/odishatv-khabar/media/post_attachments/uploadimage/library/16_9/16_9_0/maa-pachhe-pachhe_1626169902.jpg)
maa-pachhe-pachhe
ଭୁବନେଶ୍ୱର: ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଗତ ୧୪ ତାରିଖରେ ପରଲୋକ ହୋଇଯାଇଛି। ତାଙ୍କ ବିୟୋଗ ପରେ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖିନି, ଏବେ ପୁଣି ଏକ ବିପତ୍ତି ମାଡ଼ି ଆସିଛି। ପୁଅ ଯିବାର ୪ ଦିନ ପରେ ସ୍ୱର୍ଗତ ଅଜିତଙ୍କ ମା’ ଆଖି ବୁଜି ଦେଇଛନ୍ତି। ଅଜିତ ମଙ୍ଗରାଜଙ୍କ ମା କ୍ଷେତ୍ରମଣିଙ୍କର ଏକ ଘରୋଇ ହସ୍ପିଟାଲରେ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି।
ପୁଅର ବିଚ୍ଛେଦ ସହି ପାରିଲେନି ମା’। ଯେଉଁ ପୁଅ ତାଙ୍କୁ କାନ୍ଧ ଦେଇଥାନ୍ତା, ତାଙ୍କ ଆଖି ଆଗରେ ସେ ପୁଅ ଚାଲିଗଲା। ବାଦ୍ଧକ୍ୟରେ ଗୋଟେ ମା’ ପାଇଁ ଏହାଠାରୁ ଆଉ ବଡ ଦୁଃଖ ଆଉ କ’ଣ ବା ହୋଇପାରେ ? ଅଜିତଙ୍କ ମୃତ୍ୟୁ ପରେ ମା’ କ୍ଷେତ୍ରମଣିଙ୍କର ହୃଦଘାତ ଜନିତ ସମସ୍ୟା ଦେଖା ଦେଇଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ କୋଭିଡରେ ଆକ୍ରାନ୍ତ ହୋଇଥିବା ପରିବାର ଲୋକେ ସୂଚନା ଦେଇଛନ୍ତି। ଆଜି ତାଙ୍କର ମୃତ୍ୟୁ ଘଟିଛି। କୋଭିଡ ନିୟମ ଅନୁସାରେ ତାଙ୍କର ଶବ ସତ୍କାର ହେବ ବୋଲି ପରିବାର ଲୋକେ କହିଛନ୍ତି।
ପରିବାରର ଦୁଇ ଦୁଇ ଜଣ ପ୍ରିୟ ମଣିଷଙ୍କୁ ହରାଇବା ପରେ ଦୁଃଖରେ ଭାଙ୍ଗି ପଡ଼ିଥିବା କ୍ଷେତ୍ରମଣିଙ୍କ ନାତି ଆଦର୍ଶ କହିଛନ୍ତି, ଆମ ପରିବାର ଉପରେ ଗୋଟିଏ ପରେ ଗୋଟିଏ ଦୁଃଖ ପଡ଼ୁଛି। ଆମେ ଦୁଇ ଦୁଇ ଜଣ ନିଜର ଲୋକଙ୍କୁ ହରାଇଛୁ। ସେ ଦୁଃଖ ଭାଷାରେ ପ୍ରକାଶ କରି ହେବନି।
ତାଙ୍କର ପୂର୍ବରୁ ଆଜ୍ମା ଥିଲା। କୋଭିଡ ହେବା ପରେ କାଶ ଜୋରରେ ହେଉଥିଲା। ଭାଇରସ ତାଙ୍କର ଲଙ୍ଗସକୁ ସଂକ୍ରମଣ କରି ଯାଇଥିଲା। ଗତକାଲି ରାତିରେ ତାଙ୍କର ବିଭିନ୍ନ ଅଙ୍ଗ ଅକାମୀ ହୋଇ ଯାଇଥିଲା। ରାତି ପ୍ରାୟ ସାଢେ ୧୧/୧୨ଟା ବେଳକୁ ତାଙ୍କର ମୃତ୍ୟୁ ଘଟିଥିବା ନାତି ଆକାଶ କହିଛନ୍ତି।
ସୂଚନାଥାଉ କି, ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ସମୟରେ ଅଜିତଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିଲା। ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଉ ଦୁଇ ଦିନ ହୋଇଥାନ୍ତା ପିପିଲି ଉପନିର୍ବାଚନ। ହେଲେ ତା ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିବା ଅଜିତଙ୍କ ମୃତ୍ୟୁ ଘଟିଥିଲା। ତେଣୁ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)