/odishatv-khabar/media/media_files/2026/01/22/bear-attack-2026-01-22-17-36-38.jpg)
bear-attack Photograph: (OTV)
ନୀଳଗିରି ସହରରେ ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ୩ ଗୁରୁତର । ଭାଲୁ ଆକ୍ରମଣରେ ତିନି ଜଣ ଗୁରୁତର ହୋଇ ବାଲେଶ୍ବର ଜିଲ୍ଲା ନୀଳଗିରି ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଭାଲୁଟି ସ୍ୱର୍ଣ୍ଣଚୁଡ ପାହାଡ଼କୁ ଫେରୁଥିବା ବେଳେ ସାନଅତା ୮ ନଂ ୱାର୍ଡର ତିନି ଜଣ ଗ୍ରାମବାସୀ ଭାଲୁ ହାବୁଡ଼ରେ ପଡି ଯାଇଥିଲେ।
Advertisment
ପୁଷ୍ପ ବୈଠା ନାମକ ମହିଳା ଫୁଲ ତୋଳିବା ବେଳେ ଭାଲୁ ତାଙ୍କୁ ଆକ୍ରମଣ କରି ରକ୍ତାକ୍ତ କରି ପକାଇ ଥିଲା। ପରେ କନକ କୁଅଁର ନାମକ ବୃଦ୍ଧାଙ୍କୁ କଚାଡି ଦେବାରୁ ତାଙ୍କର ଗୋଡ଼ ଭାଙ୍ଗିଯାଇଛି। ସେହିପରି ନିତ୍ୟାନନ୍ଦ ସାହୁ ନାମକ ଜଣେ ବ୍ୟକ୍ତି ଘରୁ ଆସୁଥିବା ବେଳେ ତାଙ୍କୁ ମଧ୍ୟ ଭାଲୁ ଆକ୍ରମଣ କରିଥିଲା।
ଲୋକେ ଆତଙ୍କିତ
ତିନି ଜଣଙ୍କୁ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସକାଳେ ସହରରେ ଭାଲୁ ବୁଲିବା ନେଇ ସହରବାସୀ ଆତଙ୍କିତ ହୋଇପଡିଛନ୍ତି। ନୀଳଗିରି ସହରରେ ଭାଲୁ ଆତଙ୍କ
ଭାଲୁ ଆକ୍ରମଣରେ ୩ ଗୁରୁତର । ଗୁରୁତର ନୀଳଗିରି ମେଡ଼ିକାଲରେ ଭର୍ତ୍ତି ।
Advertisment
Advertisment


Related Articles
Recruitment Scam Row: ପୋଲିସ ଏସଆଇ ନିଯୁକ୍ତି କେଳେଙ୍କାରୀ ମାମଲା, ମୁନା ମହାନ୍ତି ସମେତ ୯ ଜଣଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଲା
POSTED

Army Vehicle Plunges Into Gorge: ୨୦୦ ଫୁଟ୍ ଖାଇକୁ ଖସିଲା ସେନା ଗାଡି; ୧୦ ଯବାନ ସହିଦ, ଏକାଧିକ ଆହତ
POSTED

Flying the Tricolour at Sea: ସମୁଦ୍ର ମଝିରେ ଉଡ଼ିଲା ତ୍ରିରଙ୍ଗା, ଉପକୂଳ ସୁରକ୍ଷା ପାଇଁ ଓଡ଼ିଶା ପୋଲିସର ଅଭିନବ ପ୍ରୟାସ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)