Advertisment

ରହସ୍ୟମୟ ହେଉଛି ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ମୁଣ୍ଡ ଟେକିଛି ପୁରୁଣା ପ୍ରେମର ନୂଆ କାହାଣୀ

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି, ଏହାର ରହସ୍ୟ ଭେଦ କରିପାରୁନି କ୍ରାଇମବ୍ରାଞ୍ଚ। ଏପଟେ କିନ୍ତୁ  ଫେସ୍‌ବୁକ୍‌ ଫ୍ରେଣ୍ଡରୁ ଆଦିତ୍ୟଙ୍କ ପ୍ରେମିକା ବନିଥିବା ଚିନ୍ନୟୀ ମହାପାତ୍ର ମୁହଁ ଖୋଲିବା ପରେ ଘଟଣା ଆହୁରି ରହସ୍ୟମୟ ହୋଇଉଠିଛି। ପରିବାର ଲୋକେ ସନ୍ଦେହ କରୁଛନ୍ତି ଆଦିତ୍ୟଙ୍କ ମୃତ୍ୟୁ ପଛରେ ଚିନ୍ମୟୀଙ୍କ ହାତ ଥାଇପାରେ। ହେଲେ ଆଦିତ୍ୟ କାହିଁକି ଆତ୍ମହତ୍ୟା କଲେ ତାକୁ ନେଇ ଚିନ୍ମୟୀ ସନ୍ଦେହ ପ୍ରକାଶ କରିବା ସହ ଅଭିଯୋଗକୁ ଆଜି […]

author-image
Abinash Pati
ରହସ୍ୟମୟ ହେଉଛି ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ମୁଣ୍ଡ ଟେକିଛି ପୁରୁଣା ପ୍ରେମର ନୂଆ କାହାଣୀ

adity dash

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି, ଏହାର ରହସ୍ୟ ଭେଦ କରିପାରୁନି କ୍ରାଇମବ୍ରାଞ୍ଚ। ଏପଟେ କିନ୍ତୁ  ଫେସ୍‌ବୁକ୍‌ ଫ୍ରେଣ୍ଡରୁ ଆଦିତ୍ୟଙ୍କ ପ୍ରେମିକା ବନିଥିବା ଚିନ୍ନୟୀ ମହାପାତ୍ର ମୁହଁ ଖୋଲିବା ପରେ ଘଟଣା ଆହୁରି ରହସ୍ୟମୟ ହୋଇଉଠିଛି।

Advertisment

ପରିବାର ଲୋକେ ସନ୍ଦେହ କରୁଛନ୍ତି ଆଦିତ୍ୟଙ୍କ ମୃତ୍ୟୁ ପଛରେ ଚିନ୍ମୟୀଙ୍କ ହାତ ଥାଇପାରେ। ହେଲେ ଆଦିତ୍ୟ କାହିଁକି ଆତ୍ମହତ୍ୟା କଲେ ତାକୁ ନେଇ ଚିନ୍ମୟୀ ସନ୍ଦେହ ପ୍ରକାଶ କରିବା ସହ ଅଭିଯୋଗକୁ ଆଜି ବି ଖଣ୍ଡନ କରିଛନ୍ତି। ଏସବୁ ଭିତରେ ମୁହାଁମୁହିଁ ହୋଇଯାଇଛନ୍ତି ଆଦିତ୍ୟଙ୍କ ପରିବାର, ବନ୍ଧୁ ଏବଂ ନିଜକୁ ଆଦିତ୍ୟଙ୍କ ପ୍ରେମିକା ବୋଲାଉଥିବା ଚିନ୍ମୟୀ।

publive-image

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ନାନା ଆଶଙ୍କା ଭିତରେ ମୁଣ୍ଡ ଟେକିଛି ପୁରୁଣା ପ୍ରେମର ନୂଆ କାହାଣୀ। ଆଦିତ୍ୟ ଦାଶ, ପ୍ରେମିକାରୁ ପତ୍ନୀ ବନିଥିବା ବିଦ୍ୟାଶ୍ରୀ ଆଉ ପୂର୍ବତନ ପ୍ରେମିକା ଚିନ୍ମୟୀ ମହାପାତ୍ର।  କ୍ରାଇମବ୍ରାଞ୍ଚ ଖୋଳତାଡ଼ର ତଦନ୍ତ ନସରୁଣୁ ଏହି ନୂଆ କାହାଣୀ ଏବେ ଆଦିତ୍ୟ ମୃତ୍ୟୁ ମାମଲାରେ ନୂଆ ବିବାଦ ଛିଡ଼ା କରାଇଛି।

