/odishatv-khabar/media/post_attachments/uploadimage/library/16_9/16_9_0/dadan_1627041358.jpg)
dadan
ପାଟଣାଗଡ଼: ଦାଦନ ଶ୍ରମିକ ଭାବେ ରାଜ୍ୟ ବାହାରକୁ କାମ କରିବାକୁ ଯାଇ ଘରକୁ ଫେରୁଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଅସୁସ୍ଥ ଅବସ୍ଥାରେ ତାଙ୍କର ଟ୍ରେନ୍ରେ ମୃତ୍ୟୁ ଘଟିଛି। ଝିଅର ମୃତଦେହକୁ ନେଇ ବାପା ଗାଁକୁ ଫେରିଛନ୍ତି। ଏହି ଘଟଣା ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।
ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପୁତୁଲା ମହୁଲ ଗାଁର ସନ୍ତୋଷିନୀ ସାହୁ ୩ ବର୍ଷ ହେବ ସେ ଶ୍ୱଶୁର ଘରୁ ଚାଲିଆସି ବାପ ଘରେ ରହୁଥିଲେ । ଗତ ମାସରେ ପପୁ ଖାନ୍ ୧ ଲକ୍ଷ ୪୦ ହଜାର ଟଙ୍କା ଦେଇ ସନ୍ତୋଷିନୀ , ତାଙ୍କ ୪ ବର୍ଷର ଝିଅ, ଦୁଇ ଭଉଣି ଓ ବାପାଙ୍କୁ ଆନ୍ଧ୍ରପ୍ରଦେଶର ଟୁକୁଗୁଜା ଥାନା ରଭିଲାଲଠାରେ ଥିବା ଇଟାଭାଟିକୁ କାମ କରିବାକୁ ନେଇଥିଲେ।
କିଛିଦିନ କାମ କଲାପରେ ସନ୍ତୋଷିନୀଙ୍କୁ ଜ୍ୱର ହୋଇଥିବାରୁ ପପୁ ଖାନ୍ ସନ୍ତୋଷିନୀଙ୍କୁ ତାଙ୍କ ବାପାଙ୍କ ସଙ୍ଗେ ଗାଁକୁ ପଠାଇଦେଇଥିଲେ। ଝିଅ ଓ ନାତୁଣୀକୁ ଧରି ଟ୍ରେନରେ ଫେରୁଥିବା ସମୟରେ ବିଶାଖାପାଟଣା ନିକଟରେ ଝିଅର ମୃତୁ ହୋଇଥିଲା । ଏହା ପରେ ସନ୍ତୋଷିନୀର ମୃତଦେହ ଓ ୪ ବର୍ଷର ନାତୁଣିକୁ ଧରି ଗାଁକୁ ଆସିଥିଲେ ଅଲେଖ । ଖବର ପାଇ ପୁଲିସ ଓ ଶ୍ରମ ନିରୀକ୍ଷକ ଗାଁକୁ ଆସି କେବଳ ତଦନ୍ତ କରି ଫେରିଯାଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)