/odishatv-khabar/media/post_attachments/uploadimage/library/16_9/16_9_0/coronaviryus_1625220693.jpg)
coronaviryus
ଭୁବନେଶ୍ୱର: ରାଜ୍ୟରୁ ଆଉ ୨୮୫୦ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ୨୮୫୦ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଆଜି ଆରୋଗ୍ୟ ହୋଇଥିବା ସୁସ୍ଥଙ୍କ ମଧ୍ୟରେ ଷ୍ଟେଟ୍ ପୁଲ୍ ୨୦୩, କଟକ- ୧୮୪, ପୁରୀ- ୧୪୭ ଅନୁଗୁଳ- ୧୩୮, ସମ୍ବଲପୁର- ୧୩୭, କେନ୍ଦ୍ରାପଡ଼ାରୁ ୧୩୩ ସୁସ୍ଥ ହୋଇଛନ୍ତି।
ସେହିପରି ବରଗଡ଼- ୯୮, ନବରଙ୍ଗପୁର- ୮୯, ଯାଜପୁର- ୮୭, ସୁନ୍ଦରଗଡ଼- ୮୫, ମୟୂରଭଞ୍ଜ- ୮୨, ଜଗତସିଂହପୁର ଓ ସୁବର୍ଣ୍ଣପୁରରୁ ୮୦ ଲେଖାଏଁ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ବଲାଙ୍ଗିର ଓ ଝାରସୁଗୁଡ଼ାରୁ ୭୨ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱରରୁ ୬୯, ଢେଙ୍କାନାଳ- ୬୬, କଳାହାଣ୍ଡି- ୬୩, କେନ୍ଦୁଝର- ୫୫, କନ୍ଧମାଳ- ୪୮, ମାଲକାନଗିରି- ୪୨, ବୌଦ୍ଧ ଓ ନୂଆପଡ଼ାରୁ ୪୧ ଲେଖାଏଁ ସୁସ୍ଥ ହୋଇଛନ୍ତି। ନୟାଗଡ଼ରୁ ମଧ୍ୟ ଆଜି ୩୭ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଗଞ୍ଜାମ- ୩୬, ଭଦ୍ରକ- ୩୧, ରାୟଗଡ଼ା- ୨୭ କୋରାପୁଟ- ୨୬, ଦେବଗଡ଼- ୧୫, ଗଜପତିରୁ ୩ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ କହିଛି।
ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ୍ ଆରୋଗ୍ୟ ସଂଖ୍ୟା ୨ ଲକ୍ଷ ୪୧ ହଜାର ୩୮୫କୁ ବୃଦ୍ଧି ପାଇଛି।
ଆହୁରି ପଢ଼ନ୍ତୁ-
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)