/odishatv-khabar/media/post_attachments/uploadimage/library/16_9/16_9_0/minor-girl-1_1625252583.jpg)
minor girl
ଭୁବନେଶ୍ୱର: ଦିନକୁ ଦିନ ଅଧିକ ଗୋଳିଆ ହେଉଛି ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା। କମିଶନରେଟ୍ ପୋଲିସର ତଦନ୍ତ ଅଧାରେ ଅଛି, ହେଲେ ହଠାତ୍ କ୍ରାଇମବ୍ରାଞ୍ଚକୁ ଦିଆଗଲା ଇନକ୍ୱାରୀ ଦାୟିତ୍ୱ। ଜଣେ ଏସ୍ପି ପାହ୍ୟାର ଅଫିସରଙ୍କ ତତ୍ୱାବଧାନରେ ଚାଲିବ ତଦନ୍ତ। ଦଳେଇ ଆଇଲେ ମୂଳରୁ ଗାଆ ନ୍ୟାୟରେ ପୁଣିଥରେ ଆରମ୍ଭରୁ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ।
ତେଣୁ ଏଠି ପ୍ରଶ୍ନ, କମିଶନରେଟ୍ ପୋଲିସ୍ର ତଦନ୍ତ ତାହାଲେ ଗଲା କୁଆଡ଼େ? ଏଣେ ମାମଲାର ଗୁରୁତ୍ୱକୁ ଦେଖି ସିବିଆଇ କିମ୍ବା ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଗଠିତ ଏସ୍ଆଇଟି ଦ୍ୱାରା ତଦନ୍ତ ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି ଓ ତା ଉପରେ ଆସନ୍ତା ୧୨ ତାରିଖରେ ଶୁଣାଣି ବି ଅଛି। ହେଲେ ତାକୁ ମଧ୍ୟ ଅପେକ୍ଷା କଲେନି ରାଜ୍ୟ ସରକାର। ହଠାତ୍ ଦେଲେ କ୍ରାଇମ୍ବ୍ରାଞ୍ଚ ତଦନ୍ତ ଆଦେଶ। ଏହା କଣ ମାମଲାର ତଦନ୍ତକୁ ଅଧିକ ଲମ୍ବା ଓ ଗୋଳିଆ କରିବା ଉଦ୍ଦେଶ୍ୟ କି?
ଗତ ଅଗଷ୍ଟ ୩୦ରେ ଅଭିଯୋଗକାରିଣୀ, ତାଙ୍କ ନାବାଳିକା ଝିଅଙ୍କୁ ଗଣଦୁଷ୍କର୍ମ ନେଇ ଦେଇଥିବା ଏତଲାରେ ଓଟିଭିର କିଛି କର୍ମଚାରୀଙ୍କ ସହ ଜଣେ ପୋଲିସ କର୍ମଚାରୀ ଓ ତାଙ୍କର ଦୁଇ ଜଣ ସହଯୋଗୀଙ୍କର ବି ସଂପୃକ୍ତି ଥିବା ଅଭିଯୋଗ କରିଥିଲେ। ନିଜେ ଭୁବନେଶ୍ୱର ଡିସିପି ବି ସେକଥା ସ୍ୱୀକାର କରିବା ସହ ସେ ଦିଗରେ ବି ତଦନ୍ତ ଚାଲିଥିବା କହିଥିଲେ।
ତେବେ କିଏ ସେ ପୋଲିସ କର୍ମଚାରୀ ତାହା କିନ୍ତୁ ଆଜିଯାଏଁ ଅଜଣା। ତେଣେ ଗତ ୫ ତାରିଖରେ ଏହି ମାମଲାରେ ପ୍ରତିକ୍ରିୟା ରଖି ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଯାହା କହିଥିଲେ ତାହା ବି ଆହୁରି ଆଶ୍ଚର୍ଯ୍ୟପୂର୍ଣ୍ଣ। ଘଟଣାରେ ସଂପୃକ୍ତ ପୋଲିସ୍ କର୍ମଚାରୀ ଓ ତାଙ୍କ ସହଯୋଗୀ ଚିହ୍ନଟ ହେଲେଣି କି ବୋଲି ପ୍ରଶ୍ନର ଉତ୍ତରରେ ସିପି କହିଥିଲେ ତାହା ତଦନ୍ତର ମୂଳ ବିଷୟ ନୁହେଁ। ତଦନ୍ତ ଅନ୍ୟ ଦିଗରେ ଗତି କରୁଛି ଓ ସେ ବିଷୟରେ ଯାଞ୍ଚ କରାଯାଉଛି।
ସିପିଙ୍କ କଥା ଅନୁସାରେ ତାହାଲେ ତଦନ୍ତ ମୂଳ ବିଷୟ କଣ? ଆଉ କେଉଁ ଦିଗରେ ଗତି କରୁଛି ଏ ମାମଲାର ତଦନ୍ତ? ଗୋଟିଏ ପଟେ ଅଭିଯୋଗ ଆସିଥିବା ନିଜ ବିଭାଗର ପୋଲିସ୍କୁ ଚିହ୍ନି ପାରୁନି ପୋଲିସ୍। ହେଲେ ମାମଲାରେ ଆଦୌ ସଂପୃକ୍ତ ନଥିବା ଓଟିଭିର ବରିଷ୍ଠ ଅଧିକାରୀଙ୍କୁ କିନ୍ତୁ ବାରମ୍ବାର ମହିଳା ଥାନାକୁ ଡକାଇ ପଚରାଉଚରା ଚାଲିଛି। ଏଣେ କମିଶନରେଟ୍ ପୋଲିସଠୁ ଆରମ୍ଭ କରି ମହିଳା କମିଶନ୍ ଓ ଶିଶୁ ସୁରକ୍ଷା ଅଧିକାର କମିଶନଙ୍କ ଯାଏଁ, ସମସ୍ତଙ୍କୁ ସବୁବେଳେ ମାମଲା ସଂପର୍କିତ ବିସ୍ତୃତ ଦସ୍ତାବିଜ ହସ୍ତାନ୍ତର କରିବା ସହ ତଦନ୍ତରେ ବି ସହଯୋଗ କରିଆସିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)