Advertisment

ଅଞ୍ଜନା ଗଣଦୁଷ୍କର୍ମ: ଗୋଟିଏ ଘଟଣା ବଦଳାଇ ଦେଇଥିଲା ସରକାର

ଭୁବନେଷ୍ୱର:୨୨ ବର୍ଷ ତଳର ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଓରଫ ବିବେକାନନ୍ଦ ବିଶ୍ୱାଳକୁ ଗିରଫ କରାଯାଇଛି। କମିସନରେଟ ପୋଲିସ ମହାରାଷ୍ଟ୍ରର ପୁଣେରୁ ତାକୁ ଗିରଫ କରିଛି। ପୁଣି ଲୋକଙ୍କ ମନେପଡି ଯାଉଛି ଏହି ଲୋମହର୍ଷଣକାରୀ ଘଟଣା, ଯାହାକି ସେତେବେଳେ ଓଡ଼ିଶା ରାଜନୀତିର ମୋଡ଼ ବଦଳାଇ ଦେଇଥିଲା। ୧୯୯୯ ମସିହା ଜାନୁଆରୀ ମାସ ୯ ତାରିଖ ରାତିରେ କଟକ-ଭୁବନେଶ୍ୱର ଉପକଣ୍ଠ, ବାରଙ୍ଗ ନିକଟରେ ଘଟିଥିଲା ଏହି ଘଟଣା। ଅଞ୍ଜନା ମିଶ୍ରଙ୍କର […]

author-image
Minati Mishra
ଅଞ୍ଜନା ଗଣଦୁଷ୍କର୍ମ: ଗୋଟିଏ ଘଟଣା ବଦଳାଇ ଦେଇଥିଲା ସରକାର

anjana gangrape case

ଭୁବନେଷ୍ୱର:୨୨ ବର୍ଷ ତଳର ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଓରଫ ବିବେକାନନ୍ଦ ବିଶ୍ୱାଳକୁ ଗିରଫ କରାଯାଇଛି। କମିସନରେଟ ପୋଲିସ ମହାରାଷ୍ଟ୍ରର ପୁଣେରୁ ତାକୁ ଗିରଫ କରିଛି। ପୁଣି ଲୋକଙ୍କ ମନେପଡି ଯାଉଛି ଏହି ଲୋମହର୍ଷଣକାରୀ ଘଟଣା, ଯାହାକି ସେତେବେଳେ ଓଡ଼ିଶା ରାଜନୀତିର ମୋଡ଼ ବଦଳାଇ ଦେଇଥିଲା।

Advertisment

୧୯୯୯ ମସିହା ଜାନୁଆରୀ ମାସ ୯ ତାରିଖ ରାତିରେ କଟକ-ଭୁବନେଶ୍ୱର ଉପକଣ୍ଠ, ବାରଙ୍ଗ ନିକଟରେ ଘଟିଥିଲା ଏହି ଘଟଣା। ଅଞ୍ଜନା ମିଶ୍ରଙ୍କର ତାଙ୍କ ଆଇ.ଏଫ.ଏସ୍. ସ୍ୱାମୀଙ୍କ ସହ ଏକ ପାରିବାରିକ ମାମଲା ଚାଲିଥିଲା। ଭୁବନେଶ୍ୱର ନୂଆପଲ୍ଲୀରୁ ଅଞ୍ଜନା ମିଶ୍ର ଓକିଲଙ୍କ ସହ ପରାମର୍ଶ କରିବାକୁ କଟକ ଯାଇଥିଲେ। ତାଙ୍କ ସହିତ ତାଙ୍କର ଜଣେ ପୁରୁଷ ବନ୍ଧୁ ବି ଥିଲେ। ସେ ସନ୍ଧ୍ୟାବେଳେ କଟକରୁ ବାରଙ୍ଗ ବାଟେ କାରରେ ଫେରୁଥିଲେ।

