Advertisment

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

ଭୁବନେଶ୍ୱର: ବିଧାନସଭା ଅଧିବେଶନ ପାଇଁ ବିଜେପି ବିଧାୟକ ଦଳର ବୈଠକ ବସିଥିଲା। ୱେବିନାର ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିର ଅଧିବେଶନରେ କେଉଁସବୁ ପ୍ରସଙ୍ଗକୁ ନେଇ ସରକାରୀଙ୍କୁ ପ୍ରଶ୍ନ କରାଯିବ ସେ ନେଇ ରଣନୀତି ପ୍ରସ୍ତୁତ କରିଥିଲା ଦଳ। ଏଥର ବିଧାନସଭାରେ ବିଦ୍ୟୁତ ଦର ବୃଦ୍ଧି, ବନ୍ୟା, ବଗଲା ଧର୍ମଶାଳା ବିକ୍ରିକୁ ମୁଖ୍ୟ ପ୍ରସଙ୍ଗ କରିବ ବିଜେପି। ତା ସହିତ କୋଭିଡ ପରିଚାଳନା, ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ସମସ୍ୟା, ନୂଆ ଓଡ଼ିଶା ୟୁନିଭର୍ସିଟି ଆଇନ, ପିଏମ୍ […]

author-image
Abinash Pati
ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

bjp

ଭୁବନେଶ୍ୱର: ବିଧାନସଭା ଅଧିବେଶନ ପାଇଁ ବିଜେପି ବିଧାୟକ ଦଳର ବୈଠକ ବସିଥିଲା। ୱେବିନାର ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିର ଅଧିବେଶନରେ କେଉଁସବୁ ପ୍ରସଙ୍ଗକୁ ନେଇ ସରକାରୀଙ୍କୁ ପ୍ରଶ୍ନ କରାଯିବ ସେ ନେଇ ରଣନୀତି ପ୍ରସ୍ତୁତ କରିଥିଲା ଦଳ।

Advertisment

ଏଥର ବିଧାନସଭାରେ ବିଦ୍ୟୁତ ଦର ବୃଦ୍ଧି, ବନ୍ୟା, ବଗଲା ଧର୍ମଶାଳା ବିକ୍ରିକୁ ମୁଖ୍ୟ ପ୍ରସଙ୍ଗ କରିବ ବିଜେପି। ତା ସହିତ କୋଭିଡ ପରିଚାଳନା, ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ସମସ୍ୟା, ନୂଆ ଓଡ଼ିଶା ୟୁନିଭର୍ସିଟି ଆଇନ, ପିଏମ୍ ଆବାସ ଦୁର୍ନୀତି ପ୍ରସଙ୍ଗକୁ ମଧ୍ୟ ଉଠାଇବ ବୋଲି ଦଳ। ବିଧାନସଭା ଅଧିବେଶନ ପୂର୍ବରୁ ହୋଇଥିବା ବିଧାୟକ ଦଳ ବୈଠକରେ ବିଜେପି ଏହି ନିଷ୍ପତ୍ତି ନେଇଛି।

ଆଜି ବସିଥିବା ଏହି ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଉପନେତା ବିଷ୍ଣୁ ସେଠୀ, ମୁଖ୍ୟ ସଚେତକ, ସବୁ ବିଧାୟକ ଓ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଉପସ୍ଥିତ ଥିଲେ। 

Advertisment
Advertisment
Advertisment