/odishatv-khabar/media/post_attachments/uploadimage/library/16_9/16_9_0/coronavirus-2_1625252808.jpg)
coronavirus
ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୩୩୧୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି ସୁସ୍ଥ ହୋଇଥିବା ରୋଗୀଙ୍କ ମଧ୍ୟରୁ
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୬୫୮ଜଣ ସୁସ୍ଥ ହୋଇଥିବା ବେଳେ କଟକ-୨୬୨, ବାଲେଶ୍ୱରରୁ ୧୫୩ ସୁସ୍ଥ ହୋଇଛନ୍ତି।
ସେହିପରି ନୂଆପଡ଼ା- ୧୫୧, ଝାରସୁଗୁଡ଼ା- ୧୨୮, ମୟୂରଭଞ୍ଜରୁ ୧୨୧, କେନ୍ଦୁଝର- ୧୧୭, ଅନୁଗୁଳ- ୧୧୨, ବଲାଙ୍ଗିର-୧୦୯, ମାଲକାନଗିରି- ୧୦୩ ଓ ସମ୍ବଲପୁର- ୯୮, କେନ୍ଦ୍ରାପଡ଼ା- ୮୮, ପୁରୀ- ୮୫, କନ୍ଧମାଳ-୮୩ ଜଣ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ କହିଛି।
ନବରଙ୍ଗପୁରରୁ ମଧ୍ୟ ଆଜି ୮୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କୋରାପୁଟ ଓ ନୟାଗଡ଼ରୁ ୬୯ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଢେଙ୍କାନାଳ- ୬୮, ଜଗତସିଂହପୁର- ୬୪, ସୁନ୍ଦରଗଡ଼ରୁ ୬୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ଭଦ୍ରକ- ୬୨, ବରଗଡ଼- ୬୧, ଯାଜପୁର- ୫୮, କଳାହାଣ୍ଡି- ୫୩ ସୁବର୍ଣ୍ଣପୁର- ୪୮, ଗଞ୍ଜାମ- ୪୭, ବୌଦ୍ଧ- ୩୯, ରାୟଗଡ଼ା- ୩୪, ଗଜପତି-୧୬, ଦେବଗଡ଼- ୧୨ ଓ ଷ୍ଟେଟ୍ ପୁଲ୍ରୁ ୨୦୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨ ଲକ୍ଷ ୧୬ ହଜାର ୯୮୪କୁ ବୃଦ୍ଧି ପାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)