/odishatv-khabar/media/media_files/2026/02/13/plus-2-evaluation-2026-02-13-20-37-12.jpg)
PLUS-2-EVALUATION Photograph: (OTV)
ଯୁକ୍ତ ଦୁଇ ଏକଜାମ୍ କୁ ମଝିରେ ଆଉ ମାତ୍ର ୫ଦିନ ।
ହେଲେ ତା ଆଗରୁ ବାହାରିଲାଣି ଖାତା ଦେଖା କେଁ ।
କାରଣ ପୂର୍ବରୁ ବିଜ୍ଞାନ ଓ ବାଣିଜ୍ୟ ପରେ ଏବର୍ଷ ପ୍ରଥମ ଥର ଲାଗି କଳା ପରୀକ୍ଷା ଖାତାର ବି ସ୍କାନିଂ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନେଇଛି ନିଷ୍ପତ୍ତି, ଆଉ ସେ କାମ ତେଲେଙ୍ଗାନାର ଏକ ସଂସ୍ଥାକୁ ମିଳିବା ପରେ ବଢ଼ିଛି ଚିନ୍ତା। ଚିନ୍ତାର କାରଣ ହେଲା- ୨୦୧୯ ମସିହାରେ ଉକ୍ତ କଂପାନୀ ତେଲେଙ୍ଗାନାରେ ହୋଇଥିଲା ବ୍ଲାକ୍ ଲିଷ୍ଟେଡ୍। ଏଠି ନାଁ ବଦଳାଇ ସିଏଚଏସଇରୁ ଚାଲାକି କରି ଟେଣ୍ଡର ହାତେଇଥିବାର ଆସିଛି ସାଂଘାତିକ ଅଭିଯୋଗ।
ଏହାର ଖୁଲାସା କରିଥିବା ଆଇନଜୀବୀ ବରୁଣାଦିତ୍ୟ ମହାପାତ୍ରଙ୍କ ତଥ୍ୟ ଅନୁସାରେ-ପ୍ଲସ ଟୁ ଖାତା ଡିଜିଟାଲ୍ ଇଭାଲ୍ୟୁଏସନ ପାଇଁ ସିଏଚଏସଇ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା କରାଯାଇଥିଲା। ଯେଉଁଥିରେ ୧୨ରୁ ଅଧିକ ସଂସ୍ଥା କାମ ନେବାକୁ ଇଚ୍ଛା ପ୍ରକାଶ କରିଥିଲେ। ହେଲେ କାମ ପାଇଛି ତେଲେଙ୍ଗାନାର Coempt Eduteck Private Limited। ଏମିତିକି ପୂର୍ବ ଅଭିଜ୍ଞତା ଥିବା କିଛି ନାମୀ ସଂସ୍ଥାଙ୍କୁ ଅଣଦେଖା କରାଯାଇଛି।
ଯେଉଁ ତେଲେଙ୍ଗାନା କମ୍ପାନୀ କାମ ପାଇଛି ତାର ମୂଳ ନାଁ ଥିଲା GLOBARENA TECHNOLOGIES PRIVATE LIMITED, ଯିଏକି ୨୦୧୯ରେ ତେଲେଙ୍ଗାନାରେ ପରୀକ୍ଷା ଦୁର୍ନୀତିରେ ଫସିଥିବାର ସଂଗୀନ ଅଭିଯୋଗ ଆସିଥିଲା। ଯାହା ଜାତୀୟ ଗଣମାଧ୍ୟମରେ ବି ଚର୍ଚ୍ଚାର ବିଷୟ ହୋଇଥିଲା। ଯେଉଁ କାରଣରୁ ୧୮ ଜଣ ମେଧାବୀ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ। ଜାତୀୟ ମାନବାଧିକାର କମିଶନ ନିଜ ଆଡୁ ସେତେବେଳେ ଏ ସମ୍ପର୍କରେ ମାମଲା ଦାଏର ବି କରିଥିଲେ।
ନାଁ ବଦଳାଇ ଟେଣ୍ଡର ପାଇଛି
ଫଳ ସ୍ବରୂପ ତେଲେଙ୍ଗାନା ସରକାର ଉକ୍ତ ସଂସ୍ଥାକୁ ବ୍ଲାକ୍ ଲିଷ୍ଟେଡ୍ କରିଥିଲେ। ହେଲେ ସେଇ ସଂସ୍ଥା ଓଡ଼ିଶାରେ ନିଜ ନାଁ ବଦଳାଇ ଚାଲାକି କରି ଯୁକ୍ତ ଦୁଇ କାଉନସିଲରୁ ଖାତା ସ୍କାନିଂ ପାଇଁ ଟେଣ୍ଡର ପାଇଛି। ଯାହାକୁ ନେଇ ଅଭିଭାବକଙ୍କର ଭାଳେଣି ପଡ଼ିଲାଣି।...
