Advertisment

ହାଇଦର ଲିଙ୍କ୍‌ ଅଭିଯୋଗରେ ଆଲବମ୍ ହିରୋଇନ୍ ଗିରଫ

ଭୁବନେଶ୍ୱର: ହାଇଦର ଲିଙ୍କ୍‌ରେ ଆଲବମ୍‌ ହିରୋଇନ। ଗ୍ୟାଙ୍ଗଷ୍ଟର୍ କ୍ରାଇମ ସିଣ୍ଡିକେଟ୍‌ରେ ଯୁବତୀା କେବେ ତା ଅପରାଧ ଦୁନିଆରେ ରହୁଥିଲେ ଛାଇ ଭଳି ତ ଆଉ କେବେ ଗ୍ଲାମର ଗାର୍ଲ ସାଜି ଦର୍ଶକଙ୍କୁ କରୁଥିଲେ ମତୁଆଲା। ବାଲେଶ୍ୱର ଭୋଗରାଇ ଅଞ୍ଚଳର ଅର୍ଚ୍ଚନା ପରିଡ଼ା ଓରଫ୍ ଗେଲ୍ଲୀ। ବୟସ ୧୮। ଯାହାଙ୍କୁ ଗିରଫ କରିଛି ମଙ୍ଗଳାବାଗ ପୋଲିସ। କାରଣ ଚିକିତ୍ସାର ଆଳ କରି ଏସ୍‌ସିବିରେ ଥିବାବେଳେ ହାଇଦରକୁ ଅର୍ଚ୍ଚନା ଆସି ଦେଖାକରିଛନ୍ତି। ଏକାଧିକବାରା କେବଳ ସେ ନୁହଁନ୍ତି, ପଟ୍ଟାମୁଣ୍ଡାଇ ଓ […]

author-image
Chandan Shishu
ହାଇଦର ଲିଙ୍କ୍‌ ଅଭିଯୋଗରେ ଆଲବମ୍ ହିରୋଇନ୍ ଗିରଫ

hyder-act

ଭୁବନେଶ୍ୱର: ହାଇଦର ଲିଙ୍କ୍‌ରେ ଆଲବମ୍‌ ହିରୋଇନ। ଗ୍ୟାଙ୍ଗଷ୍ଟର୍ କ୍ରାଇମ ସିଣ୍ଡିକେଟ୍‌ରେ ଯୁବତୀା କେବେ ତା ଅପରାଧ ଦୁନିଆରେ ରହୁଥିଲେ ଛାଇ ଭଳି ତ ଆଉ କେବେ ଗ୍ଲାମର ଗାର୍ଲ ସାଜି ଦର୍ଶକଙ୍କୁ କରୁଥିଲେ ମତୁଆଲା। ବାଲେଶ୍ୱର ଭୋଗରାଇ ଅଞ୍ଚଳର ଅର୍ଚ୍ଚନା ପରିଡ଼ା ଓରଫ୍ ଗେଲ୍ଲୀ। ବୟସ ୧୮। ଯାହାଙ୍କୁ ଗିରଫ କରିଛି ମଙ୍ଗଳାବାଗ ପୋଲିସ। କାରଣ ଚିକିତ୍ସାର ଆଳ କରି ଏସ୍‌ସିବିରେ ଥିବାବେଳେ ହାଇଦରକୁ ଅର୍ଚ୍ଚନା ଆସି ଦେଖାକରିଛନ୍ତି।

Advertisment

ଏକାଧିକବାରା କେବଳ ସେ ନୁହଁନ୍ତି, ପଟ୍ଟାମୁଣ୍ଡାଇ ଓ ମାହାଙ୍ଗାର ଆଉ ଦୁଇ ଯୁବତୀ ମଧ୍ୟ ଆସି ଭେଟିଛନ୍ତି ହାଇଦରକୁ। ଏପରିକି ଷଡ଼ଯନ୍ତ୍ରର ଲିଡ୍ ନେଇଥିବା ହାଇଦର୍‌ର ଧରମପୁଅ ଇସ୍ତିୟାକ୍ ଖାନ ସହ ମଧ୍ୟ ଏମାନଙ୍କର ଥିଲା ସଂପର୍କ। ଆଉ ହାଇଦର ଖସିଯିବା ପରେ ବି ଲଗାତର ଫୋନ୍‌ରେ କଥା ହେଉଥିଲେ ହାଇଦର ସହ। ଆଉ ସେହି କଲ୍ ଡିଟେଲ୍ସ ହିଁ ଧରାପକାଇଦେଲା ତେଲେଙ୍ଗାନାରେ ଲୁଚିଥିବା ହାଇଦରର ଠିକଣା। ଏଥିପାଇଁ ଟେକ୍ନିକାଲ୍ ଏକ୍ସପର୍ଟଙ୍କୁ ନେଇ ଏକ ସାଇବର ଟିମ୍ ଗଠନ କରାଯାଇଥିଲା। ସେହି ଟିମ୍ ମୋବାଇଲ ଲୋକେସନ୍ ସହ ହାଇଦରର ଗତିବିଧି ସମ୍ପର୍କରେ ବିସ୍ତୁତ ତଥ୍ୟ ଜାଣିପାରୁଥିଲା।

