Advertisment

ଗୋଟିଏ ମିଛ ଧରାପଡ଼ିବା ପରେ ଓଟିଭି ନାଁରେ ଆଉ ଏକ ଅଭିଯୋଗ

ଖୋର୍ଦ୍ଧା: ଗୋଟିଏ ଅଭିଯୋଗରେ ମିଛ ଧରା ପଡ଼ୁ ପଡ଼ୁ, ପଛକୁ ପଛ ଖଞ୍ଜା ହେଉଛି ଆଉ ଗୋଟିଏ ଲେଖାଁ ଅଭିଯୋଗ। ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳରେ ଜମି ଜବରଦଖଲ ଅଭିଯୋଗକୁ ନେଇ ଓଟିଭିକୁ କ୍ଲିନଚିଟ୍ ପରେ ବାଘମାରୀ ଥାନାରେ ଆଉ ଏକ ଅଭିଯୋଗକୁ ନେଇ ମାମଲା ହୋଇଛି। ତେବେ ସ୍ଥାନୀୟ ସରପଞ୍ଚଙ୍କ କାର୍ଯ୍ୟାଳୟରେ ଓଟିଭି ବିରୋଧରେ ଗୋଟିଏ ବି ଅଭିଯୋଗ ନଥିଲା ବେଳେ ଏବେ ଘନ ଘନ ଅଭିଯୋଗ ପଛର କାରଣକୁ ନେଇ ଉଠିଛି ପ୍ରଶ୍ନ। ଖୋର୍ଦ୍ଧା ସାରୁଅ […]

author-image
Abinash Pati
ଅଦ୍ୟତନ ହୋଇଛି
ଗୋଟିଏ ମିଛ ଧରାପଡ଼ିବା ପରେ ଓଟିଭି ନାଁରେ ଆଉ ଏକ ଅଭିଯୋଗ

sarua

ଖୋର୍ଦ୍ଧା: ଗୋଟିଏ ଅଭିଯୋଗରେ ମିଛ ଧରା ପଡ଼ୁ ପଡ଼ୁ, ପଛକୁ ପଛ ଖଞ୍ଜା ହେଉଛି ଆଉ ଗୋଟିଏ ଲେଖାଁ ଅଭିଯୋଗ। ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳରେ ଜମି ଜବରଦଖଲ ଅଭିଯୋଗକୁ ନେଇ ଓଟିଭିକୁ କ୍ଲିନଚିଟ୍ ପରେ ବାଘମାରୀ ଥାନାରେ ଆଉ ଏକ ଅଭିଯୋଗକୁ ନେଇ ମାମଲା ହୋଇଛି। ତେବେ ସ୍ଥାନୀୟ ସରପଞ୍ଚଙ୍କ କାର୍ଯ୍ୟାଳୟରେ ଓଟିଭି ବିରୋଧରେ ଗୋଟିଏ ବି ଅଭିଯୋଗ ନଥିଲା ବେଳେ ଏବେ ଘନ ଘନ ଅଭିଯୋଗ ପଛର କାରଣକୁ ନେଇ ଉଠିଛି ପ୍ରଶ୍ନ।

Advertisment

ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳରେ ଜମି ମାପଚୁପ ପରେ ଗତକାଲି ସରକାରୀ ଅମିନ କହିଥିଲେ ଯେ ୧୮୨୯ ନମ୍ବର ପ୍ଲଟ ମାପଚୁପ କରିବାକୁ ଆମକୁ ନିର୍ଦ୍ଦେଶ ହୋଇଥିଲା। ସେ କହିଛନ୍ତି ଯେ ପ୍ଲଟ ମାପ କଲୁ, ନକ୍ସା ମୁତାବକ ସରଜମିନ ଠିକ୍ ରହିଛି। ପ୍ଲଟ ଯେତିକି ରହିବା କଥା ନକ୍ସା ଅନୁସାରେ ଠିକ୍ ୭୦୫ ଡେସିମିଲ୍ ରହିଛି। କେହି କିଛି ଜବରଦଖଲ କରିନାହାନ୍ତି ବୋଲି ମାପରୁ ସ୍ପଷ୍ଟ ଜଣାପଡ଼ୁଥିବା ସେ କହିଛନ୍ତି। ସରକାରୀ ଅମିନଙ୍କ ଏ ବୟାନ ଷଡ଼ଯନ୍ତ୍ରକାରୀଙ୍କ ମିଛ ଅଭିଯୋଗକୁ ପଦାରେ ପକାଇବା ପରେ ଚକ୍ରାନ୍ତକାରୀଙ୍କ ଆଉ ଏକ ନୂଆ ଚାଲ୍ ଆରମ୍ଭ ହୋଇଛି।

