/odishatv-khabar/media/post_attachments/uploadimage/library/16_9/16_9_0/sambit-patra-1_1625287368.jpg)
sambit-patra
କଟକ: ବଗଲା ଧର୍ମଶାଳା ଜମି ଅନିୟମିତତା ଅଭିଯୋଗ ପ୍ରସଙ୍ଗରେ ହାଇକୋର୍ଟରେ ଆଉ ଏକ ମାମଲା ରୁଜୁ ହୋଇଛି। ଏହି ମାମଲା ଦାୟର କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଅନିୟମିତତା ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ପାଇଁ କୋର୍ଟରେ ଆବେଦନ କରିଛନ୍ତି ସମ୍ବିତ। ଜଗନ୍ନାଥଙ୍କ ଖାତାକୁ ଜମି ଫେରାଇବାକୁ ପିଟିସନରେ ଆବେଦନ କରାଯାଇଛି।
ଅନ୍ୟପଟେ ହାଇକୋର୍ଟରେ ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ମାମଲା ପ୍ରସଙ୍ଗରେ ପୁରୀ ତହସିଲଦାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜବାବ ଦାଖଲ କରାଯାଇଛି। ବଗଲା ଜମି ସରକାରଙ୍କ ଅଧୀନରେ ଅଛି ଓ ତାକୁ ନବୀକରଣ କରାଯାଉଛି ବୋଲି କୋର୍ଟଙ୍କୁ ଜଣାଇଛି ପ୍ରଶାସନ। ତେବେ ଦାଖଲ ଜବାବ ସତ୍ୟପାଠ ଆକାରରେ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସତ୍ୟପାଠ ଦାଖଲ ପାଇଁ ଆଡଭୋକେଟ ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ମାମଲାର ଅନ୍ୟ ପ୍ରତିପକ୍ଷଙ୍କୁ ମଧ୍ୟ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ଆବେଦନକାରୀ ଜଗନ୍ନାଥ ବସ୍ତିଆଙ୍କୁ ମଧ୍ୟ ପ୍ରତିଜବାବ ମାଗିଛନ୍ତି କୋର୍ଟ। ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)