/odishatv-khabar/media/post_attachments/uploadimage/library/16_9/16_9_0/train-123_1626759713.jpg)
train
କଟକ(ଗୌତମ ପଣ୍ଡା):ବଗିକୁ ଛାଡ଼ି ପଳାଇଲା ରାଜଧାନୀ ଏକ୍ସପ୍ରେସର ଇଞ୍ଜିନ୍। ୨୨୮୨୩ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ଦୁଇଟି ବଗି ଇଞ୍ଜିନ ଠାରୁ ଅଲଗା ହୋଇଯାଇଥିଲା। ଫଳରେ କାଠଯୋଡ଼ି ପୋଲ ଉପରେ ଟ୍ରେନଟି ଅଟକି ରହିଥିଲା।
Advertisment
ଭୁବନେଶ୍ୱର ନୂଆଦିଲ୍ଲୀ ଏକ୍ସପ୍ରେସର ବି-୩, ବି-୪ ବଗି ଇଞ୍ଜିନ ଠାରୁ ଅଲଗା ରହିଯାଇଥିଲା। ଖବର ପାଇ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମରାମତି କରିବା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିଲା।
ଟ୍ରେନଟି ପ୍ରାୟ ଏକଘଣ୍ଟା ବିଳମ୍ବରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି। ଘଟଣାର ସିନିୟର ଅଫିସର ସ୍ତରୀୟ ତଦନ୍ତ ପାଇଁ ଖୋର୍ଦ୍ଧା ରୋଡ୍ ଡିଆରଏମ୍ ନିର୍ଦ୍ଦେଶ ଦେଇଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)