/odishatv-khabar/media/media_files/2026/02/03/marriage-2026-02-03-16-57-18.jpg)
Marriage Photograph: (OTV)
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ମାଆ ତାରାତାରିଣୀଙ୍କ ପୀଠରେ ଯୋଜନାର କରିଛନ୍ତି ଶୁଭାରମ୍ଭ। ଏକା ସଙ୍ଗେ ୨୦୧ ଦମ୍ପତିଙ୍କ ସାମୂହିକ ବିବାହ କରାଯାଇଛି।
ବ୍ୟାଙ୍କ ଚେକ୍ ଦେଲେ ମୁଖ୍ୟମନ୍ତ୍ରୀ
ପ୍ରତ୍ୟେକ ବିବାହ ପାଇଁ ସରକାର ବ୍ୟୟ କରିବେ ୬୦ ହଜାର ଟଙ୍କା। ଏହି ୬୦ ହଜାର ଟଙ୍କାରୁ ୪୫ ହଜାର ଟଙ୍କା ଡିବିଟି ମଧ୍ୟମରେ ସିଧା କନ୍ୟାଙ୍କ ଆକାଉଣ୍ଟକୁ ଯିବ। ବିଶେଷ କରି ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଓ ଅନୁସୂଚିତ ଜାତି- ଜନଜାତି ପରିବାରର ପିତାମାତାଙ୍କ ପାଇଁ କନ୍ୟା ବିବାହ ଯେପରି ସମସ୍ୟା ହୋଇ ରହିବ ନାହିଁ, ସେଥିପାଇଁ ଏହି ଯୋଜନା ଆର୍ଥିକ ସହାୟତାର ଏକ ସୁଦୃଢ଼ ମାଧ୍ୟମ ସାଜିବ। ତେବେ ଏହି ଯୋଜନାରେ ବାଲ୍ୟ ବିବାହ ରୋକାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦମ୍ପତିମାନଙ୍କୁ ବ୍ୟାଙ୍କ ଚେକ୍ ପ୍ରଦାନ କରିଥିଲେ ।
ମହିଳାଙ୍କ ସମ୍ମାନ, ସାମାଜିକ ସୁରକ୍ଷା, ବିଧବା ପୁନର୍ବିବାହକୁ ଉତ୍ସାହିତ କରିବା, ଯୌତୁକ ପ୍ରଥାକୁ ନିବାରଣ କରିବା ଦିଗରେ ଏହି ଯୋଜନା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ଯୌତୁକ ପ୍ରଥା ରୋକିବ ଏହି ଯୋଜନା । ବର ଓ କନ୍ୟା ଓଡ଼ିଶାର ବାସିନ୍ଦା ହୋଇଥିଲେ, ମିଳିବ ଏହି ସୁବିଧା ।
Lok Sabha Action: ଲୋକସଭାରେ ୮ କଂଗ୍ରେସ ସାଂସଦ ନିଲମ୍ବିତ, ଜାଣନ୍ତୁ କେଉଁ ସାଂସଦଙ୍କୁ କରାଯାଇଛି ନିଲମ୍ବିତ

Baloch Fidayeen Attack: ପାକିସ୍ତାନ ପାଇଁ କାଳ ମହିଳା ବିଦ୍ରୋହୀ, ବନ୍ଧୁକ ଧରି ଗୋଡାଇ ଗୋଡାଇ ମାରୁଛନ୍ତି...

Minor’s Night of Terror: ହାତଗୋଡ଼ ବନ୍ଧା ଅବସ୍ଥାରେ ଜଙ୍ଗଲରେ ଗୋଟିଏ ରାତି ରହିଲେ ନାବାଳିକା, ପରଦିନ ଘରକୁ ଆସି କହିଲେ 'କିପରି ହୋଇଥିଲା ଦୁଷ୍କର୍ମ ଉଦ୍ୟମ'

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)