/odishatv-khabar/media/post_attachments/uploadimage/library/16_9/16_9_0/sanghamitra-pati_1625436003.jpg)
sanghamitra-pati
ଭୁବନେଶ୍ୱର: ରାଜ୍ୟରେ ସେରୋଲୋଜିକାଲ ସର୍ଭେ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି। ଏନେଇ ସେ କହିଛନ୍ତି, ବ୍ରହ୍ମପୁରରେ ସେରୋଲୋଜିକାଲ ସର୍ଭେ ଶେଷ ହୋଇଛି। ବ୍ରହ୍ମପୁରରେ ୨୮୩୦ ଲୋକଙ୍କ ଠାରୁ ସାମ୍ପଲ ନିଆଯାଇଥିଲା। ୩୧ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡି ବିକଶିତ ହୋଇଥିବା ରେଜଲ୍ଟରେ ଜଣାପଡ଼ିଛି। ସେହିଭଳି ସହରାଞ୍ଚଳ ବସ୍ତିରେ ୪୦% ଲୋକଙ୍କ ଠାରେ ଆଣ୍ଟିବଡି ମିଳିଥିଲା। ହିସାବକୁ ଦେଖିଲେ ଦେଢ଼ ଲକ୍ଷ ଲୋକଙ୍କ ଠାରେ ଆଣ୍ଟିବଡି ବିକଶିତ ହେଲାଣି ବୋଲି ସଂଘମିତ୍ରା ପତି ସୂଚନା ଦେଇଛନ୍ତି। ପ୍ରାୟ ଏକ ତୃତୀୟାଂଶ ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଥିବା ସେ ସୂଚନା ଦେଇଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଗଞ୍ଜାମରେ ସେରୋଲୋଜିକାଲ ସର୍ଭେ ଶେଷ ହେବା ପରେ ଏବେ ବଡ଼ମ୍ବା ନରସିଂହପୁରରେ ସର୍ଭେ ଚାଲୁ ରହିଛି। ଏହାପରେ କଟକ, ଗଜପତି ଓ ରାଉରକେଲାରେ ମଧ୍ୟ ସର୍ଭେ କରାଯିବ ନେଇ ସେ ସୂଚନା ଦେଇଛନ୍ତି।
ସେପଟେ ଆଜି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧,୯୮୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ୧,୯୮୧ ଆକ୍ରାନ୍ତଙ୍କ ମଧ୍ୟରୁ ୧,୨୨୫ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୭୫୬ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)