Advertisment

କାରଣ ଏଣ୍ଟ୍ରି ହୋଇଛି ଚିନ୍ମୟୀଙ୍କର। ଯିଏ ନିଜକୁ ଆଦିତ୍ୟଙ୍କ ପ୍ରେମିକା ବୋଲି ଦାବି କରୁଛନ୍ତି। ହେଲେ ବିବାହର ମାତ୍ର କେଇ ମାସ ମଧ୍ୟରେ ସମାଜସେବୀ ଆଦିତ୍ୟ ଦାଶଙ୍କ ରହସ୍ୟଜନକ ମୃତ୍ୟୁ ହେବାରୁ ପରିବାର ଲୋକେ ଅଙ୍ଗୁଳି ଉଠାଇଛନ୍ତି ତାଙ୍କ ଉପରକୁ। ଏନେଇ ଆଦିତ୍ୟଙ୍କ ବାପା, ମା ଓ ପତ୍ନୀ କ୍ରାଇମବ୍ରାଞ୍ଚକୁ ବି ଜଣାଇବା ସହ ଗଣମାଧ୍ୟମ ଆଗରେ ମୁହଁ ଖୋଲିବା ପରେ ସାମ୍ନାକୁ ଆସି ନିଜେ ପ୍ରତିକ୍ରିୟା ରଖିଛନ୍ତି ଚିନ୍ମୟୀ। କହୁଛନ୍ତି ଏକତରଫା ନୁହେଁ, ଉଭୟ ପଟୁ ଥିଲା ପ୍ରେମ ସମ୍ପର୍କ।

publive-image

ବାଲେଶ୍ୱର ଚିନ୍ମୟୀ ମହାପାତ୍ର, ପ୍ରଥମେ ଫେସବୁକ୍‌ରୁ ବନ୍ଧୁତା କରିବା ପରେ  ପ୍ରେମିକା ବନିଯାଇଥିଲେ। ବିଦ୍ୟାଶ୍ରୀ ଜୀବନସାଥୀ ହେବା ପୂର୍ବରୁ ଆଦିତ୍ୟଙ୍କ ସହ ସମ୍ପର୍କରେ ଥିଲେ ଚିନ୍ମୟୀ। ଆଦିତ୍ୟଙ୍କ ଆଶ୍ରମକୁ ବି ସେ ଏକାଧିକ ଥର ଯାଇଛନ୍ତିି। ବିବାହ ପରଠୁ କିନ୍ତୁ ଆଦିତ୍ୟଙ୍କ ସହ କୌଣସି ସମ୍ପର୍କ ରଖିନଥିଲେ ବୋଲି ଚିନ୍ମୟୀ କହିଛନ୍ତି।

ତେବେ ବିବାହ ପରେ ପରେ ଆଦିତ୍ୟଙ୍କ ଏଭଳି ରହସ୍ୟଜନକ ମୃତ୍ୟୁ ହେଲା କାହିଁକି ? ତାକୁ ନେଇ ନା ନା ଆଶଙ୍କା ସହ ତଦନ୍ତର ଘଣ୍ଟାଚକଟା ପରେ ସମସ୍ତଙ୍କ ନଜର ଏବେ କେନ୍ଦ୍ରୀଭୂତ ହୋଇଛି ଚିନ୍ମୟୀଙ୍କ ଉପରେ। ବାଲେଶ୍ୱରର ଜଣେ ସାମାଜିକ ସଂଗଠନର ସଦସ୍ୟ ତଥା ବନ୍ଧୁ ବିସ୍ମିତ ଦାସ ଚିନ୍ମୟୀଙ୍କ ପାଖରେ ପହଞ୍ଚିଥିଲେ। ସେହି ସମୟରେ ଚିନ୍ମୟୀ ତାଙ୍କୁ ନିଜ ମାନସିକ ଅବସାଦ ଏବଂ ଚିକିତ୍ସା ସମ୍ପର୍କରେ ବି କହିଥିଲେ ବୋଲି ବିସ୍ମିତ କ୍ରାଇମବ୍ରାଞ୍ଚକୁ ତଥ୍ୟ ଦେଇଥିବା କହିଛନ୍ତି। ଏପଟେ ଆଦିତ୍ୟଙ୍କ ସାମାଜିକ ସଂଗଠନ ପିପୁଲ ଫର୍ ସେବା ସଦସ୍ୟ ବି ଉଭୟଙ୍କ ପ୍ରେମ ସମ୍ପର୍କ କଥାକୁ ସ୍ୱୀକାର କରିଛନ୍ତି। କିନ୍ତୁ ଚିନ୍ମୟୀ ସାଇକୋ ନୁହଁନ୍ତି ବୋଲି ସଂଗଠନ ସଦସ୍ୟ ପପୁ କହିଛନ୍ତି।

publive-image

ତେବେ ଆଦିତ୍ୟଙ୍କ ମୃତ୍ୟୁ ପଛର ଅସଲ କାରଣ କଣ ? ପ୍ରେମ, ସଂଗଠନର ଆର୍ଥିକ କାରବାର ନା ଆଉ କିଛି ? ଆଦିତ୍ୟଙ୍କ ମୃତ୍ୟୁର କାରଣ ନେଇ କିଏ ସତ କହୁଛନ୍ତି ? ସବୁ ଦିଗକୁ ଧରି ତଦନ୍ତ ଜାରି ରହିଥିବା କ୍ରାଇମବ୍ରାଞ୍ଚ କହିଛି। ଯେଉଁମାନଙ୍କ ନାଁ ସାମ୍ନାକୁ ଆସୁଛି ଆମେ ଉଚିତ ପଦକ୍ଷେପ ନେବୁ ବୋଲ କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି।

Advertisment
Advertisment