publive-imageକାହା ମାଧ୍ୟମରେ ଅର୍ଚ୍ଚନା ସହ ୩ ଯୁବତୀ ହାଇଦର ଲିଙ୍କ୍‌ରେ ଆସିଥିଲେ? ଗ୍ୟାଙ୍ଗଷ୍ଟର୍‌ର ଦୁନିଆରେ ଏହି ଯୁବତୀମାନଙ୍କ ରୋଲ୍ କଣ ଥିଲା? ହାଇଦର ଫେରାର୍ ପଛରେ ଆଉ କାହାର ସଂପୃକ୍ତି ରହିଛି? ଏଯାଏଁ ଅର୍ଚ୍ଚନା ଓ ଇସ୍ତିୟାକ୍ ଖାନ୍ ସମେତ ୭ ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଥିବାବେଳେ ଅନ୍ୟ ୨ ଯୁବତୀଙ୍କୁ ସ୍କାନରରେ ରଖିଛି ପୋଲିସ। ତେବେ ଅର୍ଚ୍ଚନାଙ୍କ ପରିବାରର କହିବା, ଚାକିରି ପାଇଁ ଜିଦ୍ ଧରି ଗତ ଡିସେମ୍ବର ୨୭ରେ ଭୁବନେଶ୍ୱର ଯାଇଥିଲା ଝିଅ। ଲକି ନାମକ ଜଣେ ଝିଅର ସଂସ୍ପର୍ଶରେ ଆସି ସେ ଭରଦ୍ୱାଜ ସପ୍ଲାଇରେ କାମ କରୁଥିଲେ। କିନ୍ତୁ ହାଇଦର ସହ ଲିଙ୍କ ସମ୍ପର୍କରେ ପୂର୍ବରୁ ସେମାନେ ଜାଣିନଥିଲେ। ଝିଅର ମାନସିକ ସମସ୍ୟା ଥିବା କହିଛନ୍ତି ତାଙ୍କ ବାପା।

Advertisment

ଏକାଧିକ ଯୁବତୀଙ୍କ ସହ ହାଇଦର୍ ଲିଙ୍କ୍‌ରେ ଖୋଳତାଡ଼ ଭିତରେ ଏବେ ଗୁମର ଫିଟୁଛି ସେହି କାର୍‌ର, ଯେଉଁ କାର୍‌ରେ ଖସି ପଳାଇଥିଲା ହାଇଦର। ଏସ୍‌ସିବିରୁ ବାଇକ୍‌ରେ ବାହାରି କଟକ ଛାଡ଼ିବା ପରେ ଏହି ସେ କାର୍‌ରେ ଖସି ପଳାଇଥିଲା। ତେଲେଙ୍ଗାନା ଯିବାବେଳେ ଗଞ୍ଜାମ ଗୋଳନ୍ଥରା ଚେକ୍‌ଗେଟ୍‌ରେ ଲାଗିଥିବା ସିସିଟିଭି ଫୁଟେଜ୍‌ରୁ ଏହା ଜଣାପଡ଼ିଥିଲା। କାର୍‌ର ପ୍ରକୃତ ମାଲିକ ଖୋର୍ଦ୍ଧାର ତ୍ରିଲୋଚନ ସାହୁ। ତେବେ କିଏ ଚଲାଉଥିଲା ଏହି କାର୍‌କୁ ? ଏହି କାର୍ ସହ କଣ ରହିଛି ହାଇଦର୍ ଲିଙ୍କ୍? ତେଲେଙ୍ଗାନାରୁ ସେହି କାରକୁ କଟକ ଆଣି ଖୋଳତାଡ଼ କରୁଛି ପୋଲିସ। ସେପଟେ ହାଇଦର୍ ମାମଲାରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ସମ୍ବଲପୁର ଏସ୍‌ପି। ହାଇଦର ଖସିଯିବା ବଡ଼ ଘଟଣା ବୋଲି କହିବା ସହ ଏହା ପ୍ରୟୋଜିତ କି ନାହିଁ, ନିଲମ୍ବିତ ପୋଲିସ କର୍ମଚାରୀ କଣ ଅବହେଳା କରିଛନ୍ତି, ସମ୍ବଲପୁର ପୋଲିସ ସେସବୁର ତଦନ୍ତ କରିବ।

ରିପୋର୍ଟ: ଅଜିତ ଦାସ, ଦେବାଶିଷ ମହାନ୍ତି ଏବଂ ସଞ୍ଜୟ ଜେନା

Gangster Hyder
Advertisment
Advertisment