Advertisment

Poll Calendar Twist: ପଞ୍ଚାୟତ ଆଗରୁ ହୋଇଯିବ ପୌର ପରୀକ୍ଷା ! ନିର୍ବାଚନ ପ୍ରସ୍ତୁତି ଦିଗରେ ବଢୁଛି ନଗର ଉନ୍ନୟନ ବିଭାଗ

ନୂଆ ଘୋଷଣା ହୋଇଥିବା ଏନଏସି ଏବଂ ପୌରପାଳିକାର ସୀମା ନିର୍ଦ୍ଧାରଣ ଏବଂ ସଂରକ୍ଷିତ ଆସନ ପାଇଁ ପ୍ରକାଶ ପାଇଲା ଚିଠା ପ୍ରସ୍ତାବ। ୧୦ ଦିନ ଭିତରେ ଅଭିଯୋଗ ଶୁଣାଣି। ୨୬ରେ ବିଧିବଦ୍ଧ ବିଜ୍ଞପ୍ତି। ମାର୍ଚ୍ଚ ୩୧ ସୁଦ୍ଧା ଚୂଡାନ୍ତ ଘୋଷଣା।

author-image
Tapan Swain
ELECTION

ELECTION Photograph: (OTV)

ପଞ୍ଚାୟତ ନିର୍ବାଚନ ପୂର୍ବରୁ ହେବ ପୌର ପରୀକ୍ଷା!  ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ଆଗକୁ ବଢୁଛି ନଗର ଉନ୍ନୟନ ବିଭାଗ। ଘୋଷଣା ହୋଇଥିବା ନୂଆ ଏନଏସି ଏବଂ ପୌରପାଳିକାର ସୀମା ନିର୍ଦ୍ଧାରଣ ଏବଂ ସଂରକ୍ଷଣ ନେଇ ଚିଠା ପ୍ରସ୍ତାବ ପ୍ରକାଶ ପାଇଛି। ଭଦ୍ରକ ଜିଲ୍ଲାର ଦୁଇଟି ନୂଆ ଏନଏସି ଧୂଷୁରୀ ଏବଂ ତିହିଡି ପାଇଁ ପ୍ରକାଶ ପାଇଥିବା ଚିଠା ପ୍ରସ୍ତାବ ଏହା ଦର୍ଶାଉଛି ଯେ ଉଭୟ ଏନଏସିରେ ୧୪ ଲେଖାଏଁ ୱାର୍ଡ ରହିବ। ଯାହା ଭିତରୁ ୮ଟି ୱାର୍ଡ ସଂରକ୍ଷିତ ହେବ। ଧୂଷୁରୀର ଜନସଂଖ୍ୟା ୧୦ ହଜାର ୩୪୯ ରହିଥିବା ବେଳେ ତିହିଡିର ଜନସଂଖ୍ୟା ୧୩ ହଜାର ୮୦୫ ରହିଛି।  

Advertisment

ସେହିପରି ଗଞ୍ଜାମ କବିସୂର୍ଯ୍ୟନଗର ଏନଏସିକୁ ପୌରପାଳିକାରେ ରୂପାନ୍ତରଣ ପାଇଁ ମଧ୍ୟ ଚିଠା ପ୍ରସ୍ତାବ ପ୍ରକାଶ ପାଇଛି। ଏନଏସି ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଅନୁଯାୟୀ  ମ୍ୟୁନସିପାଲିଟିରେ ୨୬ ଟି ୱାର୍ଡ ରଖାଯାଇଛି। ସେହିପରି ପୁରୀ ମହାନଗର ନିଗମରେ ୩୯ ୱାର୍ଡ ନେଇ ମଧ୍ୟ ଚିଠା ପ୍ରସ୍ତାବ ପ୍ରକାଶ ପାଇଛି। 

୧୦ ଦିନ ଭିତରେ ଆପତ୍ତି ଅଭିଯୋଗ

ନୂଆ ସରକାର ଆସିବା ପରେ ୨୮ ଟି ଏନଏସି ଏବଂ ୭ଟି ପୌରପାଳିକା ଘୋଷଣା ହୋଇଛି। ଆଉ ଘୋଷଣାର ୬ ମାସ ଭିତରେ ଏ ସବୁ ସ୍ଥାନରେ ନିର୍ବାଚନ ହେବା ନେଇ ରାଜ୍ୟ ନିର୍ବାଚନ କମିଶନ ଚିଠି ଲେଖିବା ପରେ ଆଗକୁ ବଢୁଛି ନଗର ଉନ୍ନୟନ ବିଭାଗ। ଗତ ୧୨ ତାରିଖରେ ଏସବୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୧୦ ଦିନ ଭିତରେ ଆପତ୍ତି ଅଭିଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। 

Advertisment

ପରେ ୨୬ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ୨୬ରୁ ୧୩ ଯାଏଁ ବିଜ୍ଞପ୍ତି ଉପରେ ଅଭିଯୋଗ ଆବେଦନ ଆଉ ୧୬ରୁ ୨୮ ଯାଏଁ ଅଭିଯୋଗ ଶୁଣାଣି। ମାର୍ଚ୍ଚ ୩୧ରେ ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନିର୍ବାଚନ କମିଶନଙ୍କୁ ଏନେଇ ଅବଗତ କରାଯିବ।  ଏପଟେ ପୌରଦଖଲ ନେଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ୩ ଦଳ।

ଚିଠା ପ୍ରସ୍ତାବ ଏବଂ ବିଧିବଦ୍ଧ ବିଜ୍ଞପ୍ତି ଉପରେ ଆପତ୍ତି ଅଭିଯୋଗ ଶୁଣି ନିର୍ଦ୍ଧାରିତ ସମୟ ଭିତରେ ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଉଛି ନା ନାହିଁ ତା ଉପରେ ନଜର ।... 


Odisha Urban Polls
Advertisment
Related Articles
Advertisment