘରେ ଘରେ ପହଞ୍ଚିବ ମୋଦି ସରକରାଙ୍କ ୬ ବର୍ଷର ସ୍ୱର୍ଣ୍ଣିମ ଶାସନର ସଫଳତାର ଗାଥା। ଆଜି ନୂଆଦିଲ୍ଲୀରେ ଭର୍ଚୁଆଲ୍ ଓଡ଼ିଶା ସମ୍ବାଦ ରାଲିକୁ ଉଦବୋଧନ କରି ବିଜେପି କର୍ମୀଙ୍କୁ ଏଭଳି ଆହ୍ୱାନ ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଏହି ଅବସରରେ ନରେନ୍ଦ୍ର ମୋଦିଙ୍କ ନେୃତ୍ୱାଧୀନ ଭାରତୀୟ ଜନତା ପାର୍ଟି ଶାସନରେ ବିଗତ ୬ ବର୍ଷର ଐତିହାସିକ ସଫଳତାର ଲମ୍ବା […]

author-image
Abinash Pati
ଓଡ଼ିଶା ହେବ ବିଜେପିର ଅଭେଦ୍ୟ ଗଡ଼

amit shah

ଭୁବନେଶ୍ୱର: ଓଡ଼ିଶା ହେବ ବିଜେପିର ଅଭେଦ୍ୟ ଗଡ଼। ପୂରା ହେବ ଅଧୁରା କାମ। ରାଜ୍ୟରେ ପ୍ରତି ଘରେ ଘରେ ପହଞ୍ଚିବ ମୋଦି ସରକରାଙ୍କ ୬ ବର୍ଷର ସ୍ୱର୍ଣ୍ଣିମ ଶାସନର ସଫଳତାର ଗାଥା। ଆଜି ନୂଆଦିଲ୍ଲୀରେ ଭର୍ଚୁଆଲ୍ ଓଡ଼ିଶା ସମ୍ବାଦ ରାଲିକୁ ଉଦବୋଧନ କରି ବିଜେପି କର୍ମୀଙ୍କୁ ଏଭଳି ଆହ୍ୱାନ ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା।

Advertisment

ଏହି ଅବସରରେ ନରେନ୍ଦ୍ର ମୋଦିଙ୍କ ନେୃତ୍ୱାଧୀନ ଭାରତୀୟ ଜନତା ପାର୍ଟି ଶାସନରେ ବିଗତ ୬ ବର୍ଷର ଐତିହାସିକ ସଫଳତାର ଲମ୍ବା ଇତିହାସ ବଖାଣିଛନ୍ତିସେ। ବିଗତ ୭୦ ବର୍ଷର ଶାସନ କାଳ ଭିତରେ ଓଡ଼ିଶାକୁ ଯାହା ମିଳିନଥିଲା, ତାହା ମୋଦି ସରକାର ସମୟରେ ମିଳିଛି। ଆଗକୁ ଏ ରାଜ୍ୟକୁ ଆହୁରି ବିକଶିତ କରିବା ଲାଗି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ ବୋଲି ଶାହ ଜୋର ଦେଇ କହିଛନ୍ତି।

କେନ୍ଦ୍ରରେ କଂଗ୍ରେସ ସରକାର ସମୟରେ ଓଡ଼ିଶାକୁ ମାତ୍ର ୭୯ ହଜାର କୋଟି ମିଳିଥିବା ବେଳେ ମୋଦିଙ୍କ ଅମଳରେ ୫ ଲକ୍ଷ ୫୨ହଜାର ୧୦୯ କୋଟି ମିଳିଥିବାର ତଥ୍ୟ ବି ରଖିଛନ୍ତି ଶାହ। ସେହିଭଳି କରୋନା ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ପଦକ୍ଷେପ ଓ ସଫଳତାର କଥା ବି ଉଲ୍ଲେଖ କରିଛନ୍ତି।

Advertisment

ରାଜ୍ୟରେ ୩ ଲକ୍ଷ ଶ୍ରମିକଙ୍କ ସଫଳ ପ୍ରତ୍ୟାବର୍ତ୍ତନରେ କେନ୍ଦ୍ରର ଭୂମିକା ଏବଂ ଆଗକୁ ସେମାନଙ୍କ ଭବିଷ୍ୟତ କର୍ମନିଯୁକ୍ତିର ମାର୍ଗ ଯେପରି ପ୍ରସସ୍ତ ହେବା ସହ ସେମାନେ ଆତ୍ମନିଯୁକ୍ତି ପାଇପାରିବେ, ସେ ଉପରେ ବି ଗୁରୁତ୍ୱ ଦେଇଛନ୍ତି ଶାହ।

ଏପଟେ କରୋନା ଭଳି ମହା ବିପତ୍ତି ସମୟରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଏ ରାଲି ରାଜନୀତିକୁ ସହଜରେ ଗ୍ରହଣ କରି ପାରିନି ବିରୋଧୀ କଂଗ୍ରେସ। ସଭାସମିତି ପାଇଁ ସରକାର ନିଜେ କଟକଣା ଜାରି କରିଥିଲେ ବି ଗୃହମନ୍ତ୍ରୀ ନିଜେ ନିୟମ ଭାଙ୍ଗିଛନ୍ତି କହି ତୀବ୍ର ସମାଲୋଚନା କରିଛନ୍ତି ପିସିସି ସଭାପତି। ସେପଟେ ବିଜେପିର ଏହା ଦଳୀୟ ବ୍ୟାପାର କହି ପ୍ରସଙ୍ଗ ଏଡାଇ ଯାଇଛି ବିଜେଡି।

Advertisment
Advertisment