Advertisment

ପିପିଲି ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ଅନୁଭବ ହଜିଗଲେ, ଅରିନ୍ଦମ ଆସିଲେ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଦେଇଛନ୍ତି ବିଜେଡି ଓ କଂଗ୍ରେସ। ବିଜେଡି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି। ଦେବୀ ମିଶ୍ର, ମହେଶ୍ୱର ମହାନ୍ତି, ସମୀର ଦାଶ, ପ୍ରଣବ ପ୍ରକାଶ ଦାସ, ପିନାକୀ ମିଶ୍ର, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ନିରଂଜନ ପୁଜାରୀ, ଆକାଶ ଦାସ ନାୟକ ତାଲିକାରେ ରହିଛନ୍ତି। ତାଲିକାର ଶେଷ ସ୍ଥାନରେ ରହିଛନ୍ତି ଅଭିନେତା ଅରିନ୍ଦମ ରାୟ କିନ୍ତୁ ଷ୍ଟାର ପ୍ରଚାରକ ଭାବେ […]

author-image
Chandan Shishu
ପିପିଲି ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ଅନୁଭବ ହଜିଗଲେ, ଅରିନ୍ଦମ ଆସିଲେ

Hero---ko

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଦେଇଛନ୍ତି ବିଜେଡି ଓ କଂଗ୍ରେସ। ବିଜେଡି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି। ଦେବୀ ମିଶ୍ର, ମହେଶ୍ୱର ମହାନ୍ତି, ସମୀର ଦାଶ, ପ୍ରଣବ ପ୍ରକାଶ ଦାସ, ପିନାକୀ ମିଶ୍ର, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ନିରଂଜନ ପୁଜାରୀ, ଆକାଶ ଦାସ ନାୟକ ତାଲିକାରେ ରହିଛନ୍ତି। ତାଲିକାର ଶେଷ ସ୍ଥାନରେ ରହିଛନ୍ତି ଅଭିନେତା ଅରିନ୍ଦମ ରାୟ କିନ୍ତୁ ଷ୍ଟାର ପ୍ରଚାରକ ଭାବେ ଅନୁଭବଙ୍କ ନାଁ ନାହିଁ।

Advertisment

କଂଗ୍ରେସ ତାଲିକାରେ ପ୍ରଭାରୀ ଚେଲା କୁମାର, ପିସିସି ସଭାପତି ନିରଞ୍ଜନ, ପ୍ରସାଦ ହରିଚନ୍ଦନ, ଭକ୍ତ ଦାସ, ନରସିଂହ ମିଶ୍ର, ଚିରଞ୍ଜୀବ ବିଶ୍ୱାଳ, ପ୍ରଦୀପ ମାଝୀ, ଶରତ ରାଉତ, ବିଶ୍ୱରଂଜନ ମହାନ୍ତି, ଜୟଦେବ ଜେନା, ରାମ ଖୁଣ୍ଟିଆ, ସତ୍ୟ ନାୟକ ସାମିଲ ହୋଇଛନ୍ତି।

ଆଗରୁ ବିଜେପିର ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇଥିଲା। ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ବିଜେପି ରାଜ୍ୟ ସଭାପତି ସଭାପତି ସମୀର ମହାନ୍ତି, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ବିଜେପି ସହପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ନାଁ ରହିଛି।

Advertisment

publive-image ସାଂସଦ ଜୁଏଲ ଓରାମ, ପ୍ରଦୀପ୍ତ ନାଏକ, ବିଷ୍ଣୁ ସେଠୀ, କନକ ବର୍ଦ୍ଧନ ସିଂହ ଦେଓ, ବିଜୟ ମହାପାତ୍ର, ସମ୍ବିତ ପାତ୍ର,ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ସାଂସଦ ବସନ୍ତ ପଣ୍ଡା, ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ, ବରିଷ୍ଠ ନେତା ପୃଥୀରାଜ ହରିଚନ୍ଦନ,ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତ ସିଂହାର, ପ୍ରକାଶ ମିଶ୍ରଙ୍କ ନାଁ ଷ୍ଟାର୍ ପ୍ରଚାରକ ତାଲିକାରେ ରହିଛି।

Pipili By-Election 2021
Advertisment
Advertisment