Advertisment

ଶରତଙ୍କ ନାଁ ଚର୍ଚ୍ଚାକୁ ଆସିଲା ପରେ ସଇଁତଳା ବନ୍ଦ

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ଗତକାଲି କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତେବେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରୁଥିବା ଚର୍ଚ୍ଚା ହେଉଛି। ଏନେଇ କଂଗ୍ରେସ ନେତା ସୁରେନ୍ଦ୍ର ସିଂ ଭୋଇଙ୍କ ସମର୍ଥକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆଜି ସୁରେନ୍ଦ୍ର ସିଂ ଭୋଇଙ୍କ ସମର୍ଥକମାନେ ସଇଁତଳାରେ ଦୋକାନ ବଜାର ବନ୍ଦ କରିବା ସହ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ସୁରେନ୍ଦ୍ରଙ୍କୁ […]

author-image
Jyotsnamayee Pradhan
ଶରତଙ୍କ ନାଁ ଚର୍ଚ୍ଚାକୁ ଆସିଲା ପରେ ସଇଁତଳା ବନ୍ଦ

titilagarh

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ଗତକାଲି କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତେବେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରୁଥିବା ଚର୍ଚ୍ଚା ହେଉଛି। ଏନେଇ କଂଗ୍ରେସ ନେତା ସୁରେନ୍ଦ୍ର ସିଂ ଭୋଇଙ୍କ ସମର୍ଥକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆଜି ସୁରେନ୍ଦ୍ର ସିଂ ଭୋଇଙ୍କ ସମର୍ଥକମାନେ ସଇଁତଳାରେ ଦୋକାନ ବଜାର ବନ୍ଦ କରିବା ସହ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି।

Advertisment

ସୁରେନ୍ଦ୍ରଙ୍କୁ ଟିକେଟ୍ ମିଳିବାକୁ ସମର୍ଥକ ଦାବି କରିଛନ୍ତି। ସୁରେନ୍ଦ୍ର ସିଂହ ଭୋଇ ଗତ ଥର ଟିଟିଲାଗଡ଼ରୁ ପ୍ରାର୍ଥୀ ହୋଇଥିଲେ। ତେବେ କଂଗ୍ରେସ ଓଡ଼ିଶା ପାଇଁ ପ୍ରକାଶ କରିଥିବା ପ୍ରଥମ ତାଲିକାରେ ଟିଟିଲାଗଡ଼ ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ।

Advertisment
Advertisment