/odishatv-khabar/media/post_attachments/uploadimage/library/16_9/16_9_0/coronavirus-8_1627294329.jpg)
coronavirus
ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୯୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନେ ମଧ୍ୟରୁ କଟକରୁ ସର୍ବାଧିକ ୧୭ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧା ଓ ଗଂଜାମରୁ ୧୬ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିଭଳି କନ୍ଧମାଳରୁ ୧୪, ମୟୂରଭଂଜରୁ ୯, ଯାଜପୁରରୁ ୭, ପୁରୀ ୫, ନୟାଗଡ଼ ୪, କେନ୍ଦ୍ରାପଡ଼ାରୁ ୩ ଜଣ ସୁସ୍ଥ ହୋଇଛନ୍ତି।
ବରଗଡ଼ରୁ ୨, କେନ୍ଦୁଝରରୁ ୨, ଢେଙ୍କାନାଳରୁ ୧, ସୁନ୍ଦରଗଡ଼ରୁ ୧ ସୁସ୍ଥ ସହିତ ମୋଟ ୯୭ ସୁସ୍ଥ ହେବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଆଜି ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରେ ଏଯାବତ ମୋଟ ୩୧୪୪ ଜଣ ସୁସ୍ଥ ହୋଇସାରିଲେଣି।
/odishatv-khabar/media/post_attachments/wp-content/uploads/2020/06/covid19-1.jpg)
ଅନ୍ୟପଟେ ଆଜି ରାଜ୍ୟରେ ଆଉ ୧୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୮ ଜିଲ୍ଲାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧୭୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୬ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୨୮ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)