Advertisment

ଏଭଳି ନିୟମ ଆଣି କାହାକୁ ବଞ୍ଚାଇବାକୁ ଚାହୁଁଛନ୍ତି ସରକାର ?

ଭୁବନେଶ୍ୱର; ଦୁର୍ନୀତି ମାମଲାରେ ସରକାରୀ ବାବୁଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କ ନୂଆ ଫନ୍ଦି।  ଲୋକାୟୁକ୍ତ ବ୍ୟବସ୍ଥାରେ ଯୋଡ଼ିଲେ ନୂଆ ନିୟମ। ଲୋକାୟୁକ୍ତରେ ଅଭିଯୋଗ କରିବାକୁ ହେଲେ ବ୍ୟକ୍ତି ଓ ସଂଗଠନକୁ ଦେବାକୁ ହେବ ପରିଚୟପତ୍ର ଓ ପଞ୍ଜିକରଣ ସାର୍ଟିଫିକେଟ। ସେହିପରି ତଦନ୍ତ ନସରିବା ଯାଏଁ ଗୋପନ ରହିବ ଅଧିକାରୀଙ୍କ ନାଁ। ତେବେ ଦୁର୍ନୀତିଗ୍ରସ୍ତଙ୍କୁ ଦଣ୍ଡ ନୁହେଁ, ସୁରକ୍ଷା ଦେବା ଲାଗି ଏହା ସରକାରଙ୍କ ଏକ ଚାଲ ବୋଲି କହି ବର୍ଷିଛନ୍ତି ବିରୋଧୀ। ବିଜେଡି ଏହି ଅଭିଯୋଗକୁ […]

author-image
Abinash Pati
ଅଦ୍ୟତନ ହୋଇଛି
ଏଭଳି ନିୟମ ଆଣି କାହାକୁ ବଞ୍ଚାଇବାକୁ ଚାହୁଁଛନ୍ତି ସରକାର ?

lokayukta

ଭୁବନେଶ୍ୱର; ଦୁର୍ନୀତି ମାମଲାରେ ସରକାରୀ ବାବୁଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କ ନୂଆ ଫନ୍ଦି।  ଲୋକାୟୁକ୍ତ ବ୍ୟବସ୍ଥାରେ ଯୋଡ଼ିଲେ ନୂଆ ନିୟମ। ଲୋକାୟୁକ୍ତରେ ଅଭିଯୋଗ କରିବାକୁ ହେଲେ ବ୍ୟକ୍ତି ଓ ସଂଗଠନକୁ ଦେବାକୁ ହେବ ପରିଚୟପତ୍ର ଓ ପଞ୍ଜିକରଣ ସାର୍ଟିଫିକେଟ। ସେହିପରି ତଦନ୍ତ ନସରିବା ଯାଏଁ ଗୋପନ ରହିବ ଅଧିକାରୀଙ୍କ ନାଁ। ତେବେ ଦୁର୍ନୀତିଗ୍ରସ୍ତଙ୍କୁ ଦଣ୍ଡ ନୁହେଁ, ସୁରକ୍ଷା ଦେବା ଲାଗି ଏହା ସରକାରଙ୍କ ଏକ ଚାଲ ବୋଲି କହି ବର୍ଷିଛନ୍ତି ବିରୋଧୀ। ବିଜେଡି ଏହି ଅଭିଯୋଗକୁ ଖଣ୍ଡନ କରିଛି।

Advertisment

ମାସ୍କ ଦୁର୍ନୀତି ମାମଲାରେ ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇ ପକ୍ଷ ରଖିଥିଲେ ବରିଷ୍ଠ ଆଇଏଏସ୍ ଅଫିସର୍ ହେମନ୍ତ ଶର୍ମା ଓ ଜାମିନୀ ଷଡଙ୍ଗୀ। ତେବେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଦୁର୍ନୀତି ମାମଲାରେ ଏଭଳି ହାଜର ହେବାକୁ ହଜମ କରିପାରିଲେନି କି ରାଜ୍ୟ ସରକାର? ସେଥିଲାଗି ଖୋଜିଲେ କି ଗଳାବାଟ?

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ପ୍ରକାଶିତ ଏକ ବିଜ୍ଞପ୍ତିରେ ଲୋକୟୁକ୍ତରେ ଅଭିଯୋଗ କଲେ ଏଣିକି ଅଭିଯୋଗକାରୀଙ୍କୁ ଦେବାକୁ ପଡ଼ିବ ପରିଚୟପତ୍ର। କୌଣସି ଅନୁଷ୍ଠାନ ଯଦି ଅଭିଯୋଗ ଆଣନ୍ତି ତେବେ ପଞ୍ଜିକରଣ ସାର୍ଟିଫିକେଟ୍ ଦେବାକୁ ପଡ଼ିବ। ସେହିପରି ଅଭିଯୋଗକୁ ସିଧାସଳଖ ଗ୍ରହଣ କରାଯିବ ନାହିଁ। ଅଭିଯୋଗ ଗ୍ରହଣୀୟ କି ନୁହେଁ ଲୋକାୟୁକ୍ତଙ୍କ ଏକ ବେଞ୍ଚ ପ୍ରଥମେ ସେନେଇ ନିଷ୍ପତ୍ତି ନେବେ। ତଦନ୍ତର ଆବଶ୍ୟକ ଥିବା ଲୋକାୟୁକ୍ତ ଯଦି ଅନୁଭବ କରନ୍ତି ତେବେ ଅଭିଯୋଗକାରୀଙ୍କୁ ନୋଟିସ୍ ପଠାଇବେ।

