/odishatv-khabar/media/post_attachments/uploadimage/library/16_9/16_9_0/Capture-9_1625465847.jpg)
Capture 9
ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ବିଜୁ ବାବୁଙ୍କ ଡାକୋଟା । ଖୁବ୍ଶୀଘ୍ର ଓଡ଼ିଶା ଆସିବ ବିଜୁବାବୁଙ୍କ ଡାକୋଟା ବିମାନ । ଡାକୋଟା ଫେରାଇ ଆଣିବାକୁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏନେଇ ଟେଣ୍ଡର ପ୍ରକ୍ରିୟା ବି ଆରମ୍ଭ ହୋଇସାରିଲାଣି । ଟେଣ୍ଡର ପାଇଁ ପିଡବ୍ଲୁଡିକୁ ଦାୟିତ୍ୱ ଦିଆଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।
ତେବେ ଡାକୋଟା ବିମାନ ଆସିଲେ ଏହାକୁ ଏୟାରପୋର୍ଟ ନିକଟରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ରଖାଯିବା ପାଇଁ ଭାରତ ସରକାରଙ୍କ ଅନୁମତି ମଗାଯାଇଛି । ଏହାକୁ ବିଜୁ ବାବୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ରଖାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏବେ କୋଲକତା ଅନ୍ତର୍ଜାତୀୟ ବିମାନବନ୍ଦରର ଏକ ଅଗମ୍ୟ ସ୍ଥାନରେ ବିଜୁବାବୁଙ୍କ ଡାକୋଟା ବିମାନ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି ।
ପୂର୍ବରୁ ମଧ୍ୟ ଅନେକ ଥର ଡାକୋଟା ବିମାନକୁ ଓଡ଼ିଶା ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଚେଷ୍ଟା କରାଯାଉଥିବା ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି । ଦଳର ବରିଷ୍ଠ ନେତା ତଥା ବିଧାୟକ ମନ୍ତ୍ରୀ ମାନେ ମଧ୍ୟ ଏହା କହିଛନ୍ତି । ହେଲେ ଏଯାଏଁ ତାହା ଆସିପାରିନି । କିଛି ଦିନ ହେବ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରଚାରିତ ହେଲା ଯେ, ବିଜୁବାବୁଙ୍କ ଡାକୋଟା ବିମାନ କାବାଡ଼ି ବାଲାଙ୍କୁ ବିକ୍ରି କରାଯିବ । କାରଣ ଓଡ଼ିଶା ସରକାର ଡାକୋଟା ଆଣିବେ ବୋଲି କହୁଥିଲେ ମଧ୍ୟ ଏନେଇ କୌଣସି ପଦକ୍ଷେପ ନେଉନାହାନ୍ତି । ଯାହାଫଳରେ ତାହା ନଷ୍ଟ ହେବାକୁ ବସିଲାଣି ।
ଖାଲି ସେତିକି ନୁହେଁ କୋଲକତାର ନେତାଜୀ ସୁବାସ ଚନ୍ଦ୍ର ବୋଷ ବିମାନବନ୍ଦରରେ ଏକ ଅପନ୍ତରା ସ୍ଥାନରେ ଏବେ ବିଜୁବାବୁଙ୍କ ଡାକୋଟା ବିମାନ ପଡ଼ିରହିଛି । ସେଥିରେ ଲଟା ଘାସ ମାଡ଼ିଯାଇଥିବା ଦେଖାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)