Advertisment

ସଂପୃକ୍ତ ରହସ୍ୟମୟୀ ଯୁବତୀଙ୍କ ବଡ଼ ରାଜ୍ ଖୋଲିଲେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ସଂପୃକ୍ତ ରହସ୍ୟମୟୀ ଯୁବତୀଙ୍କ ବଡ଼ ରାଜ୍ ଖୋଲିଲେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ। OTVକୁ ବିଦ୍ୟାଶ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସାଇକୋ ସମସ୍ୟା ପାଇଁ ଆଦିତ୍ୟଙ୍କ ସହ ସଂପୃକ୍ତ ଯୁବତୀଙ୍କ ବ୍ରେକ୍ଅପ ହୋଇଥିଲା। ବାରମ୍ବାର ସେ ଆଦିତ୍ୟଙ୍କୁ ବ୍ଲାକମେଲ୍ କରୁଥିଲେ। କଥା କଥାକେ ହାତ କାଟିଦେବି, ଗୋଡ଼ କାଟିଦେବି ବୋଲି ସଂପୃକ୍ତ ଯୁବତୀ କହୁଥିଲେ ବୋଲି ଅଭିଯୋଗ ଆଣିଛନ୍ତି ବିଦ୍ୟାଶ୍ରୀ। ଆଦିତ୍ୟଙ୍କୁ ସେ ତାଙ୍କ ଫ୍ୟାନ୍, […]

author-image
Abinash Pati
ସଂପୃକ୍ତ ରହସ୍ୟମୟୀ ଯୁବତୀଙ୍କ ବଡ଼ ରାଜ୍ ଖୋଲିଲେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ

aditya-das

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ସଂପୃକ୍ତ ରହସ୍ୟମୟୀ ଯୁବତୀଙ୍କ ବଡ଼ ରାଜ୍ ଖୋଲିଲେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ। OTVକୁ ବିଦ୍ୟାଶ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସାଇକୋ ସମସ୍ୟା ପାଇଁ ଆଦିତ୍ୟଙ୍କ ସହ ସଂପୃକ୍ତ ଯୁବତୀଙ୍କ ବ୍ରେକ୍ଅପ ହୋଇଥିଲା। ବାରମ୍ବାର ସେ ଆଦିତ୍ୟଙ୍କୁ ବ୍ଲାକମେଲ୍ କରୁଥିଲେ।

Advertisment

କଥା କଥାକେ ହାତ କାଟିଦେବି, ଗୋଡ଼ କାଟିଦେବି ବୋଲି ସଂପୃକ୍ତ ଯୁବତୀ କହୁଥିଲେ ବୋଲି ଅଭିଯୋଗ ଆଣିଛନ୍ତି ବିଦ୍ୟାଶ୍ରୀ। ଆଦିତ୍ୟଙ୍କୁ ସେ ତାଙ୍କ ଫ୍ୟାନ୍, ଫଲୋୟରଙ୍କ ସହ ଦେଖି ସହି ପାରନ୍ତିନି। ଆଦିତ୍ୟ ଏସବୁ କଥା ତାଙ୍କୁ ଏବଂ ତାଙ୍କ ବାପା, ମାଙ୍କୁ କହିଥିଲେ ବୋଲି ବିଦ୍ୟାଶ୍ରୀ କହିଛନ୍ତି.

ଏପରିକି ତାଙ୍କର ନିର୍ବନ୍ଧ ପରେ ବି ସେ ସିଧା ଧମକ ଦେଉଥିଲେ। ଠିକ ସମୟରେ ଠିକ ଲୋକ ଠିକ ଜାଗାରେ ପହଞ୍ଚିବେ ବୋଲି କହିବା ସହ ସମସ୍ତ ତଥ୍ୟ କ୍ରାଇମବ୍ରାଞ୍ଚକୁ ଦେଇଛି ବୋଲି ବିଦ୍ୟାଶ୍ରୀ କହିଛନ୍ତି। ସଂପୃକ୍ତ ଯୁବତୀଙ୍କ ସମ୍ପର୍କରେ ପ୍ରଥମେ ଆଦିତ୍ୟ ଦାଶଙ୍କ ବାପା ଏବଂ ପରେ ମା ମୁହଁ ଖୋଲିବା ପରେ ଆଜି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଘଟଣା ସମ୍ପର୍କରେ ସ୍ପଷ୍ଟ କରିଦେଇଛନ୍ତି।

Advertisment
Advertisment
Advertisment