Advertisment

Five Panjikas Get Nod: ୫ ପଞ୍ଜିକାକୁ ମୁକ୍ତିମଣ୍ଡପ ପଣ୍ଡିତ ସଭାର ଅନୁମୋଦନ, ଦାଖଲ ହୋଇଥିଲା ପାଣ୍ଡୁଲିପି

୮ଟି ପଞ୍ଜିକା ପ୍ରକାଶନ ସଂସ୍ଥାକୁ ଚିଠି ଦିଆଯାଇଥିବା ବେଳେ କେବଳ ୫ଟି ପାଣ୍ଡୁଲିପି ଦାଖଲ କରିଥିଲେ। ତେଣୁ ଆଗାମୀ ଦିନରେ ଏହି ପଞ୍ଜିକା କିଭଳି ବୃଦ୍ଧି ପାଇବ ଓ ନିର୍ଭୁଲ ହେବ, ତା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ଛତିଶା ନିଯୋଗ ମହାନାୟକ।

author-image
Tapan Swain
Panjika

Panjika Photograph: (OTV)

୨୦୨୬-୨୭ବର୍ଷ ପାଇଁ ୫ ପଞ୍ଜିକାକୁ ଅନୁମୋଦନ ଦେଲା ମୁକ୍ତିମଣ୍ଡପ ପଣ୍ଡିତ ସଭା। ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ନୂତନ ପଞ୍ଜିକା ସମୀକରଣ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

Advertisment

ବସିଥିବା ପଞ୍ଜିକା ସମୀକରଣ ବୈଠକରେ ୮ଟି ପଞ୍ଜିକା ପ୍ରକାଶନ ସଂସ୍ଥାକୁ ଚିଠି ଦିଆଯାଇଥିବା ବେଳେ କେବଳ ୫ଟି ପାଣ୍ଡୁଲିପି ଦାଖଲ କରିଥିଲେ। ତେଣୁ ଆଗାମୀ ଦିନରେ ଏହି ପଞ୍ଜିକା କିଭଳି ବୃଦ୍ଧି ପାଇବ ଓ ନିର୍ଭୁଲ ହେବ, ତା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ଛତିଶା ନିଯୋଗ ମହାନାୟକ। 

ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭା, ଗଜପତି ମହାରାଜା ଓ ଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ସ୍ୱୀକୃତ ୫ ଗୋଟି ପାଞ୍ଜି ଗୋଟିଏ ପ୍ରକାର ପ୍ରସ୍ତୁତ ହୋଇଛି। ମୁକ୍ତିମଣ୍ଡପ ପଣ୍ଡିତ ସଭା ଦ୍ବାରା ସଂଶୋଧନ ପରେ ଏହି ୫ଟି ପାଞ୍ଜି ନିର୍ଭୁଲ ଓ ତ୍ରୁଟିଶୂନ୍ୟ ହୋଇପାରିଛି। ବିଶେଷ କରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ଓ ପର୍ବପର୍ବାଣୀକୁ ସଂପୂର୍ଣ୍ଣ ତ୍ରୁଟିଶୂନ୍ୟ କରାଯାଇଛି।

Advertisment

ନିର୍ଭୁଲ ପାଞ୍ଜି ପ୍ରକାଶନ ଉପରେ ଗୁରୁତ୍ୱ

ତେବେ ରାଜ୍ୟରେ ପ୍ରକାଶ ପାଉଥିବା ସମସ୍ତ ପାଞ୍ଜି କିଭଳି ଏହାକୁ ନିର୍ଭୁଲ ହେଵ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେଉଛି। ବିଭିନ୍ନ ପାଞ୍ଜି ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଛି। ଗତ ବର୍ଷ ୨୦୨୫ ମସିହାରେ ପୟାଶ୍ରାଦ୍ଧ, ସରସ୍ୱତୀ ପୂଜା, କାଳୀପୂଜା, ଶିବରାତ୍ରି, ଜନ୍ମାଷ୍ଟମୀ ଇତ୍ୟାଦି ବିଭିନ୍ନ ପର୍ବପର୍ବାଣିକୁ ନେଇ ଲୋକମାନେ ଦ୍ୱନ୍ଦରେ ରହିଥିଲେ। ଅନେକ ପାଞ୍ଜି ବ୍ୟାବସାୟିକ ମନୋବୃତ୍ତି ରଖି ଆଗୁଆ ଛାପୁଥବା ଅଭିଯୋଗ ହୋଇଛି। ଏହି ବୈଠକରେ ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ସେବାୟତ ଓ ପଞ୍ଜିକାରମାନେ ସାମିଲ ଥିଲେ।..

 ୮ ପଞ୍ଜିକା ପ୍ରକାଶନ ସଂସ୍ଥାକୁ କରାଯାଇଥିଲା ଚିଠି

ଶ୍ରୀମନ୍ଦିର ନୂତନ ପଞ୍ଜିକା ସମୀକରଣ ବୈଠକ
୫ ପଞ୍ଜିକାକୁ ମୁକ୍ତିମଣ୍ଡପ ପଣ୍ଡିତ ସଭାର ଅନୁମୋଦନ 
ଦାଖଲ ହୋଇଥିଲା ୫ ପାଣ୍ଡୁଲିପି 
ନିର୍ଭୁଲ ପଞ୍ଜିକା ପ୍ରକାଶନ ଉପରେ ଗୁରୁତ୍ୱ 
ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ବସିଥିଲା ବୈଠକ
ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ
ପଞ୍ଜିକା ତ୍ରୁଟି ସୁଧାର, ପର୍ବପର୍ବାଣୀ ବିଭ୍ରାଟ ଦୂର କରିବାକୁ ଗୁରୁତ୍ୱ

Srimandir Panjika
Advertisment
Related Articles
Advertisment