Advertisment

ଶ୍ରୀଜିଉଙ୍କୁ ୪ କେଜି ୮୫୮ ଗ୍ରାମ ସୁନା ଦାନ

ପୁରୀ: ଶ୍ରୀପଞ୍ଚମୀରେ ଜଣେ ଦାତାଙ୍କ ପକ୍ଷରୁ ଶ୍ରୀଜିଉଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ଦାନ କରାଯାଇଛି। ଆଜି ପବିତ୍ର ସରସ୍ୱତୀ ପୂଜା ଅବସରରେ  ମହାପ୍ରଭୁଙ୍କ ସ୍ୱର୍ଣ୍ଣଅଳଙ୍କାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପହଞ୍ଚିଛି। ସମୁଦାୟ ୪କେଜି ୮୫୮ଗ୍ରାମ ସୁନା ଏବଂ ୩କେଜି ୮୭୬ ଗ୍ରାମ ରୂପା ଜଣେ ଦାତା ଶ୍ରୀଜିଉଙ୍କୁ ଦାନ କରିଛନ୍ତି। ସୁନାରେ ମହାପ୍ରଭୁଙ୍କ ସ୍ୱର୍ଣ୍ଣାଅଳଙ୍କାର, ଝୋବା, ଶ୍ରୀମୁଖ ପଦ୍ମ,ଦେବୀ ସୁଭଦ୍ରାଙ୍କ ତଡକୀ ତିଆରି କରାଯାଇଛି। ଏଥିରେ ଶ୍ରୀବଳଭଦ୍ରଙ୍କ ୪୦ଟି ଶ୍ରୀମୁଖ ପଦ୍ମ, ୨ଝୋବା, ଶ୍ରୀଜଗନ୍ନାଥଙ୍କ ୫୩ଟି ଶ୍ରୀମୁଖ ପଦ୍ମ, […]

author-image
Chandan Shishu
ଶ୍ରୀଜିଉଙ୍କୁ ୪ କେଜି ୮୫୮ ଗ୍ରାମ ସୁନା ଦାନ

GOLD

ପୁରୀ: ଶ୍ରୀପଞ୍ଚମୀରେ ଜଣେ ଦାତାଙ୍କ ପକ୍ଷରୁ ଶ୍ରୀଜିଉଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ଦାନ କରାଯାଇଛି। ଆଜି ପବିତ୍ର ସରସ୍ୱତୀ ପୂଜା ଅବସରରେ  ମହାପ୍ରଭୁଙ୍କ ସ୍ୱର୍ଣ୍ଣଅଳଙ୍କାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପହଞ୍ଚିଛି।

Advertisment

publive-imageସମୁଦାୟ ୪କେଜି ୮୫୮ଗ୍ରାମ ସୁନା ଏବଂ ୩କେଜି ୮୭୬ ଗ୍ରାମ ରୂପା ଜଣେ ଦାତା ଶ୍ରୀଜିଉଙ୍କୁ ଦାନ କରିଛନ୍ତି। ସୁନାରେ ମହାପ୍ରଭୁଙ୍କ ସ୍ୱର୍ଣ୍ଣାଅଳଙ୍କାର, ଝୋବା, ଶ୍ରୀମୁଖ ପଦ୍ମ,ଦେବୀ ସୁଭଦ୍ରାଙ୍କ ତଡକୀ ତିଆରି କରାଯାଇଛି।

publive-imageଏଥିରେ ଶ୍ରୀବଳଭଦ୍ରଙ୍କ ୪୦ଟି ଶ୍ରୀମୁଖ ପଦ୍ମ, ୨ଝୋବା, ଶ୍ରୀଜଗନ୍ନାଥଙ୍କ ୫୩ଟି ଶ୍ରୀମୁଖ ପଦ୍ମ, ୨ଟିଝୋବା, ଦେବୀ ସୁଭଦ୍ରାଙ୍କ ୨ତଡକୀ, ୨ଝୋବା ରହିଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛନ୍ତି।

Advertisment

publive-imageଶ୍ରୀମନ୍ଦି ର ନାଜିର ଗୋଦାମ ଗୃହରେ ଯଉମୁଦ ଦିଆଯାଇ ଷ୍ଟ୍ରଙ୍ଗରୁମରେ ରଖାଯାଇଛି। ଅଳଙ୍କାରର ସୁରକ୍ଷା ପାଇଁ ସଶସ୍ତ୍ର ପୁଲିସ ମୁତୟନ କରାଯାଇଛି। ଜଣେ ହାବିଲଦାରଙ୍କ ସହ ଚାରିଜଣ ଗାର୍ଡ ଅଳଙ୍କାରକୁ ଜଗିବେ।

Puri Srimandir
Advertisment
Advertisment