Advertisment

ରାଜ୍ୟରେ କେତେ ହେଲା ମୋଟ କରୋନା ସୁସ୍ଥ ସଂଖ୍ୟା ?

ଭୁବନେଶ୍ୱର: କିଛିଦିନର ବ୍ୟବଧାନ ପରେ ବିଭିନ୍ନ ରାଜ୍ୟକୁ ଧୀରେ ଧୀରେ ପୁଣି ଫେରୁଛି ମହାମାରୀ କରୋନା। ଏଥିପାଇଁ ଆଗୁଆ ସତର୍କ ହୋଇଛନ୍ତି ରାଜ୍ୟ ସରକାର। କରୋନା କଟକଣା କଡ଼ା ଭାବେ ପାଳନ କରିବାକୁ ଗତକାଲି ସବୁ ଜିଲ୍ଲାକୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଯଦିଓ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇ ନାହିଁ ତେବେ ନୂଆ ଷ୍ଟ୍ରେନ୍‌ ଡର ଡରାଉଛି। ଅନ୍ୟପଟେ ଲୋକେ ନିୟମିତ ସୁସ୍ଥ ମଧ୍ୟ ହେଉଛନ୍ତି। ଗତ ୨୪ ଘଣ୍ଟାରେ ୫୪ ଜଣ […]

author-image
Abinash Pati
ରାଜ୍ୟରେ କେତେ ହେଲା ମୋଟ କରୋନା ସୁସ୍ଥ ସଂଖ୍ୟା  ?

coornaviuryus

ଭୁବନେଶ୍ୱର: କିଛିଦିନର ବ୍ୟବଧାନ ପରେ ବିଭିନ୍ନ ରାଜ୍ୟକୁ ଧୀରେ ଧୀରେ ପୁଣି ଫେରୁଛି ମହାମାରୀ କରୋନା। ଏଥିପାଇଁ ଆଗୁଆ ସତର୍କ ହୋଇଛନ୍ତି ରାଜ୍ୟ ସରକାର। କରୋନା କଟକଣା କଡ଼ା ଭାବେ ପାଳନ କରିବାକୁ ଗତକାଲି ସବୁ ଜିଲ୍ଲାକୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଯଦିଓ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇ ନାହିଁ ତେବେ ନୂଆ ଷ୍ଟ୍ରେନ୍‌ ଡର ଡରାଉଛି। ଅନ୍ୟପଟେ ଲୋକେ ନିୟମିତ ସୁସ୍ଥ ମଧ୍ୟ ହେଉଛନ୍ତି।

Advertisment

ଗତ ୨୪ ଘଣ୍ଟାରେ ୫୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ଆଜିର ସୁସ୍ଥମାନଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ସର୍ବାଧିକ ୧୦ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୮, ଖୋର୍ଦ୍ଧାରୁ ୭, ବାଲେଶ୍ୱରରୁ ଓ ପୁରୀରୁ ୬ ଜଣ ଲେଖାଏଁ, ବଲାଙ୍ଗୀର ଓ ଝାରସୁଗୁଡ଼ାରୁ, ମାଲକାନଗିରି, ମୟୂରଭଞ୍ଜରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ରାୟଗଡ଼ାରୁ ୪ ଜଣ ସୁସ୍ଥ ହୋଇଛନ୍ତି।

Advertisment

ସେହିଭଳି ବରଗଡ଼,ଭଦ୍ରକ, ଗଞ୍ଜାମ, କଳାହାଣ୍ଡି ଓ ଷ୍ଟେଟ୍‌ ପୋଲ୍‌ରୁ ୧ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୩୩୪୧୦୭ ହୋଇଛି।

ଅନ୍ୟପଟେ ଗୋଟିଏ ଦିନରେ ରାଜ୍ୟରେ ୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪୧ ଜଣ କ୍ୱାରେଣ୍ଟିନ ସେଂଟରରୁ ଚିହ୍ନଟ ହୋଇଥିବା ବେଳେ ୨୮ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି। ତେବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ବି ଡର ଏବେ ବି ଛାଡୁନି। କାରଣ ଦେଶର ଅନେକ ରାଜ୍ୟରେ କରୋନାର ନୂଆ ଷ୍ଟ୍ରେନ୍ ଦେଖିବାକୁ ମିଳିଲାଣି। କେବଳ ଏହା ନୁହେଁ ବରଂ କେତେକ ରାଜ୍ୟକୁ ଲକଡାଉନ ମଧ୍ୟ ଫେରିଛି। ତେଣୁ ରାଜ୍ୟର କରୋନା ଆକ୍ରାନ୍ତଙ୍କ ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ରାଜ୍ୟରେ ୧୮ ଜିଲ୍ଲାରୁ ହିଁ ୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୨ ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଓ ବାଲେଶ୍ୱରରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡରୁ ୬, ବଲାଙ୍ଗୀରରୁ ଜଣେ, ବୌଦ୍ଧରୁ ଜଣେ, କଟକ ରୁ ୨, ଦେବଗଡରୁ ୪, ଗଜପତିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଠିକ ସେହିପରି ଯାଜପୁରରୁ ୪, ଝାରସୁଗୁଡାରୁ ୬, କଳାହାଣ୍ଡିରୁ ୧, ଖୋର୍ଧାରୁ ୩, ନୂଆପଡ଼ାରୁ ୫, ପୁରୀରୁ ଓ ରାୟଗଡ଼ାରୁ ୨, ସମ୍ବଲପୁରରୁ ୧୨, ସୋନପୁରରୁ ୩, ସୁନ୍ଦରଗଡ଼ରୁ ୧୧ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ଷ୍ଟେଟ୍ ପୁଲର ସଂଖ୍ୟା ୧ ରହିଛି। କେବଳ ଏତିକି ନୁହେଁ ବରଂ ବର୍ତ୍ତମାନ ସମୟରେ ରାଜ୍ୟରେ ଆକ୍ଟିଭ୍ ସଂଖ୍ୟା ୬୩୧ ରହିଥିବା ରାଜ୍ୟ ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। ତେବେ ୨୪ ଘଂଟାରେ ରାଜ୍ୟରେ କରୋନାରେ କେହି ପ୍ରାଣ ହରାଇନଥିବା ସୂଚନା ମିଳିଛି।

Advertisment
Advertisment