Advertisment

ଓଲିଉଡ ଅଭିନେତ୍ରୀ ଚିନ୍ମୟୀଙ୍କ ନାଁରେ ପୁଣି ଠକେଇର ନୂଆ ଅଭିଯୋଗ

ଭୁବନେଶ୍ୱର: ଓଲିଉଡ ଅଭିନେତ୍ରୀ ଚିନ୍ମୟୀଙ୍କ ନାଁରେ ପୁଣି ଠକେଇର ନୂଆ ଷ୍ଟୋରୀ। ପ୍ରେମ ଜାଲରେ ଫସାଇ ଚିନ୍ମୟୀ ଏଥର ଝାରସୁଗୁଡ଼ାର ଜଣେ ବ୍ୟବସାୟୀଙ୍କୁ ଲଗାଇଛନ୍ତି ୨ଲକ୍ଷ ୭୦ହଜାର ଟଙ୍କାର ଚୂନା। ଏମିତିକି ସଂପୃକ୍ତ ବ୍ୟବସାୟୀ, ଅଭିନେତ୍ରୀ କରିଥିବା ପ୍ରେମବୋଳା ବାର୍ତ୍ତାଳପର ପ୍ରମାଣ ବି ଦେଖାଇଛନ୍ତି। କଥା ଏଇଠି ସରିନି ଫିଲ୍ମରେ ରୋଲ୍ ଦେବାକୁ କହି ଭୁବନେଶ୍ୱରର ଜଣେ ଯୁବକଙ୍କଠାରୁ ବି ୧୦ ହଜାର ଟଙ୍କା ଚିନ୍ମୟୀ ଠକି ନେଇଥିବା ଅଭିଯୋଗ ଆସିଛି। ୨୦୧୭ରେ ମାଟ୍ରିମୋନି ସାଇଟ୍‌ରୁ ନମ୍ବର […]

author-image
Abinash Pati
ଓଲିଉଡ ଅଭିନେତ୍ରୀ ଚିନ୍ମୟୀଙ୍କ ନାଁରେ ପୁଣି ଠକେଇର ନୂଆ ଅଭିଯୋଗ

chinamyee

ଭୁବନେଶ୍ୱର: ଓଲିଉଡ ଅଭିନେତ୍ରୀ ଚିନ୍ମୟୀଙ୍କ ନାଁରେ ପୁଣି ଠକେଇର ନୂଆ ଷ୍ଟୋରୀ। ପ୍ରେମ ଜାଲରେ ଫସାଇ ଚିନ୍ମୟୀ ଏଥର ଝାରସୁଗୁଡ଼ାର ଜଣେ ବ୍ୟବସାୟୀଙ୍କୁ ଲଗାଇଛନ୍ତି ୨ଲକ୍ଷ ୭୦ହଜାର ଟଙ୍କାର ଚୂନା। ଏମିତିକି ସଂପୃକ୍ତ ବ୍ୟବସାୟୀ, ଅଭିନେତ୍ରୀ କରିଥିବା ପ୍ରେମବୋଳା ବାର୍ତ୍ତାଳପର ପ୍ରମାଣ ବି ଦେଖାଇଛନ୍ତି। କଥା ଏଇଠି ସରିନି ଫିଲ୍ମରେ ରୋଲ୍ ଦେବାକୁ କହି ଭୁବନେଶ୍ୱରର ଜଣେ ଯୁବକଙ୍କଠାରୁ ବି ୧୦ ହଜାର ଟଙ୍କା ଚିନ୍ମୟୀ ଠକି ନେଇଥିବା ଅଭିଯୋଗ ଆସିଛି।

Advertisment

publive-image

୨୦୧୭ରେ ମାଟ୍ରିମୋନି ସାଇଟ୍‌ରୁ ନମ୍ବର ପାଇ ଚିନ୍ମୟୀ,ତାଙ୍କୁ ଫୋନ୍ କରିଥିଲେ ଠକାମିର ଶିକାର ହୋଇଥିବା ବ୍ୟବସାୟୀ। ତାପରେ ଫେସବୁକ୍, ହ୍ୱାଟସଆପରେ ଦୁହିଁଙ୍କ ମଧ୍ୟରେ ଚାର୍ଟିଂ ବି ଚାଲିଥିଲା। ଏମିତିକି ଏକ ଫିଲ୍ମ ପାଇଁ ଟଙ୍କା ଦରକାର କହି ବିଭିନ୍ନ କିସ୍ତିରେ ୨ଲକ୍ଷ ୭୦ ହଜାର ଟଙ୍କା ନେବା ପରେ ଆଉ ଧରାଛୁଆଁ ଦେଇନଥିଲେ ଚିନ୍ମୟୀ। ଆଉ ଟଙ୍କା ମାଗିଲେ ଓଲଟା ଧମକ ମିଳିଲା ବୋଲି ବ୍ୟବସାୟୀ କହିଛନ୍ତି।

publive-image

ପୂର୍ବରୁ ବିଶାଖାପାଟଣାର ପଦ୍ମରାଜୁ ରବିକୁମାର ନାମକ ଜଣେ ଯୁବକ ଅଭିନେତ୍ରୀ ଚିନ୍ମୟୀଙ୍କ ଫ୍ରଡ ଷ୍ଟୋରୀରେ ଫସି ଠକାମୀର ଶିକାର ହୋଇଥିଲେ। ତାକୁ ନେଇ ଚର୍ଚ୍ଚା ଥମି ନଥିବାବେଳେ ଏବେ ଆଉ ଜଣେ ବ୍ୟବସାୟୀଙ୍କୁ ସମାନ ଢଙ୍ଗରେ ଫୋର ଟ୍ୱେଣ୍ଟିର ନୂଆ ଅଭିଯୋଗ ଚର୍ଚ୍ଚାକୁ ଆହୁରି ଖୋରାକ୍ ଯୋଗାଇଛି।

Advertisment

publive-image

କଥା ଏତିକିରେ ସରିନି, ଫିଲ୍ମରେ ରୋଲ୍ ଦେବାକୁ କହି ଜଣେ ଯୁବକଙ୍କଠାରୁ ୧୦ହଜାର ଟଙ୍କା ଚିନ୍ମୟୀ ହଡ଼ପ କରିଥିବା ମଧ୍ୟ ପଦାକୁ ଆସିଛି। ତେବେ ପୁଲିସ ପାଖରେ ଲିଖିତ ଅଭିଯୋଗ ହେଲେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି।

ଯଦିଓ ପ୍ରଥମ ଘଟଣାରେ ଅଭିନେତ୍ରୀ ଚିନ୍ମୟୀ, ଅଭିଯୋଗକୁ ଅସ୍ୱୀକାର କରିଥିଲେ। ହେଲେ ଅନ୍ୟ ଦୁଇଟି ଘଟଣାରେ କିନ୍ତୁ ତାଙ୍କ ପ୍ରତିକ୍ରିୟା ମିଳୁନାହିଁ।

Advertisment
Advertisment