/odishatv-khabar/media/post_attachments/uploadimage/library/16_9/16_9_0/mask-2_1625236564.jpg)
mask
ଭୁବନେଶ୍ୱର: ରାଜ୍ୟରେ ଆଜି ୨୫୭୭ ଆକ୍ରାନ୍ତ ସୁସ୍ଥ ହେଲେ। ରାଜ୍ୟରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୩୦ ହଜାର ୧୯୨କୁ ବୃଦ୍ଧି ହୋଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
କେଉଁ ଜିଲ୍ଲାରୁ କେତେ:-
କଟକ ଜିଲ୍ଲାରୁ ସର୍ବାଧିକ ୨୪୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଷ୍ଟେଟ୍ ପୁଲରୁ- ୧୫୫, ଯାଜପୁର- ୧୩୭, ଖୋର୍ଦ୍ଧା- ୧୨୪, ବାଲେଶ୍ୱର ଓ ସମ୍ବଲପୁରରୁ ୧୨୦ ଲେଖାଏଁ, କେନ୍ଦ୍ରାପଡ଼ା ଓ ପୁରୀରୁ ୧୧୪ ଲେଖାଏଁ, ସୁନ୍ଦରଗଡ଼ରୁ ୧୧୧, ଅନୁଗୁଳ- ୧୦୮, ବଲାଙ୍ଗିର- ୧୦୩, ବରଗଡ଼ରୁ ୯୭ ସୁସ୍ଥ ହୋଇଛନ୍ତି।
https://twitter.com/HFWOdisha/status/1315652260626530305?s=20
ସେହିପରି ନୂଆପଡ଼ା- ୯୦, ନବରଙ୍ଗପୁର- ୮୧, କେନ୍ଦୁଝର- ୭୪, ଜଗତସିଂହପୁର- ୭୧, ଢେଙ୍କାନାଳ- ୬୯, ଭଦ୍ରକ ଓ ନୟାଗଡ଼ରୁ ୬୭ ଲେଖାଏଁ, ଝାରସୁଗୁଡ଼ାରୁ ୬୨, ମାଲକାନଗିରି- ୫୭, କନ୍ଧମାଳ- ୪୯, ସୁବର୍ଣ୍ଣପୁର- ୪୫, କଳାହାଣ୍ଡି- ୩୯, ଗଞ୍ଜାମ- ୩୬, ବୌଦ୍ଧ- ୩୪, କୋରାପୁଟ- ୩୩, ଦେବଗଡ଼- ୨୩ ରାୟଗଡ଼ାରୁ ୧୯ ଓ ଗଜପତିରୁ ୧୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ଆହୁରି ପଢନ୍ତୁ: ୨୪ ଘଣ୍ଟାରେ ଆଖି ବୁଜିଲେ ୧୮ କରୋନା ରୋଗୀ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)