Advertisment

ବଗଲାକୁ ନେଇ ସରକାର ଓ ଜିଲ୍ଲାପାଳଙ୍କୁ ଟାର୍ଗେଟ କଲା କଂଗ୍ରେସ

ଭୁବନେଶ୍ୱର: ପୁରୀର ବଗଲା ଧର୍ମଶାଳା ଜମି ବିକ୍ରିକୁ ନେଇ ପୁଣି ରାଜ୍ୟ ସରକାର ଓ ପୁରୀ ଜିଲ୍ଲାପାଳଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ଏନେଇ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ମୁଖପାତ୍ର ସତ୍ୟପ୍ରକାଶ ନାୟକ କହିଛନ୍ତି, ବଗଲା ଧର୍ମଶାଳା ଜମି ବିକ୍ରି ଗୋଟିଏ ବଡ଼ ଦୁର୍ନୀତି। ଜମି ବିକ୍ରି ହୋଇନାହିଁ ବୋଲି ଜିଲ୍ଲାପାଳ ଦେଇଥିବା ସଫେଇକୁ ସମାଲୋଚନା କରି କଂଗ୍ରେସ କହିଛି ଯେ, ଜିଲ୍ଲାପାଳ ବେଇମାନି କରିଛନ୍ତି। ଗତବର୍ଷ ଅକ୍ଟୋବର ୫ରେ ପୁରୀ ପୌରପାଳିକା ପକ୍ଷରୁ ନଗର ଉନ୍ନୟନ ବିଭାଗକୁ […]

author-image
Abinash Pati
ବଗଲାକୁ ନେଇ ସରକାର ଓ ଜିଲ୍ଲାପାଳଙ୍କୁ ଟାର୍ଗେଟ କଲା କଂଗ୍ରେସ

congress

ଭୁବନେଶ୍ୱର: ପୁରୀର ବଗଲା ଧର୍ମଶାଳା ଜମି ବିକ୍ରିକୁ ନେଇ ପୁଣି ରାଜ୍ୟ ସରକାର ଓ ପୁରୀ ଜିଲ୍ଲାପାଳଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ଏନେଇ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ମୁଖପାତ୍ର ସତ୍ୟପ୍ରକାଶ ନାୟକ କହିଛନ୍ତି, ବଗଲା ଧର୍ମଶାଳା ଜମି ବିକ୍ରି ଗୋଟିଏ ବଡ଼ ଦୁର୍ନୀତି।

Advertisment

ଜମି ବିକ୍ରି ହୋଇନାହିଁ ବୋଲି ଜିଲ୍ଲାପାଳ ଦେଇଥିବା ସଫେଇକୁ ସମାଲୋଚନା କରି କଂଗ୍ରେସ କହିଛି ଯେ, ଜିଲ୍ଲାପାଳ ବେଇମାନି କରିଛନ୍ତି। ଗତବର୍ଷ ଅକ୍ଟୋବର ୫ରେ ପୁରୀ ପୌରପାଳିକା ପକ୍ଷରୁ ନଗର ଉନ୍ନୟନ ବିଭାଗକୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ, ବଗଲା ଧର୍ମଶାଳା ଜମିକୁ ପୁରୀ ରାଜସ୍ୱ ବିଭାକୁ ଅଭଡ଼ା ସ୍କିମ୍‌ ପାଇଁ ଦିଆଯିବ।

ଜମି ଦିଆଯିବା ପାଇଁ ଟର୍ମ ଓ କଣ୍ଡିସନ ରହିବ। ଟର୍ମ ଓ କଣ୍ଡିସନ ପ୍ରସ୍ତୁତ ହୋଇନଥିବା ବେଳେ ଜମି ଦିଆଯିବା ଉପରେ କଂଗ୍ରେସ ପ୍ରଶ୍ନ ଉଠାଇଛି। ଜିଲ୍ଲାପାଳ କେଉଁ ଶକ୍ତି ବଳରେ ଏ ଜମି ବିକିଛନ୍ତି? ୨୪ ଘଣ୍ଟା ଭିତରେ ତାହା ଦର୍ଶାଇବାକୁ କଂଗ୍ରେସ ଦାବି କରିଛି। ସେପଟେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି, ଏ ସଂପର୍କରେ ପୁରୀ ଜିଲ୍ଲାପାଳ ଆଗରୁ ମତ ଦେଇଛନ୍ତି। 

Advertisment
Advertisment
Advertisment