Advertisment

ଭୁବନେଶ୍ୱରରୁ ଆଉ ୩୦୭ କୋଭିଡ୍-୧୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ ୩୦୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ୩୦୭ରୁ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୩୫ ଏବଂ ୧୭୨ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଓୟୁଏଟି କଲୋନିରୁ ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି ବିଏମ୍‌ସି। ସେହିଭଳି କେନ୍ଦ୍ର ସରକାରଙ୍କ ଏକ ହସ୍ପିଟାଲର ୯ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବରମୁଣ୍ଡାରୁ ୭, ଗଣ୍ଡମୁଣ୍ଡା ବସ୍ତିରୁ ୫ ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଛି। ଓଲ୍‌ଡ […]

author-image
Abinash Pati
ଭୁବନେଶ୍ୱରରୁ ଆଉ ୩୦୭ କୋଭିଡ୍-୧୯ ପଜିଟିଭ ଚିହ୍ନଟ

bhuneswar

ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ ୩୦୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ୩୦୭ରୁ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୩୫ ଏବଂ ୧୭୨ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଓୟୁଏଟି କଲୋନିରୁ ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି ବିଏମ୍‌ସି।

Advertisment

ସେହିଭଳି କେନ୍ଦ୍ର ସରକାରଙ୍କ ଏକ ହସ୍ପିଟାଲର ୯ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବରମୁଣ୍ଡାରୁ ୭, ଗଣ୍ଡମୁଣ୍ଡା ବସ୍ତିରୁ ୫ ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଛି। ଓଲ୍‌ଡ ଟାଉନରୁ ମଧ୍ୟ ୫ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହେବା ନେଇ ବିଏମ୍‌ସି କହିଛି।

ଖାରବେଳ ନଗରରୁ ୫ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି। ଡୁମୁଡୁମାରୁ ୪, ପଳାଶୁଣିରୁ ୪, ୟୁନିଟ-୯ରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଭୁବନେଶ୍ୱରରୁ ଆଉ ୩୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Advertisment
Advertisment
Advertisment