Advertisment

ମାଲକାନଗିରି ବିଜେଡିରେ ଫାଟ !

ମାଲକାନଗିରି(ଜିତେନ୍ଦ୍ର ବେଉରା): ଆସନ୍ତାମାସରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ଟିକଟ୍‌ ବଣ୍ଟାକୁ ନେଇ ନବୀନ ନିବାସରେ କସରତ ଚାଲିଥିବା ବେଳେ ମାଲକାନଗିରିରେ ବିଜେଡିର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ବିଧାୟକ ମାନସ ମାଡକାମୀଙ୍କ ସମର୍ଥକଙ୍କ ସହ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡିଙ୍କ ସମର୍ଥକ ମୁହାଁମୁହିଁ ହୋଇଛନ୍ତି। ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରାଙ୍କ ଉପସ୍ଥିତିରେ ଉଭୟ ଗୋଷ୍ଠୀର ସଦସ୍ୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ମାଲକାନଗିରି କୁମୁଟିଗୁଡ଼ାରେ ଦଳୀୟ କାର୍ଯ୍ୟାଳୟ ଉଦଘାଟନ୍‌ ପାଇଁ ପୂର୍ବତନ ବିଧାୟକ […]

author-image
Jyotsnamayee Pradhan
ମାଲକାନଗିରି ବିଜେଡିରେ ଫାଟ !

malkangiri

ମାଲକାନଗିରି(ଜିତେନ୍ଦ୍ର ବେଉରା): ଆସନ୍ତାମାସରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ଟିକଟ୍‌ ବଣ୍ଟାକୁ ନେଇ ନବୀନ ନିବାସରେ କସରତ ଚାଲିଥିବା ବେଳେ ମାଲକାନଗିରିରେ ବିଜେଡିର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ବିଧାୟକ ମାନସ ମାଡକାମୀଙ୍କ ସମର୍ଥକଙ୍କ ସହ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡିଙ୍କ ସମର୍ଥକ ମୁହାଁମୁହିଁ ହୋଇଛନ୍ତି।

Advertisment

ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରାଙ୍କ ଉପସ୍ଥିତିରେ ଉଭୟ ଗୋଷ୍ଠୀର ସଦସ୍ୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ମାଲକାନଗିରି କୁମୁଟିଗୁଡ଼ାରେ ଦଳୀୟ କାର୍ଯ୍ୟାଳୟ ଉଦଘାଟନ୍‌ ପାଇଁ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡିଙ୍କ ସହ ସମର୍ଥକ ପହଞ୍ଚିଥିବାବେଳେ ବିଧାୟକ ମାନସ ମାଡକାମୀଙ୍କ ସମର୍ଥକ ଶୋଭାଯାତ୍ରାରେ ଆସି ପହଞ୍ଚିଥିଲେ।

ଏହାପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ସେଠାରୁ ବାହାରି ଆସୁଥିବାବେଳେ ସେହି ସମୟରେ ଦୁଇ ଗୋଷ୍ଠୀର ସଦସ୍ୟଙ୍କ ମଧ୍ୟରେ ସାମାନ୍ୟ ଧସ୍ତାଧସ୍ତି ହୋଇଥିଲା।

Advertisment
Advertisment
Advertisment