ଅଭିଯୋଗ ଅନୁଯାୟୀ, ସାରୁଅ ଓ ଲୋକନାଥପୁର ମୌଜାର ପ୍ଲଟ୍‌ସବୁରେ ଥିବା ପୋଖରୀକୁ ଓଟିଭି ଓ ତରଙ୍ଗ ଚ୍ୟାନେଲ୍ ସ୍ଥାନୀୟ ବାସିନ୍ଦାଙ୍କ ବ୍ୟବହାର ପାଇଁ ଛାଡ଼ିବାକୁ ଦେଉନଥିବା ଏବଂ ଗଲେ ଜୀବନରୁ ମାରିଦେବାର ଧମକ ଦେଉଥିବା ଅଭିଯୋଗ ହେଉଛି। ହେଲେ କ୍ୟାମ୍ପସ୍  ବାହାରେ ଥିବା ପୋଖରୀକୁ ରାସ୍ତା ଅଛି, ଲୋକେ ନିର୍ଦ୍ୱନ୍ଦରେ ଏହାର ବ୍ୟବହାର କରୁଛନ୍ତି। ଏପରିକି ପୋଲିସ ଉପସ୍ଥିତିରେ ସେଇ ପାଖରେ ମାପଚୁପ ଚାଲିଥିଲା ବେଳେ ବି ଗାଧୁଆପାଧୁଆ ବି ଚାଲିଛି। ଲୋକେ ବି କହୁଛନ୍ତି ପୋଖରୀ ବ୍ୟବହାରରେ କେବେ ବି କିଛି ବାଧା ନଥିଲା, ଏବେ ବି ନାହିଁ।

Advertisment

ଏପରିକି ନୋହିଲାକୁ ହୋଇଲା କରି ପଛକୁ ପଛ ଗୋଟିକ ପରେ ଗୋଟିଏ ମିଛ ଅଭିଯୋଗ ଆସୁଥିଲା ବେଳେ ସ୍ଥାନୀୟ ସରପଞ୍ଚ କିନ୍ତୁ କହିଛନ୍ତି, ସେ ନିର୍ବାଚିତ ହେବାର ଦୁଇ ବର୍ଷ ପରେ ମଧ୍ୟ ପଞ୍ଚାୟତ କାର୍ଯ୍ୟାଳୟରେ ଏଭଳି କୌଣସି ଗୋଟିଏ ବି ଅଭିଯୋଗ ଆସିନି। ବରଂ ପାନୀୟ ଜଳଠୁ ନେଇ ଶିକ୍ଷାର ବିକାଶ, ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ପ୍ରୋତ୍ସାହନ ସହ ସ୍ଥାନୀୟ ଯୁବକଙ୍କୁ କର୍ମନିଯୁକ୍ତି ସବୁ ଉନ୍ନୟନମୂଳକ କାମରେ ସାମିଲ ହୋଇଛି ଓଟିଭି।

ଗତ ସେପ୍ଟେମ୍ବର ୨୬ରେ ଅଭ୍ୟାସଗତ ଅଭିଯୋଗକାରୀ ଜଳଧର ମହାଭୋଇଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ, ଏହାପରେ ଗଲା ୨ ତାରିଖରେ ଚାଷଜମିକୁ ଯାଇପାରୁନଥିବା ନେଇ ବାଘମାରୀ ଥାନାରେ ଅଭିଯୋଗ ହୋଇଛି। ଆଉ ଏ ଅଭିଯୋଗରେ ଓଟିଭି କର୍ତ୍ତୃପକ୍ଷଙ୍କୁ କ୍ଲିନଚିଟ୍‌ର ମାତ୍ର କେଇ ଘଣ୍ଟା ପରେ ସଂପୃକ୍ତ ପ୍ରୋଜେକ୍ଟରେ ଆଦୌ ଜମି ନଥିବା କିଛି ବ୍ୟକ୍ତି ପୋଖରୀର ଆଳ ଦେଖାଇ ମିଛ ଅଭିଯୋଗର ଖେଳକୁ ନେଇ ପ୍ରଶ୍ନ ଉଠୁଛି।

କାହା ଚାପରେ ଚାଲିଛି ଏ ମିଛ ମୋକଦ୍ଦମାର ଖେଳ? ରାଜସ୍ୱ ଓ ପୁଲିସ ବିଭାଗକୁ ହାତବାରିସୀ କରି ବାରମ୍ବାର ଜମି ମାପଚୁପ କରାଯିବା ପଛରେ ନବୀନ ସରକାରଙ୍କର ରହିଛି କି ଉଦ୍ଦେଶ୍ୟ ? ସେପଟେ ଏସ୍.ପି କହିଛନ୍ତି ବାଘମାରୀ ଥାନାରେ ରୁଜୁ ଦୁଇଟି ଏତଲାକୁ ଭିତ୍ତି କରି ତଦନ୍ତ କରାଯାଉଛି ଏବଂ ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟନୁଷ୍ଠାନ ନିଆଯିବ।

Advertisment
Advertisment