Advertisment

ବେଆଇନ ବାଲି ଚାଲାଣ ମାମଲା: ଲୋକ ଅଭିଯୋଗ କଲେ ପାଲଟା ମାମଲା ହେଉଛି; ବିଜେପି

ଗଞ୍ଜାମ: ଗଞ୍ଜାମ ହିଞ୍ଜିଳିରେ ବେଆଇନ ବାଲି ଚାଲାଣକୁ ନେଇ ତୁମୁଳକାଣ୍ଡ ପରେ ଘଟଣାସ୍ଥଳକୁ ଯାଇଛି ବିଜେପି ଟିମ୍। ୧୧ ଜଣିଆ ଏକ ତଥ୍ୟ ଅନୁସନ୍ଧାନକାରୀ ଟିମ୍ ଗାଁରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛନ୍ତି। ଘଟଣା କିପରି ଘଟିଲା, ଏଥିପାଇଁ କିଏ ଦାୟୀ ସେ ସବୁ ଦିଗକୁ ବିଜେପି ପ୍ରତିନିଧିମାନେ ଅନୁଧ୍ୟାନ କରିଛନ୍ତି। ଏହାସହ ରୂଷିକୁଲ୍ୟା ନଦୀକୁ ଯାଇ ସ୍ଥିତି ପରଖିଛନ୍ତି। ନଦୀରେ ୨ କିଲୋମିଟର୍ ଯାଏ ବାଲି ଚାଲାଣ ହେଉଛି। ଏହା ବେଆଇନ ଭାବେ ହେଉଥିବା […]

author-image
Abinash Pati
ବେଆଇନ ବାଲି ଚାଲାଣ ମାମଲା: ଲୋକ ଅଭିଯୋଗ କଲେ ପାଲଟା ମାମଲା ହେଉଛି; ବିଜେପି

bjp

ଗଞ୍ଜାମ: ଗଞ୍ଜାମ ହିଞ୍ଜିଳିରେ ବେଆଇନ ବାଲି ଚାଲାଣକୁ ନେଇ ତୁମୁଳକାଣ୍ଡ ପରେ ଘଟଣାସ୍ଥଳକୁ ଯାଇଛି ବିଜେପି ଟିମ୍। ୧୧ ଜଣିଆ ଏକ ତଥ୍ୟ ଅନୁସନ୍ଧାନକାରୀ ଟିମ୍ ଗାଁରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛନ୍ତି।

Advertisment

ଘଟଣା କିପରି ଘଟିଲା, ଏଥିପାଇଁ କିଏ ଦାୟୀ ସେ ସବୁ ଦିଗକୁ ବିଜେପି ପ୍ରତିନିଧିମାନେ ଅନୁଧ୍ୟାନ କରିଛନ୍ତି। ଏହାସହ ରୂଷିକୁଲ୍ୟା ନଦୀକୁ ଯାଇ ସ୍ଥିତି ପରଖିଛନ୍ତି। ନଦୀରେ ୨ କିଲୋମିଟର୍ ଯାଏ ବାଲି ଚାଲାଣ ହେଉଛି। ଏହା ବେଆଇନ ଭାବେ ହେଉଥିବା ଅଭିଯୋଗ କରିଛନ୍ତି ବିଜେପି ନେତା ଭୃଗୁ ବକ୍ସିପାତ୍ର। ଷଡ଼ଯନ୍ତ୍ର କରି ବାଲି ଚାଲାଣ ହେଉଛି। ଏହାକୁ ଯେତେବେଳେ ଲୋକ ବିରୋଧ କରୁଛନ୍ତି ତାଙ୍କୁ ପାଲଟା ମିଛ ମାମଲା ଦାଏର କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଘଟଣାକୁ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ଟିମ୍।

ସେପଟେ ବିଜେପିର ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ। କରୋନା ମହାମାରୀ ସମୟରେ ବିଜେପି ରାଜନୀତି କରୁଛି। ଲୋକଙ୍କ ସମସ୍ୟାକୁ ସମାଧାନ କରାଯିବା ସହ ଲୋକଙ୍କ ଭାବାବେଗକୁ ଗୁରୁତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି।

Advertisment
Advertisment
Advertisment