ତେବେ ଏଠି ପ୍ରଶ୍ନ- ରାଜ୍ୟର ଲକ୍ଷ ଲକ୍ଷ ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ଆଖିରେ ରଖି ତେଲେଙ୍ଗାନାର ଏ କଂପାନୀକୁ ଡିଜିଟାଲ୍ ଇଭାଲ୍ୟୁଏସନ ଦାୟିତ୍ବ ଦେଇଛି ତ ସିଏଚଏସଇ ? Coempt Eduteck Private Limitedକୁ ଏତେ ବଡ଼ କଣ୍ଟ୍ରାକ୍ଟ ଦେବା ଆଗରୁ ତାର ପୂର୍ବ ରେକର୍ଡ ଯାଞ୍ଚ କରିଥିଲା ନା ନାହିଁ ?
ଯେହେତୁ ୨୦୧୫ରୁ ୨୦୨୫ ମସିହା ଭିତରେ ସିଏଚଏସଇ ପାଇଁ ସଫଳତାର ସହ ବିଭିନ୍ନ ଦକ୍ଷ ସଂସ୍ଥା ସୂଚାରୁ ରୂପେ ଦାୟିତ୍ବ ତୁଲାଇଛନ୍ତି- ତେଣୁ ସେମାନଙ୍କ ଅଭିଜ୍ଞତାକୁ କାହିଁକି ବିଚାରକୁ ନେଲାନି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ? ଯଦିଓ ପୂର୍ବରୁ ପରୀକ୍ଷା ନିୟନ୍ତ୍ରକ-କେବଳ ଅନଲାଇନ ଖାତା ମୂଲ୍ୟାୟନରେ ହିଁ ସ୍ବଚ୍ଛତା ଆସିବ ବୋଲି କହିବା ସହ ଏଥିପାଇଁ ସରକାରଙ୍କ ସ୍ବିକୃତୀ ମିଳିଥିବା ସୂଚନା ଦେଇଥିଲେ।
ହେଲେ ଏଥିପାଇଁ ଏକ ବଡ଼ ଦାୟିତ୍ବ ସଂପନ୍ନ ସଂସ୍ଥାକୁ କାମ ଦିଆଯିବା ଉଚିତ୍ ବୋଲି କହିଥିଲେ। ତେଣୁ ତେଲେଙ୍ଗାନାର ଏକ ବ୍ଲାକ୍ ଲିଷ୍ଟେଡ୍ କଂପାନୀକୁ କେମିତି କାମ ମିଳିଲା ବୋଲି- ଉଠିଥିବା ପ୍ରଶ୍ନ ଉପରେ ସିଏଚଏସଇ ପ୍ରତିକ୍ରିୟା ନେବାକୁ ଚେଷ୍ଟା ସତ୍ତ୍ବେ ତାହା ସମ୍ଭବ ହୋଇପାରିନି।...
+୨ ପରୀକ୍ଷା ପୂର୍ବରୁ ଖାତାଦେଖା କେଁ, ଡିଜିଟାଲ୍ ଇଭାଲ୍ୟୁଏସନ ସ୍ବଚ୍ଛତାକୁ ନେଇ ପ୍ରଶ୍ନବାଚୀ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)