ମିଳିଥିବା ସୂତ୍ରରୁ ଜଣାଯାଇଛି,  ବାରଙ୍ଗ ପୂର୍ବରୁ ତ୍ରିଶୂଳିଆ ନିକଟରେ ଏକ ଢାବାରେ ଖାଇବାକୁ ଓହ୍ଲାଇଥିଲେ। ଖାଇସାରି ଭୁବନେଶ୍ୱର ଆଡକୁ ଆସିଥିଲେ। ଢାବାରେ ହିଁ ଦୁର୍ବୃତ୍ତମାନେ ତାଙ୍କୁ ଦେଖିଥିଲେ। କିଛି ବାଟ ଆସିବା ପରେ ଦୁର୍ବୃତ୍ତମାନେ ତାଙ୍କ କାରକୁ ଅଟକାଇଥିଲେ। ପୂରା ଫିଲ୍ମ ଷ୍ଟାଇଲରେ ତାଙ୍କ କାରକୁ ହାଇଜାକ କରିନେଇଥିଲେ। ତ୍ରିଶୂଳିଆ-ବାରଙ୍ଗ ମଝିରେ ଥିବା ଏକ ଗାଁଠାରୁ ଅଳ୍ପ ଦୂରକୁ ଏକ ନିଛାଟିଆ ସ୍ଥାନକୁ କାରକୁ ନେଇଯାଇଥିଲେ। ରାତିରେ ୩ଜଣ ଦୁର୍ବୃତ୍ତ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ରାତି ପାହିବା ପୂର୍ବରୁ କାରକୁ ନେଇ ତ୍ରିଶୂଳିଆ-ବାଙ୍କୀ ରାସ୍ତାରେ ଛାଡି ଦେଇଥିଲେ।

Advertisment

[caption id="" align="aligncenter" width="687"]May be an image of one or more people, outdoors and text ୧୯୯୯ ମସିହା ଜାନୁଆରୀ ମାସ ୯ ତାରିଖରେ, କଟକ-ଭୁବନେଶ୍ୱର ଉପକଣ୍ଠ ତ୍ରିଶୂଳିଆ ପାଖରେ ଥିବା ଏହି ରାସ୍ତାରେ ହୋଇଥିଲା 'ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ'। ଏହା ହେଉଛି ୨୨ ବର୍ଷ ତଳେ ସେହି ସ୍ଥାନରୋ ପୋଲିସ୍ ତଦନ୍ତ କରୁଥିବା ବେଳର ଫଟୋ।[/caption]

ବାରଙ୍ଗ ପୋଲିସ ରାତିରେ ପାଟ୍ରୋଲିଂ କରିଥିଲେ ମଧ୍ୟ ଏହି ଘଟଣା ସଂପର୍କରେ କିଛି ଜାଣିପାରି ନଥିଲା। ତା ପରଦିନ ସକାଳେ ଅଞ୍ଜନା ମିଶ୍ରଙ୍କୁ କଟକ ନିଆଯାଇଥିଲା। ସେ କଟକ ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏତଲାରେ ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଦୋଷାରୋପ କରିଥିଲେ। ଅପରାଧୀମାନେ କଂଗ୍ରେସର ସମର୍ଥକ ଥିଲେ ଓ ଅପରାଧ ଘଟାଇବା ସମୟରେ ତାଙ୍କ ଡାକ ନାଁରେ ଡାକୁଥିଲେ ବୋଲି କହିଥିଲେ। ଏପରିକି ଅପରାଧୀମାନେ କାର ଛାଡିବା ପୂର୍ବରୁ ପୁଣି ଗଣଦୁଷ୍କର୍ମ କରିଥିଲେ।

ସେତେବେଳେ ଏହି ଘଟଣାକୁ ନେଇ ରାଜ୍ୟବ୍ୟାପି ଆନ୍ଦୋଳନ ହୋଇଥିଲା। ସାରା ଦେଶରେ ବି ହଇଚଇ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଥିଲା। ଶେଷରେ ମୁଖ୍ୟମନ୍ତ୍ରୀ ପଦରୁ ଜାନକୀ ବଲ୍ଲଭ ପଟ୍ଟନାୟକ ଇସ୍ତଫା ଦେଇଥିଲେ। ଗିରିଧର ଗମାଙ୍ଗ ହୋଇଥିଲେ ମୁଖ୍ୟମନ୍ତ୍ରୀ।

ଗଣଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ପଦିଆ ଓ ଧୀରେନଙ୍କୁ ୧୯୯୯ ଜାନୁଆରୀ ୨୬ରେ ଗିରଫ କରାଯାଇଥିଲା। ମହିଳା ଥାନା ହାତରୁ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା। ପରେ ସିବିଆଇ ଘଟଣାର ତଦନ୍ତ କରିଥିଲା। ସିବିଆଇ କୋର୍ଟରେ ମାମଲାର ବିଚାର ହୋଇଥିଲା।

