/odishatv-khabar/media/media_files/2026/01/18/arabinda-mohapatra-2026-01-18-17-12-54.jpg)
ARABINDA-MOHAPATRA Photograph: (OTV)
ଅରବିନ୍ଦ ମହାପାତ୍ରଙ୍କୁ କାହିଁକି ବିଦା କଲା ବିଜେଡି। ଆଜି ନିଲମ୍ବନର ଜବାବ ରଖିଛି ବିଜେଡି । କହିଛି ୨୨ ମାସ ହେଲା ଦଳୀୟ ଗୁଇନ୍ଦା ରିପୋର୍ଟ ରଖୁଥିଲା ବିଜେଡି। ଟିକେଟ ନେବା ପର ଦିନରୁ ଦଳ ସହ ବିଶ୍ୱାସ ଘାତକତା କରିଥିଲେ। ବାପ ପୁଅ ଦଳ ଭାବେ ପାଟକୁରାରେ ଶାସନ କରୁଥିଲେ।
ସାଂସଦ ପ୍ରାର୍ଥୀଙ୍କୁ ହରାଇବାକୁ ଷଡ଼ଯନ୍ତ୍ରର ମଙ୍ଗ ଧରିଥିଲେ ଅରବିନ୍ଦ। କାର୍ଯ୍ୟକ୍ରମରେ ଦଳୀୟ ଚିହ୍ନ ଓ ସଭାପତିଙ୍କ ଫଟୋ ରଖୁନଥିଲେ। ପଞ୍ଚାୟତରେ ଦଳର ଲୋକଙ୍କୁ ହଟାଇ ନିଜ ଲୋକ ରଖୁଥିଲେ ଅରବିନ୍ଦ। ବାପାଙ୍କ କଥାରେ ଚାଲିଥିଲେ ପୁଅ ଅରବିନ୍ଦ ମହାପାତ୍ର।
ନୂଆ ନୂଆ ଅଭିଯୋଗ ଆଣୁଛି ବିଜେଡି
ଅପରପକ୍ଷେରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅରବିନ୍ଦ ମହାପାତ୍ର। ପ୍ରତ୍ୟେକ ଥର ନୂଆ ନୂଆ ଅଭିଯୋଗ ଆଣୁଛି ବିଜେଡି। ଏକାଥରେ ସବୁ ଅଭିଯୋଗ କାଗଜରେ ଲେଖି ଦେଇ ଦିଅନ୍ତୁ ବୋଲି କହି କଟାକ୍ଷ କରିଛନ୍ତି। ଯାହା ଯାହା ଅଭିଯୋଗ ରହିଛି ସେ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ କଥା ହେବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ।
‘ସବୁ ଅଭିଯୋଗ ଏକାଥରେ ଲେଖିଦିଅନ୍ତୁ’
ବିଜେଡିର ଅଭିଯୋଗକୁ କଟାକ୍ଷ କଲେ ଅରବିନ୍ଦ ମହାପାତ୍ର
‘ପ୍ରତି ଥର ନୂଆ ଅଭିଯୋଗ ଆଣୁଛି ବିଜେଡି’
‘ଏକାଥରେ ସବୁ ଅଭିଯୋଗ କାଗଜରେ ଲେଖି ଦିଅନ୍ତୁ’
‘ଅଭିଯୋଗ ନେଇ ନବୀନ ବାବୁଙ୍କ ସହ କଥା ହେବାକୁ ଚେଷ୍ଟା କରିବି’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)