/odishatv-khabar/media/post_attachments/uploadimage/library/16_9/16_9_0/kamal-hassan-3_1626006851.jpg)
kamal hassan-3
ଭୁବନେଶ୍ୱର: ବିଶିଷ୍ଟ ଅଭିନେତା କମଲ ହାସନଙ୍କୁ ଆଜି ସମ୍ମାନସୂଚକ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରାଯାଇଛି। ସେଞ୍ଚୁୁରିୟନ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ସମାବର୍ତ୍ତନ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ଡିଗ୍ରୀ ପ୍ରଦାନ କରିଥିଲେ। ଏହି ଅବସରରେ କମଳ ହାସନ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଥିଲେ।
Advertisment
ଏମ୍ଏନ୍ଏମ୍ ପ୍ରତିଷ୍ଠାତା ତଥା ଭେଟ୍ରାନ୍ ଅଭିନେତା କମଲ ହାସନ ଓଡ଼ିଶା ଗସ୍ତରେ ଆସି ଗତକାଲି ଭୁବନେଶ୍ୱରରେ ପହଞ୍ଚିଥିଲେ। ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ବରିଷ୍ଠ ରାଜନେତା ଭାବେ ମୁଖ୍ୟମନ୍ତ୍ରୀଙ୍କଠାରୁ ଉପଦେଶ ସହ ଅଭିଜ୍ଞତା ଓ ପରାମର୍ଶ ନେଇଥିଲେ।
ସ୍ୱଳ୍ପକାଳୀତ ଆଲୋଚନା ଭିତରେ ମୁଖ୍ୟମନ୍ତ୍ରୀ ମଧ୍ୟ କମଲ ହାସନଙ୍କୁ ତାଙ୍କ ରାଜନୈତିକ ଜୀବନ ଓ ଫିଲ୍ମ କ୍ୟାରିୟର୍ ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହିତ ଚିଲିକା, କୋଣାର୍କ ସମେତ ଅନ୍ୟ ପର୍ଯ୍ୟଟନସ୍ଥଳି ବୁଲି ଦେଖିବାକୁ ପରାମର୍ଶ ମଧ୍ୟ ଦେଇଥିଲେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)