Advertisment

ପେଟ୍ରୋଲ ଟାଙ୍କିରେ ବିସ୍ଫୋରଣ: ଗାଡ଼ି, ଘର ଛିନଛତ୍ର, ୮ ଗୁରୁତର

ଭୁବନେଶ୍ୱର: ଅପରାହ୍ନରେ ଭୁବନେଶ୍ୱର ରାଜଭବନ ପାଖ ପେଟ୍ରୋଲ ପମ୍ପ ସିଏନ୍‌ଜି ଷ୍ଟେସନରେ ଭୟଙ୍କର ବ୍ଲାଷ୍ଟ ହୋଇ ନିଆଁ ଲାଗିବା ପରେ ହୁତୁ ହୁତୁ ହୋଇ ଜଳିଯାଇଥିଲା ପେଟ୍ରୋଲ ପମ୍ପ। ପେଟ୍ରୋଲ ପମ୍ପରୁ ନିଆଁ ଆକାଶ ଉଚ୍ଚା ଜଳିଥିବା ଦେଖାଯାଇଥିଲା। ୫ରୁ ଅଧିକ ଅଗ୍ନିଶମ ଗାଡ଼ି ଆସି ନିଆଁକୁ ଆୟତ କରିଥିଲେ। କିନ୍ତୁ ସେତେବେଳକୁ ବିସ୍ଫୋରଣ ଅନେକ କିଛି କ୍ଷତି ହୋଇଯାଇଥିଲା। ଏହି ଭୟଙ୍କର ବିସ୍ଫୋରଣ ପରେ ୮ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି […]

author-image
Abinash Pati
ପେଟ୍ରୋଲ ଟାଙ୍କିରେ ବିସ୍ଫୋରଣ: ଗାଡ଼ି, ଘର ଛିନଛତ୍ର, ୮ ଗୁରୁତର   

fire

ଭୁବନେଶ୍ୱର: ଅପରାହ୍ନରେ ଭୁବନେଶ୍ୱର ରାଜଭବନ ପାଖ ପେଟ୍ରୋଲ ପମ୍ପ ସିଏନ୍‌ଜି ଷ୍ଟେସନରେ ଭୟଙ୍କର ବ୍ଲାଷ୍ଟ ହୋଇ ନିଆଁ ଲାଗିବା ପରେ ହୁତୁ ହୁତୁ ହୋଇ ଜଳିଯାଇଥିଲା ପେଟ୍ରୋଲ ପମ୍ପ। ପେଟ୍ରୋଲ ପମ୍ପରୁ ନିଆଁ ଆକାଶ ଉଚ୍ଚା ଜଳିଥିବା ଦେଖାଯାଇଥିଲା। ୫ରୁ ଅଧିକ ଅଗ୍ନିଶମ ଗାଡ଼ି ଆସି ନିଆଁକୁ ଆୟତ କରିଥିଲେ। କିନ୍ତୁ ସେତେବେଳକୁ ବିସ୍ଫୋରଣ ଅନେକ କିଛି କ୍ଷତି ହୋଇଯାଇଥିଲା।

Advertisment

ଭୟଙ୍କର ବିସ୍ଫୋରଣ ପରେ ୮ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଥିମଧ୍ୟରୁ ମଧ୍ୟରୁ ୨ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ବିସ୍ଫୋରଣରେ ଅନେକ ଗାଡ଼ି ଛିନ୍‌ଛତ୍ର ହୋଇ ପଡ଼ିଥିବା ଦେଖାଯାଉଛି। କେବଳ ଗାଡ଼ି ନୁହେଁ ମଣିଷ ଶରୀର ବି ଖଣ୍ଡବିଖଣ୍ଡିତ ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି।

ସ୍ଥିତି ନିୟନ୍ତ୍ରଣାଧିନ ଥିବା କହିଛନ୍ତି ପୋଲିସ କମିଶନର। ତାସହ ପଟ୍ରୋଲ ପମ୍ପରେ ପେଟ୍ରୋଲ ଟାଙ୍କି, ଡିଜେଲ ଟାଙ୍କି ଓ ସିଏନ୍‌ଜି ଭଳି ୩ଟି ଟାଙ୍କି ରହିଛି। ସିଏନଜି ଟାଙ୍କିରେ ନିଆଁ ଲାଗିଥିବା ବେଳେ ପେଟ୍ରୋଲ ଡିଜେଲ ଅକ୍ଷତ ରହିଛି। ପୋଲିସ ନିୟନ୍ତ୍ରଣ କାର୍ଯ୍ୟ ଜାରି ରଖିଛି।

Advertisment

ରାଜ ଭବନ ଛକରୁ କ୍ୟାପିଟାଲ ହସ୍ପିଟାଲ ରାସ୍ତା ସିଲ୍ କରି ଘଟଣାସ୍ଥଳ ସହ ଆଖପାଖକୁ ସାଧାରଣ ଲୋକଙ୍କୁ ଛାଡ଼ୁନଥିଲା ପୋଲିସ। ପୋଲିସ କମିଶନର, ଡିସିପିଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ସ୍ଥିତି ଉପରେ ନଜର ରଖିଥିଲେ।

ନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇ କହିଛନ୍ତି, ପେଟ୍ରୋଲ ପମ୍ପରେ ମୋଟ ୩ଟି ଟାଙ୍କି ରହିଛି। ପେଟ୍ରୋଲ ଟାଙ୍କି, ଡିଜେଲ ଟାଙ୍କି ଓ ସିଏନ୍‌ଜି ଟାଙ୍କି ରହିଛି। ସିଏନ୍‌ଜି ଟାଙ୍କିରେ ନିଆଁ ଲାଗିଛି। କିନ୍ତୁ ପେଟ୍ରୋଲ ଡିଜେଲ ଅକ୍ଷତ ରହିଛି ବୋଲି ସିପି କହିଛନ୍ତି। ତେବେ କିଛି ଲୋକ ଆହତ ହୋଇଛନ୍ତି, କେତେ ଆହତ ହୋଇଛନ୍ତି ଏବେ ନିର୍ଦ୍ଦିଷ୍ଟ କହିହେବନି ବୋଲି ସେ କହିଛନ୍ତି।

Advertisment
Advertisment