Advertisment

୪୫ ଦିନ ଭିତରେ ଅଭିଯୋଗକାରୀଙ୍କୁ ସମସ୍ତ ତଥ୍ୟ, ପ୍ରମାଣ ଉପସ୍ଥାପନ କରିବାକୁ ପଡ଼ିବ। ପ୍ରମାଣ ଯଦି ପର୍ଯ୍ୟାପ୍ତ ନଥିବ ସେ କ୍ଷେତ୍ରରେ ଲୋକୟୁକ୍ତ ତଦନ୍ତକୁ ବନ୍ଦ କରିଦେଇପାରିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ତଦନ୍ତ ନ ସରିବା ଯାଏଁ ସରକାରୀ ଅଧିକାରୀଙ୍କ ନାଁ ପ୍ରକାଶ କରାଯିବ ନାହିଁ। ଅନ୍ୟପକ୍ଷରେ ଯଦି କୌଣସି ଅଭିଯୋଗକୁ ଲୋକାୟୁକ୍ତ ଅଯୋଗ୍ୟ, ଅସ୍ପଷ୍ଟ, ଅମୂଳକ କିମ୍ବା ମୂଲ୍ୟହୀନ ଭାବିବେ ତାକୁ ଡିସ୍‌ମିସ କରିଦେଇ ପାରିବେ।

ରାଜ୍ୟ ସରକାରଙ୍କ ଏଭଳି ନୂଆ ନିୟମକୁ ଦୃଢ଼ ବିରୋଧ କରିଛନ୍ତି ବିରୋଧୀ। ଏଭଳି ବ୍ୟବସ୍ଥାରେ ଭ୍ରଷ୍ଟାଚାରୀଙ୍କୁ ସୁରକ୍ଷା ମିଳିବ। ସେମାନେ ଆହୁରି ଅଧିକ ଭ୍ରଷ୍ଠାଚାର କରିବେ ବୋଲି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଭ୍ରଷ୍ଟାଚାର ଓ ଦୁର୍ନୀତି ରୋକିବା ପାଇଁ ଯେଉଁ ଆଇନ ହେଉଥିଲା ସେହି ଆଇନକୁ ବିଜେଡି ସରକାର ପାଦରେ ଦଳି ଦେଉଛନ୍ତି ଏଥିରେ ଦ୍ୱିମତ ନାହିଁ ବୋଲି କଂଗ୍ରେସ ନେତା ସୁଦର୍ଶନ ଦାସ କହିଛନ୍ତି।

ବିରୋଧୀଙ୍କ ଅଭିଯୋଗର ଜାବରେ ବିଜେଡି କହିଛି, କାହାରିକୁ ସୁରକ୍ଷା ଦେବା ଲକ୍ଷ୍ୟରେ ନୂଆ ନିୟମ ଅଣାଯାଇ ନାହିଁ  ଆଇନ ସମସ୍ତଙ୍କ ପାଇଁ ହେବ ବୋଲି ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି।

  1. ତେବେ ହଠାତ କାହିଁକି ଆସିଲା ଏଭଳି ନିୟମ?
  2. କାହାକୁ ବଞ୍ଚାଇବାକୁ ଚାହୁଁଛନ୍ତି ସରକାର?
  3. ଦୁର୍ନୀତିଗ୍ରସ୍ତ  ବାବୁଙ୍କ ପାଇଁ ସରକାରଙ୍କର କାହିଁକି ଏତେ ଦରଦ ?
  4. ନୂଆ ନିୟମ ଲୋକୟୁକ୍ତଙ୍କ କ୍ଷମତା ପରିସରକୁ ସଙ୍କୁଚିତ କରିଦେଉନି ତ?

ସରକାରୀ ବାବୁଙ୍କ ବିରୁଦ୍ଧରେ ଆସୁଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ଲାଗି ଗଠନ ହୋଇଛି ଲୋକାୟୁକ୍ତ। ତେବେ ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ପ୍ରଦାନ ଲାଗି ରାଜ୍ୟ ସରକାର ଯେଉଁ ଗଳାବାଟ ଖୋଜିଛନ୍ତି ତାହା ଲୋକାୟୁକ୍ତ ଗଠନର ଉଦ୍ଦେଶ୍ୟକୁ କେତେ ପୂରଣ କରିବ ଏବେ ତାହା ବଡ଼ ପ୍ରଶ୍ନ।

Advertisment
Advertisment