ମାମଲାର ତଦନ୍ତ କରି ୫ ମେ’ ୧୯୯୯ରେ ସିବିଆଇ ମାମଲାର ଚାର୍ଜସିଟ୍ ଦାଖଲ କରିଥିଲା। ୨୯ ଏପ୍ରିଲ ୨୦୦୨ରେ ଖୋର୍ଦ୍ଧା ଜିଲ୍ଲା ଜଜ୍ ମାମଲାକୁ ନେଇ ଗିରଫ ଦୁଇ ଦୋଷୀ ପ୍ରଦୀପ ଓ ଧିରେନ୍ଦ୍ରଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ସେଥିରୁ ପ୍ରଦୀପଙ୍କ ମୃତ୍ୟୁ ହୋଇଥିବା ବେଳେ ଧିରେନ୍ଦ୍ର  ଆଜୀବନ ଦଣ୍ଡ ଭୋଗୁଛନ୍ତି। ହେଲେ ସେହି ଦିନରୁ ବିବନ ଫେରାର ଥିଲା।

ଆମ୍ବି ଭ୍ୟାଲିରେ ପରିଚୟ ବଦଳାଇ ରହୁଥିବା ବିବନ୍ ଓରଫ ବିବେକାନନ୍ଦ ଧରାପଡ଼ିଛି। ନିଜର ନକଲି ନା ଜଳନ୍ଧର ସ୍ୱାଇଁ ଦେଇ ପାଣି ମିସ୍ତ୍ରୀ ଭାବେ ସେଠି ଆତ୍ମଗୋପନ କରି ରହିଥିଲା। ଭୋଟର ପରିଚୟ ପତ୍ର, ଆଧାର କାର୍ଡ  ଏପରିକି ବ୍ୟାଙ୍କ ପାସବୁକ୍ ବି ଜଳନ୍ଧର ନାଁରେ ଥଲା। ଖୋଦ୍ ଟ୍ୱିନ୍ ସିଟି କମିଶନର, କଟକ ଡିସିପିଙ୍କୁ ନେଇ ଏକ ୪ ଜଣିଆ ଟିମ୍ ଗଠନ ହୋଇଥିଲା।  ଆମ୍ବେ ଭ୍ୟାଲିରେ ଥିବା ବିବନ୍ ପରିବାରଲୋକଙ୍କ ସହ ସମ୍ପର୍କରେ ଥିଲା। ଟଙ୍କା ପଠାଇବାଠୁ ଆରମ୍ଭ କରି କଥା ବାର୍ତ୍ତା ଯାଏ ସବୁ ଚାଲିଥିଲା।

ଏହାକୁ ଟ୍ରାକ୍ କରିଥିଲା କମିଶନରେଟ ପୋଲିସ।  ବିବନକୁ ଧରିବାକୁ ପୋଲିସ୍ ତିନି ମାସ ତଳେ ଆରମ୍ଭ କରିଥିଲା ଅପରେସନ୍ । ପୁଣେ ପୋଲିସ୍ ଜରିଆରେ ଆମ୍ବେ ଭ୍ୟାଲିରେ ବିବନ୍ ଓରଫ୍ ଜଳନ୍ଧର ସମ୍ପର୍କରେ ସବୁ ତଥ୍ୟ ମିଳିଥିଲା।  ଆମ୍ବେ ଭ୍ୟାଲିରୁ ଅଢ଼େଇ କିଲୋମିଟର୍ ଦୂରରେ ରହୁଥବା ଜଳନ୍ଧରକୁ ଧରିବାକୁ ଧରିବାକୁ ଯିବା ବେଳେ ପୋଲିସକୁ ଦେଖି ସେ ଦୌଡ଼ିଥିଲା। ଏହାପରେ ତାକୁ କାବୁ କରି ଭୁବନେଶ୍ୱର ଅଣାଯାଇଛି। ମାମଲାର ତଦନ୍ତ ସିବିଆଇ କରୁଥିବାରୁ ଅଭିଯୁକ୍ତକୁ ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ୍ କମିଶନର ଆଜି ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି।

Anjana Mishra Case
Advertisment
Advertisment